ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ରୋଟାରୀ ସନ୍ତରଣ ପ୍ରତିଯୋଗିତା ୨୦୨୬

ରୋଟାରୀ ସନ୍ତରଣ ପ୍ରତିଯୋଗିତା ୨୦୨୬

ରାଉରକେଲା: ରୋଟାରୀ ଖେଳ ଦିବସ ଉପଲକ୍ଷେ ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ରୋଟାରୀ ସନ୍ତରଣ ପ୍ରତିଯୋଗିତା ୨୦୨୬ ସ୍ଥାନୀୟ ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମ ସ୍ଥିତ ଇଣ୍ଡୋର ସୁଇମିଂ ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଭାଇବ୍ରାଣ୍ଟ ର ସଭାପତି ରୋଟାରିଆନ ଡ ସଂଯୁକ୍ତା ପତିଙ୍କ ସଭାପତିତ୍ବ ଓ କାର୍ଯ୍ୟକ୍ରମ ର ଅଧ୍ୟକ୍ଷ ରୋଟାରିଆନ ପ୍ରଶାନ୍ତ ରଞ୍ଜନ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଫକୀର ଚରଣ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଏଭଳି କାର୍ଯ୍ୟକ୍ରମର ଆବଶ୍ୟକତା, ସନ୍ତରଣ ଭଳି କ୍ରୀଡା କୁ ପ୍ରୋତ୍ସାହନ ତଥା ସ୍ଥାନୀୟ ଅଞ୍ଚଳର କ୍ରୀଡାବିତ୍ ଙ୍କୁ ସୁଯୋଗ ଦେବାପାଇଁ ଭାଇବ୍ରାଣ୍ଟ ଉଦ୍ୟମକୁ ପ୍ରଶଂସା କରିଥିଲେ। ଏହି ସନ୍ତରଣ ପ୍ରତିଯୋଗିତାରେ ୫୬ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ୧୧ ରୁ ୧୨ ବର୍ଷ ସବଜୁନିଅର ଓ ୧୩ ର ୧୪ ବର୍ଷ ଜୁନିଅର ବିଭାଗ କରାଯାଇ ବାଳକ ୩୬ ଓ ବାଳିକା ୨୦ ଜଣ ଙ୍କୁ ସୁଯୋଗ ଦିଆଯାଇଥିଲା। ଏଥିରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥି ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଆରତୀ ମହାନ୍ତି ଯୋଗଦେଇ ଥିଲେ। ଅନ୍ୟ ରୋଟାରିଆନଙ୍କ ମଧ୍ୟରେ ସର୍ବଶ୍ରୀ ପିପି ଗଣେଶ୍ୱର ପଟ୍ଟନାୟକ, ବସନ୍ତ ତନ୍ତୀ, ଅଞ୍ଜଳି ହୋତା, ଅନିତା ନାୟକ,ସୋମା ମହାପାତ୍ର, ସଞ୍ଜୟ ମହାନ୍ତି,ଶ୍ରୀଧର ମଲ୍ଲିକ,ସଞ୍ଜିତ ଛୋଟରାୟ ଓ ପ୍ରତିଯୋଗିକୁ ପରିଚାଳନା ରେ ସନ୍ତରଣ ବିଭାଗର ସମ୍ପାଦକ ମାନସ ବେହେରା, ମୁଖ୍ୟ କୋଚ୍ ଅହସାନ ହୁସେନ, ସହକାରୀ କୋଚ୍ ମହମ୍ମଦ ହୁସେନ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଭାଇବ୍ରାଣ୍ଟ ର ସମ୍ପାଦକ ରୋଟାରିଆନ ବିଜୟଲକ୍ଷ୍ମୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମା ବସ୍ତରେନ ମାଉଳି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ 

Sunil Chandra Nayak

କରଚଳା ଉଚ୍ଚ ମାଧ୍ୟମିକ ବିଦ୍ୟଳୟରେ ଆତ୍ମାସୁରକ୍ଷା ତାଲିମ ଶିବିର ଉଦଯାପିତ

Sunil Chandra Nayak

ବାରଖମା ହାତେ ଏକ ଦିବସୀୟ କବାଡି ଟ୍ରଫି : ଫାଇନାଲ ରେ ଚାମ୍ପିଅନ୍‌ ହେଲା ସ୍ପୋର୍ଟ୍ସ କ୍ଲବ ବାରଖମା

Sunil Chandra Nayak

Leave a Comment

error: Content is protected !!