ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରାଇରଙ୍ଗପୁରର ପ୍ରଷିଦ୍ଧ ଶ୍ରୀ ଶ୍ରୀ ଐଶ୍ବାନେଶ୍ବର ଶୈବ ପୀଠ ଚଳଚଞ୍ଚଳ

ରାଇରଙ୍ଗପୁରର ପ୍ରଷିଦ୍ଧ ଶ୍ରୀ ଶ୍ରୀ ଐଶ୍ବାନେଶ୍ବର ଶୈବ ପୀଠ ଚଳଚଞ୍ଚଳ

ରାଇରଙ୍ଗପୁର – ( ଅକ୍ଷୟ ବିଶ୍ବାଳ) ୨୫/୦୮ ଶ୍ରାବଣ ମାସର ଶେଷ ସୋମବାର ହୋଇଥିବାରୁ ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଗଢ ଗ୍ରାମର ରାଜାରୁଜୁଡା ଅମଳର ନିର୍ମିତ ବହୁ ପୁରାତନ ଶୈବପୀଠ ଚଳଚଞ୍ଚଳ ହୋଇଥିଲା ।ଶତାଧିକ କାଉଡ଼ିଆ ମାନେ ବିଭିନ୍ନ ନଦୀରୁ ତଥା ଖିଚିଂର ଖଇରୀ ନଦୀରେ ସ୍ନାନ ,ଓ ଗେରୁଆ ରଙ୍ଗର ପୋଷାକ ପିନ୍ଧି ପୂଜାର୍ଚ୍ଚନା ସାରି ସୁସଜ୍ଜିତ ଵାହୁଙ୍ଗୀ ଦ୍ଵାରା କଳଶରେ ପୁର୍ଣ ଜଳ ଭାରି ଧରି ସୁଦିର୍ଘ ୫୦ କିମି ପ୍ରବଳ ବର୍ଷା, ଘଡଘଡି, ବିଜୁଳି,ଖାଲ କମାଲ ରାସ୍ତା କୁ ଖାତିରି ନ କରି ଜଳ ଆଣି ସୋମବାର ଦିନ ସକାଳେ ବାବା ଐଶ୍ବାନେଶ୍ବର ପୀଠରେ ଜଳାଭିଷେକ କରି ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଥିଲେ ।ବିଭିନ୍ନ ନଦୀଘାଟ ପୂଜାର୍ଚନାରେ ମହମହ ବାସୁଥିଲା ।ରାସ୍ତା ସାରା ବୋଲି ବୋମ୍ ହର ହର ମହାଦେବ, ଜଟିଆ ବାବା ପାର‌୍ କରେଗା ନାରାରେପ୍ରକମ୍ପିତ ହୋଇଥିଲା ସମଗ୍ର ଅଞ୍ଚଳ ।ଯୁବଗୋଷ୍ଠୀ ଶିବ ନୃତ୍ୟ ସହ ବିଭିନ୍ନ , ଶିବ ଭଜନ ଗାଇ ଗାଇ ନୃତ୍ୟ କରିଥିଲେ ।ରାସ୍ତା ସାରା ଶ୍ରଦ୍ଧାଳୁମାନେ ସେମାନଙ୍କୁ ଅନ୍ନ ପ୍ରସାଦ ସେବା ଶୁଶ୍ରୁଷା କରିଥିଲେ ।ଐଶ୍ବାନେଶ୍ବର ମନ୍ଦିର କମିଟି ତରଫରୁ ବ୍ୟାପକ ଶୂଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯାଇଥିଲା ।ମନ୍ଦିର ପ୍ରାଙ୍ଗଣରେ ଏକ ଶକ୍ତିମୟୀ, ରସମୟ ପରିବେଶ ହୋଇ ଉଠିଥିଲା ।ବିଶ୍ଵାସ ଅଛି ଯେଉଁ ମାନସିକଧାରୀମାନେ ଐଶ୍ବାନେଶ୍ବର ପୀଠରେ ଜଳଲାଗି କରିଥାନ୍ତି ବାବା ସେମାନଙ୍କ ମନସ୍କାମନା ପୁର୍ଣ କରିଥାନ୍ତି ।

Related posts

ବାଲିଗୁଡା ରେ ମା’ ପାଟ୍ଟଖଣ୍ଡା ଠାକୁରାଣୀଙ୍କ ଯାତ୍ରାରମ୍ଭ: ନିମନ୍ତ୍ରଣ ପରେ ଫୁଲଚାଙ୍ଗୁଡ଼ି ପୂଜା ଓ ଦିଗବନ୍ଧନ ଶେଷ

masiha

ନବରଙ୍ଗପୁର ମୁଖ୍ୟ ରାସ୍ତା ଦେଇ ବିମାନ ରେ ଭଗବାନ ମହାବୀର ଙ୍କ ବିଶାଳ ଶୋଭାଯାତ୍ରା ଆୟୋଜିତ 

Sunil Chandra Nayak

ସ୍ଥାୟୀ ମନ୍ଦିରକୁ ଫେରିଲେ ମା ମାଝୀ ଗୌରୀ 

masiha

Leave a Comment

error: Content is protected !!