ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜୁନାଗଡ଼ ସହରକୁ ଗ୍ୟାସ ସିଲିଣ୍ଡର ଚୋରାଚାଲାଣ ଘଟଣା ବାସନ୍ତୀ ଭାରତ ଗ୍ୟାସ ଏଜେନ୍ସିରେ ଚଢ଼ାଉ କଲେ ଉପଖଣ୍ଡ ଯୋଗାଣ ବିଭାଗ

ଜୁନାଗଡ଼ ସହରକୁ ଗ୍ୟାସ ସିଲିଣ୍ଡର ଚୋରାଚାଲାଣ ଘଟଣା

ବାସନ୍ତୀ ଭାରତ ଗ୍ୟାସ ଏଜେନ୍ସିରେ ଚଢ଼ାଉ କଲେ ଉପଖଣ୍ଡ ଯୋଗାଣ ବିଭାଗ

ଧର୍ମଗଡ଼ :ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ସାରା ଦେଶରେ ଖାଉଟି ଗ୍ୟାସ ଯୋଗାଣକୁ ନେଇ ସଙ୍କଟ ଦେଖାଦେଇଥିବା ବେଳେ ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ପଡ଼ିଛି। ଗ୍ୟାସ ସିଲିଣ୍ଡର ପାଇବା ପାଇଁ ଗରିବ ଓ ସାଧାରଣ ଲୋକଙ୍କୁ ନିଜର ଦୈନନ୍ଦିନ କାମ ଛାଡ଼ି ଏଜେନ୍ସିରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା ମଧ୍ୟ ବକରିବାକୁ ପଡ଼ୁଥାଏ । ହେଲେ ଗ୍ୟାସ ଏଜେନ୍ସି ମାଲିକ ନିଜ ସ୍ଵାର୍ଥ ପାଇଁ ରାତି ଅଧିଆ ଗ୍ୟାସ ଚୋରାଚାଲାଣ କରିବା ଘଟଣା ସାଧାରଣ ରେ ଚର୍ଚ୍ଚାର ବିଷୟ ହୋଇଛି । 

ଗତ ସୋମବାର ସନ୍ଧ୍ୟାରେ ଜୁନାଗଡ଼କୁ ଏକ ବାଲେରୋ ପିକଅପ ଗାଡି ରେ ଖାଉଟି ଗ୍ୟାସ ଚୋରାଚାଲାଣ ହେଉଥିଲା । ଏ ନେଇ ଯୋଗାଣ ବିଭାଗ କୌଣସି ମତେ ଖବର ପାଇ ଉକ୍ତ ସିଲିଣ୍ଡର ବଜେଇ ପିକଅପ ଗାଡିକୁ ଧରିବା ସହିତ ଗ୍ୟାସ ସିଲିଣ୍ଡରକୁ ଜବତ କରିଥିଲେ । ସେଥିମଧ୍ୟରୁ ୨ ଟି ସିଲିଣ୍ଡର ଡ୍ୟାମେଜ ଥିବା ବେଳେ ୧୯ ଟି ଖାଲି ସିଲିଣ୍ଡର ଓ ବାକି ୫୪ ଟି ଫୁଲ ସିଲିଣ୍ଡର ଥିଲା । ଯୋଗାଣ ବିଭାଗ ଗାଡିକୁ ପୁଲିସକୁ ଜିମା ଦେଇଥିବା ବେଳେ ଗ୍ୟାସ ସିଲିଣ୍ଡରକୁ ମୁଣ୍ଡରାଗୁଡା ଗ୍ୟାସ ଏଜେନ୍ସିକୁ ଜିମା ଦେଇଥିଲେ। 

ତଦନ୍ତ ସମୟରେ ଫୁଣ୍ଡା ସ୍ଥିତ ବାସନ୍ତୀ ଭାରତ ଗ୍ୟାସ ଇଜେନ୍ସି ର ଭାରତ ଗ୍ୟାସ ସିଲିଣ୍ଡର ବୋଲି ଯୋଗାଣ ବିଭାଗ ଜାଣିଲା ପରେ ମଧ୍ୟ ଚୁପ ରହିଥିଲେ । ଆଜି ଗଣମାଧ୍ୟମ ରେ ଖବର ପ୍ରକାଶ ପାଇବା ପରେ ଧର୍ମଗଡ଼ ଉପଖଣ୍ଡ ଯୋଗାଣ ଅଧିକାରୀ ଆଜି ଫୁଣ୍ଡା ସ୍ଥିତ ବାସନ୍ତୀ ଗ୍ୟାସ ଏଜେନ୍ସି ରେ ଚଢ଼ାଉ କରିଥିଲେ । ଏହି ଚଢ଼ାଉ ସମୟରେ ସମ୍ପୃକ୍ତ ଏଜେନ୍ସି ଅନେକ ଅନିୟମିତତା କରିଥିବା ଜଣାପଡିଛି । ସେହିଭଳି ଉଜନ ମାପ ସାର୍ଟିପିକେଟ ମଧ୍ୟ ନାହିଁ । ଏତେ ସବୁ ଅନିୟମିତତା ଥାଇ ମଧ୍ୟ ବାସନ୍ତୀ ଏଜେନ୍ସିକୁ ଅନୁକମ୍ପା ନେଇ ସାଧାରଣ ଉଦବେଗ ପ୍ରକାଶ ପାଇଛି । ଗୋଟିଏ ଗ୍ୟାସ ସିଲିଣ୍ଡର ପାଇବାକୁ ପ୍ରାୟ ୪୫ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି। ଜୁନାଗଡ଼ ବ୍ଲକର ଅନେକ ଉପଭୋକ୍ତା ଗୋଲାମୁଣ୍ଡା ଅଞ୍ଚଳରେ ଥିବା ଭାରତ ଗ୍ୟାସ ଏଜେନ୍ସି ଉପରେ ନିର୍ଭରଶୀଳ। ନିଜ କାମ ଛାଡି ଗୋଟିଏ ଗ୍ୟାସ ସିଲିଣ୍ଡର ପାଇବା ପାଇଁ ୨୦ ରୁ ୨୫ କିମି ଯାଇ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିଥାନ୍ତି । କେତେକେତେ ଅପେକ୍ଷା କରି ମଧ୍ୟ ଖାଲି ହାତରେ ଫେରି ଆସନ୍ତି । ଏଭଲି ପରିସ୍ଥିତିରେ ସମ୍ପୃକ୍ତ ଗ୍ୟାସ ଏଜେନ୍ସି ନିଜ ସ୍ଵାର୍ଥ ପାଇଁ ଗ୍ୟାସ ସିଲିଣ୍ଡର ଚୋରାଚାଲାଣ କରିବା ଘଟଣା କେତେଦୂର ଜାତାର୍ଥ । ତୁରନ୍ତ ବାସନ୍ତୀ ଭାରତ ଗ୍ୟାସ ଏଜେନ୍ସିକୁ ବିଦା କରି ନୂତନ ଏଜେନ୍ସି ଦେବାକୁ ସାଧାରଣରେ ଦାବୀ ହୋଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସରକାରୀ ଅର୍ଥ ଆତ୍ମସାତ ଘଟଣାରେ ଭିଜିଲାନ୍ସ ରିମାଣ୍ଡରେ ସୂଚୀସ୍ମିତା , ୨ କୋଟି ୫୬ ଲକ୍ଷ ଅର୍ଥ ଆତ୍ମସାତ ହୋଇଥିବା ପ୍ରକାଶ

Sunil Chandra Nayak

ଓ ଏ ଭି ଛାତ୍ରାବାସ ରୁ ଲକ୍ଷ ଲକ୍ଷ ଟଙ୍କାର ବୈଦ୍ୟୁତିକ ସାମଗ୍ରୀ ଚୋରି ,ଥାନାରେ ଏତଲା 

Sunil Chandra Nayak

ସ୍ତ୍ରୀ ଗର୍ଭ ନଷ୍ଟ କରିଥିବାକୁ ନେଇ ସ୍ଵାମି ଥାନାରେ ଦେଲା ଏତେଲା

Sunil Chandra Nayak

Leave a Comment

error: Content is protected !!