ଗାଁ ଫେରିଲେ ଦାଦନ ହେଲେ ସର୍ଦାର ଙ୍କ ନାଲିଆଖି ରେ ଆତଙ୍କିତ ହୋଇ ପୋଲିସ ର ଦ୍ବାରସ୍ଥ
ସକାଳେ ପ୍ରଶାସନ ପକ୍ଷରୁ ଉଦ୍ଧାର ହୋଇ ଗାଁ ଫେରିଲେ ଦାଦନ ଶ୍ରମିକ,ହେଲେ ଘର କୁ ପହଞ୍ଚିବା ଆଗରୁ ପୁଣି ଦାଦନ ସର୍ଦାର ଙ୍କ ନାଲିଆଖି |ଟଙ୍କା ଫେରାଅ ନହେଲେ ସ୍ଥିତି ଭାୟାବହ ହେବ ଯାହାର ଭୟ ରେ ବେଲପଡା ଥାନାର ଦ୍ୱାରସ୍ଥ ହୋଇଛନ୍ତି ଦାଦନ ଶ୍ରମିକ |ତାଙ୍କ ଅଭିଯୋଗ ଅନୁସାରେ ଦାଦନ ଦଲାଲ ମାନେ ଟଙ୍କା ମାଗୁଥିବା ଅଭିଯୋଗ କରୁଛନ୍ତି, ସର୍ଦାର ଙ୍କ ଧମକ ଚମକରେ ଭୟବିତ ଥିବା ଶ୍ରମିକ କହୁଛନ୍ତି | ଉଦ୍ଧାର ଶ୍ରମିକ ମାନେ ହେଲେ ବେଲପଡା ବ୍ଲକ ର ତେନ୍ତୁଳିମୁଣ୍ଡା, ରାଡ଼ବାହାଲ, ସର୍ଗିଗୁଡା ଓ ବାଘୁଆବାହାଲ ଗାଁର |ପ୍ରାୟ 30 ଜଣ ଦାଦନ ଶ୍ରମିକ ନିର୍ଯାତନା ର ଶିକାର ହୋଇ ପ୍ରଶାସନ ଦ୍ୱାରା ଉଦ୍ଧାର ହୋଇ ଗାଁ ଫେରିବା ପରେ ସମସ୍ତେ ବେଲପଡା ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି |ଶ୍ରମିକ ମାନ ଙ୍କ ଅଭିଯୋଗ ଅନୁସାରେ ଗତ ଜାନୁୟାରୀ ମାସରେ ବେଲପଡା ଥାନା ମଣ୍ଡଳ ଗାଁର ଦାଦନ ସର୍ଦାର ଙ୍କ ଜରିଆରେ ସେମାନେ ହାଇଦ୍ରାବାଦ ଅଂଚଳ କୁ ଦାଦନ ଖଟିବାକୁ ଯାଇଥିଲେ |ସେଠାରେ କିଛି ଦିନ କାମ କଲାପରେ ଇଟାଭାଟି ମାଲିକ ଶ୍ରମିକ ମାନଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ |ଶ୍ରମିକ ମାନଙ୍କୁ ମାଡ଼ ମାରିବା ସହ ଅତ୍ୟଧିକ କାମ କରିବାକୁ ବାଧ୍ୟ କରୁଥିଲା ମାଲିକ |ଏନେଇ ଶ୍ରମିକ ମାନେ ହାର ଗୁହାରି କରିବା ପରେ ଓଡିଶା ସରକାର ପକ୍ଷରୁ ତାଙ୍କୁ ଉଦ୍ଧାର କରି ଆଜି ଘର କୁ ଅଣାଯାଇଥିଲା |ତଥାପି ଦାଦନ ଦଲାଲ ରତନ ବାଗ ଓ କେଶବ ସୁନା ଶ୍ରମିକ ମାନଙ୍କୁ ଧମକ ଚକମ ଦେଉଥିବା ଶ୍ରମିକ ମାନେ ଅଭିଯୋଗ ଆଣୁଛନ୍ତି |ବାକିତକ ଟଙ୍କା ଫେରାଇ ବାକୁ ଧମକ ଚମକ ଦେଉଥିବାରୁ ଶ୍ରମିକ ମାନେ ବେଲପଡା ଥାନାକୁ ଆସି ଲିଖିତ ଅଭିଯୋଗ କରିଛନ୍ତି |ଶ୍ରମିକ ମାନଙ୍କ ମଧ୍ୟ୍ୟ ରେ ରବୀନ୍ଦ୍ର ଶବର,ଯୁଗେଶ୍ୱର ବାଗ, ଜଗନ୍ନାଥ ବାଗ, ନନ୍ଦୀ ବାଗ, ଅକ୍ଷୟ ହଂସ, ରିତୁ ହଂସ, ଶେଷଦେବ ଶବର ଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ |
ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍

