ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲଗାଣ ବର୍ଷାରେ ପୋଲ ଭାଙ୍ଗିଲା, ପର୍ଯ୍ୟଟନସ୍ଥଳୀ ଡୋକରି ଚଞ୍ଚରାକୁ ଯୋଗାଯୋଗ ବିଚ୍ଛିନ୍ନ

ଲଗାଣ ବର୍ଷାରେ ପୋଲ ଭାଙ୍ଗିଲା, ପର୍ଯ୍ୟଟନସ୍ଥଳୀ ଡୋକରି ଚଞ୍ଚରାକୁ ଯୋଗାଯୋଗ ବିଚ୍ଛିନ୍ନ

କଳାହାଣ୍ଡି :ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଡୁଡୁକାଠେଙ୍ଗା ପଞ୍ଚାୟତ ଅନ୍ତର୍ଗତ ଡୋକରିଚଞ୍ଚରାକୁ ସଂଯୋଗ କରୁଥିବା ରାସ୍ତାର ଖଲିଗଡ଼ ନିକଟରେ ଥିବା ପୋଲଟି ଡୋକରି ନାଳାରେ ଅତ୍ୟଧିକ ବନ୍ୟାଜଳ ପ୍ରବାହ ଯୋଗୁଁ ମାଟି ଧୋଇଯାଇ ଭାଙ୍ଗି ପଡ଼ିଛି। ଫଳରେ ଡୋକରିଚଞ୍ଚରାକୁ ଯାତାୟାତ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇପଡ଼ିଛି। ଏନେଇ ମାନ୍ୟବର ଧର୍ମଗଡ଼ ବିଧାୟକ ଙ୍କୁ ସୁଚନା ଦେବାପରେ

ମାନ୍ୟବର ଧର୍ମଗଡ଼ ବିଧାୟକ ଶ୍ରୀ ସୁଧିର ରଞ୍ଜନ ପାଟ୍ଟଯୋଶୀଙ୍କ ନିର୍ଦ୍ଦେଶକ୍ରମେ ଆମପାଣି ମଣ୍ଡଳ ସଭାପତି ଶ୍ରୀ ମଧୁବନ ପାତ୍ରଙ୍କ ନେତୃତ୍ୱରେ ଆମପାଣି ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ଓ ଜିଲ୍ଲା ମହିଳା ମୋର୍ଚ୍ଚା ସମ୍ପାଦିକା ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ବ୍ଲକ ପ୍ରଶାସନକୁ ଏ ସମ୍ପର୍କରେ ଅବଗତ କରିଥିଲେ।

ସାହାଜଖୋଲ ଜଙ୍ଗଲର ଉପରମୁଣ୍ଡରେ ଅତି ପ୍ରବଳ ବର୍ଷା ହେବା ଯୋଗୁଁ ଡୋକରି ନାଳାରେ ହଠାତ୍ ବନ୍ୟାଜଳ ବୃଦ୍ଧି ପାଇଥିଲା। ଅତ୍ୟଧିକ ଜଳ ପ୍ରବାହରେ ପୋଲ ତଳର ମାଟି ଧୋଇଯିବା ସହ ପୋଲଟି ଭାଙ୍ଗିଯାଇଥିବା ଜଣାପଡ଼ିଛି।

ଘଟଣା ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ହରିପ୍ରିୟା ନାଗ କୋକସରା ବ୍ଲକ ପ୍ରଶାସନକୁ ସୂଚନା ଦେଇଥିଲେ। ସୂଚନା ପାଇ କୋକସରା ବିଡିଓ ଡ. ହିମାଞ୍ଚଳ ମାଝୀ, ତହସିଲଦାର ଚୋଡ଼ଗଙ୍ଗ ପ୍ରଧାନ ଓ ଡୁଡୁକାଠେଙ୍ଗା ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବନ୍ୟା ସ୍ଥିତି ଅନୁଧ୍ୟାନ କରିଥିଲେ।

ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନିକଟସ୍ଥ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକ କିମ୍ବା କାଉଡ଼ିଆ ଭକ୍ତ ନ ଯିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହାସହ ଭାଙ୍ଗିଯାଇଥିବା ପୋଲର ଶୀଘ୍ର ଅସ୍ଥାୟୀ ସମାଧାନ କରି ଯାତାୟାତ ସ୍ୱାଭାବିକ କରିବା ନେଇ କୋକସରା ବିଡିଓ PWD ବିଭାଗର ଅଧିକାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ରାମଚନ୍ଦ୍ରପୁର ଓ ମଧୁପୁର ଝାରବନ୍ଧ ପଡା ସ୍କୁଲରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

ATM ସ୍ଥାପନ ପାଇଁ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଦାବି

Sunil Chandra Nayak

ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ 

Sunil Chandra Nayak

Leave a Comment

error: Content is protected !!