ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଶା ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ 

ନିଶା ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ 

ନବରଙ୍ଗପୁର:(୧୭|୮)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ଆଜି ନିଶା ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସର ରେ ସମ୍ପୃକ୍ତ ବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟ, ଡାବୁଗାଁ ଶାଖା ସଂଚାଳିକା ସ୍ଵାତି ଭଉଣୀ, ସେବାକାରୀ ଅଲେଖ ଭାଇ ନବୀନଭାଇ, ପିଙ୍କିଭଉଣୀ, ସରସ୍ଵତୀଭଉଣୀ, ପଦ୍ମିନୀ ଭଉଣୀ, ରାଣୀଭଉଣୀ,ଅଧ୍ୟାପକ ଶିବ ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ରହି ସମ୍ପୃକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନିଶା ମୁକ୍ତ ଉପରେ ବିଷଦ ଭାବେ ଆଲୋଚନା କରିଥିଲେ l ନିଶା ଦ୍ରବ୍ୟ ବ୍ୟବହାର ନ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ l ନିଶା ବ୍ୟବହାରର ଅପକାର ଉପରେ ମନ୍ତବ୍ୟ ଦେଇଥିବା ବେଳେ ନିଶା ବ୍ୟବହାର କରି ବହୁ ବିଭିନ୍ନ ରୋଗରେ ଆକ୍ରାନ୍ତ ଓ ଦୁର୍ଘଟଣା ଘଟାଇ କିପରି ମୃତ୍ୟୁ ମୁଖରେ ପଡ଼ିଛନ୍ତି, ତାହାର ଦୃଷ୍ଟାନ୍ତ ଛାତ୍ରଛାତ୍ରୀ ମାନଙ୍କ ଆଗରେ ଉପସ୍ଥାପନା କରିଥିଲେ l ନିଶା ମୁକ୍ତ ହୋଇ ସୁସ୍ଥ, ନିରୋଗ ଜୀବନ ଯାପନ କରିବା ନେଇ ପରାମର୍ଶ ଦେଇଥିଲେ l ନିଜେ ନିଶା ମୁକ୍ତ ହେବା ସହିତ ପରିବେଶରେ ନିଶା ମୁକ୍ତିର ବାର୍ତ୍ତା ଦେଇ ନିଶାରୁ ନିବୃତ୍ତ ହୋଇ ଭାରତକୁ ନିଶା ମୁକ୍ତ କରିବା ନେଇ ଶପଥ ନେଇଥିଲେ ଛାତ୍ରଛାତ୍ରୀବୃନ୍ଦ l ସେହିପରି ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ସୁବ୍ରତ ସାମନ୍ତରାୟ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଓ ସରକାରୀ (ନୁତନ)ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କୃଷ୍ନ ଚନ୍ଦ୍ର ପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ନିଶା ମୁକ୍ତ ଭାରତ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଭାରତ ର ଜନସାଧାରଣ ନିଶା ମୁକ୍ତ ହୋଇ ସୁସ୍ଥ, ନିରୋଗ ଜୀବନ ଯାପନ କରନ୍ତୁ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ପୋଡ଼ାଗଡ ଚୌରିଆ ମନ୍ଦିର ଉପରେ ବିରାଟ ବରଗଛ ଭାଙ୍ଗି ପଡିବା ଫଳରେ ମନ୍ଦିରର ଚୁଡ଼ା ଭାଙ୍ଗିଗଲା:ପ୍ରଶାସନ ର ଦୃଷ୍ଟି ପଡୁ 

masiha

ପଞ୍ଚାୟତ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି 

କେନ୍ଦୁବିଲ୍ୱରେ ଶ୍ରୀ ଜୟଦେବ ଜୟନ୍ତୀ କବି ଜୟଦେବ ଆମ ଓଡ଼ିଆ ଅସ୍ମିତାର ଅନ୍ୟତମ ମହାନାୟକ

masiha

Leave a Comment

error: Content is protected !!