ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ଶିଶୁ ଆୟୋଗ ସଦସ୍ୟା ଙ୍କ ବକ୍ତବ୍ୟକୁ ନେଇ ବିହାରୀ ସମାଜର କ୍ଷୋଭ

ଓଡ଼ିଶା ଶିଶୁ ଆୟୋଗ ସଦସ୍ୟା ଙ୍କ ବକ୍ତବ୍ୟକୁ ନେଇ ବିହାରୀ ସମାଜର କ୍ଷୋଭ

ରାଉରକେଲା: ଓଡ଼ିଶା ଶିଶୁ ଆୟୋଗ ସଦସ୍ୟା କଳ୍ପନା ଲେଙ୍କାଙ୍କ ଏକ ବକ୍ତବ୍ୟ ପାଇଁ ରାଉରକେଲାରେ ରହୁଥିବା ବିହାରୀ ସମ୍ପ୍ରଦାୟଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି। ବାସନ୍ତୀ କଲୋନୀ ସ୍ଥିତ ବିହାର ସାଂସ୍କୃତିକ ପରିଷଦ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପରିଷଦର ସଭାପତି ଅରୁଣ ସିଂ, କାର୍ଯ୍ୟକାରୀ ସଭାପତି ରବି ରାୟ, ସଚିବ ଦେବୁ ସିଂ, ପ୍ରାକ୍ତନ ସଭାପତି ଗୈ।ରୀଶଙ୍କର ସିଂ ପ୍ରମୁଖ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ଗତ କିଛି ଦିନ ତଳେ ସୁନ୍ଦରଗଡ ସାଂସଦଙ୍କ ପ୍ରତିନିଧି ପ୍ରକାଶ ପାଶ୍ବାନ ଙ୍କ ସହ ଅପରାଧୀ ମାନଙ୍କ ସହ ସମ୍ପୃକ୍ତି, ସ୍ଥାନୀୟ ସର୍କିଟ ହାଉସ୍ ଠାରେ ବନ୍ଧୁକ ଜବତ ହେବା ଘଟଣାରେ ଓଡ଼ିଶା ଶିଶୁ ଆୟୋଗର ସଦସ୍ୟା କଳ୍ପନା ଲେଙ୍କାଙ୍କ ବିହାରୀ ଗୁଣ୍ଡାଙ୍କ ପାଇଁ ସହରରେ ଅଶାନ୍ତ ପରିସ୍ଥିତି ବକ୍ତବ୍ୟ କୁ ନେଇ କ୍ଷୋଭ ପ୍ରକାଶ ପାଇଛି। ପରିଷଦର କହିବା କଥା କେତେଜଣଙ୍କ ପାଇଁ ସମଗ୍ର ବିହାର ଜାତିକୁ ଏପରି କହିବା ଦ୍ବାରା ବିହାରୀ ସମ୍ପ୍ରଦାୟଙ୍କୁ ମାନସିକ ଆଘାତ ଦେଇଛି। ତେଣୁ ଏଭଳି ବକ୍ତବ୍ୟ ପାଇଁ ଶ୍ରୀମତୀ ଲେଙ୍କା ଭୁଲ ମାଗିବା ସହ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି। ସେହିପରି ଜୈନେକ ସାମ୍ବାଦିକଙ୍କ ବକ୍ତବ୍ୟ ମଧ୍ୟ ଅରୁଚିକର ଓ ସହରର ସମସ୍ତ ଅଣଓଡ଼ିଆ ଅଧିକାରୀଙ୍କୁ ଦୋଷାରୋପ କରିବା ପାଇଁ କ୍ଷୋଭ ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ ସହରରେ ଡିଆଇଜି, ଏସପି, ସାଂସଦଙ୍କ ପ୍ରତିନିଧି ଓ ବିଭିନ୍ନ ପଦବୀରେ ଅଣଓଡ଼ିଆ ଙ୍କୁ ଉପଯୋଗ ନେଇ ଏଭଳି ବକ୍ତବ୍ୟ ଆସିଛି ବୋଲି କୁହାଯାଉଛି। ତେଣୁ ଜୈନେକ ସାମ୍ବାଦିକ ଓ ଶିଶୁ ଆୟୋଗ ସଦସ୍ୟା ଙ୍କୁ ସଦବୁଦ୍ଧି ହେଉ ତଥା ସଦସ୍ୟାଙ୍କୁ ସେହି ପଦରୁ ହଟାଯାଉ ବୋଲି ଦାବି କରିଯାଇଛି। ଏଭଳି ବକ୍ତବ୍ୟ ସମସ୍ତଙ୍କ ମଧ୍ୟରେ ଭାଇଚାରା ଓ ସୈ।ହାର୍ଦ୍ଦିପୂର୍ଣ୍ଣ ବାତାବରଣ ର ପରିପନ୍ଥୀ ବୋଲି କୁହାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଅଶୋକ ଗୁପ୍ତା, ରୀତା ସିଂ,କେ ବି ପାଠକ, ସଞ୍ଜୟ ଖରୱର, ହରିଶଙ୍କର ସା, ଅଶୋକ ପ୍ରସାଦ, ସଞ୍ଜୟ ସିଂ, କାଳୀ ପ୍ରସାଦ ସାହୁ,ରାମ ସିଂ,ପିଙ୍କୁ ଜୟସ୍ବାଲ,ନୀରଜ ଚତୁର୍ବେଦୀ,ବ୍ରିଜେଶ ମାହାତୋ ପ୍ରମୁଖ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବାଲିସାହି ଉତ୍ତରା ଶାସନ ଅଙ୍ଗନବାଡି କେନ୍ଦ୍ରରେ ଏଚ୍. ଭି. ଟିକା ଜରାୟୁ ଗ୍ରୀବା କର୍କଟରୁ ସୁରକ୍ଷା ପାଇଁ ଏକ ଟି ମାତ୍ରା ପାଳନ 

Sunil Chandra Nayak

ରାଇରଙ୍ଗପୁର ମହାବିଦ୍ୟାଳୟରେ ବିଶ୍ବ ଏଡ୍ସ ଦିଵବସ-୨୦୨୩ ପାଳିତ

masiha

ସି ଆଇ ଟି ୟୁ ର ୫୬ ତମ ପ୍ରତିଷ୍ଠା ଦିବସ 

masiha

Leave a Comment

error: Content is protected !!