ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଆସିକା ରେ ମୋବାଇଲ ଦୋକାନରୁ ଚୋରି

ଆସିକା ରେ ମୋବାଇଲ ଦୋକାନରୁ ଚୋରି

ଆସିକା,୯/୧/୨୫ ଗଞ୍ଜାମ ଜିଲ୍ଲାରେ ଚୋରଙ୍କ ଆତଙ୍କ ଦିନକୁ ଦିନ ବଢ଼ିବାରେ ଲାଗିଛି। ପୋଲିସ ର ପେଟ୍ରୋଲିଙ୍ଗ ବ୍ୟବସ୍ଥା ଉପରେ ପ୍ରଶ୍ନ ଲାଗିଛି। ପୋଲିସ୍ ପେଟ୍ରୋଲିଙ୍ଗ କୁ ଚ୍ୟାଲେଞ୍ଜ ଦେଇ ଆସିକା ସହର ର କେନ୍ଦ୍ରସ୍ଥଳୀ ରେ ଥିବା ହାଟପଦା ଛକର ପଣ୍ଡା ମୋବାଇଲ ଦୋକାନର କବାଟ ଭାଙ୍ଗି ମୋବାଇଲ ଓ ଅର୍ଥ ଲୁଟ କରି ଚୋର ମାନେ ଫେରାର ହୋଇଥିବା ଖବର ମିଳିଛି। ଗତ ବୁଧବାର ଦିନ ସବୁଦିନ ଭଳି ପଣ୍ଡା ମୋବାଇଲ ଦୋକାନର ମାଲିକ ଲକ୍ଷଣ ଓ ଭରତ ପଣ୍ଡା ଦୁଇ ଭାଇ ଦୋକାନ ବନ୍ଦ କରିଯାଇଥିଲେ। ବୁଧବାର ଦିନ ମଧ୍ୟ ରାତ୍ରରେ ଚୋର ମାନେ ଦୋକାନର କବାଟ ଭାଙ୍ଗି ମୋବାଇଲ ଚୋରି କରିବା ନେଇ ଆସିକା ଥାନାରେ ଅଭିଯୋଗ ହୋଇଛି। ଆସିକା ଅଞ୍ଚଳରେ ଦିନକୁ ଦିନ ଚୋରି ବୃଦ୍ଧି ପାଇଛି। ଆସିକା ସହରର କେନ୍ଦ୍ର ସ୍ଥଳୀରେ ବ୍ରିଟିଶ ଅମଳରୁ ଥାନା ରହିଥିଲା। କିଛି ବର୍ଷ ହେଲାନୂତନ ଥାନାର କୋଠା ତହସିଲ କାର୍ଯ୍ୟାଳୟ ନିକଟକୁ ସ୍ଥାନାନ୍ତର ହୋଇଛି। ସହର ଠାରୁ ଦୂରଥୂବା ଯୋଗୁଁ ଚୋରଙ୍କ ଆତଙ୍କ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆସିକା ସହରରେ ପୋଲିସ ପକ୍ଷରୁ ପେଟ୍ରୋଲିଙ୍ଗ ବ୍ୟବସ୍ଥା କଡା କଡ଼ି କରିବାକୁ ସଚେତନ ମହଲ ରେ ଦାବୀ ହେଉଛି। ଆସିକା ସହର ର କେନ୍ଦ୍ରସ୍ଥଳୀ ରେ ଏଭଳି ଚୋରୀକୁ ନେଇ ବ୍ୟବସାୟୀ ଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଅନ୍ୟ ଦିଗକୁ ଦେଖିଲେ ପୋଲିସ ର ଢିଲା ପେଟ୍ରୋଲଙ୍ଗ କୁ ଦାୟୀ କରୁଛନ୍ତି ଅଞ୍ଚଳ ବାସୀ ଏହାର ସୁଯୋଗ ନେଉଛନ୍ତି ଚୋର ବୋଲି ଚର୍ଚ୍ଚା ହେଉଛି।

ଆସିକା ରୁ ଶିବ ଶଙ୍କର ମିଶ୍ର ମସୀହା ନ୍ୟୁଜ୍

Related posts

ଶକ୍ତିପୀଠ ତାଳଗୁଡ଼ ମାଁ ଡୋକରି ମନ୍ଦିରରେ ଚୋରି ,୩ ଅଟକ

masiha

ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କ ସହ ୯ କିଲୋଗ୍ରାମ ଗଞ୍ଜେଇ ଓ ୧ ବାଇକକୁ ଜବତ୍ କଲା ରାଉରକେଲା ପୋଲିସ୍

Sunil Chandra Nayak

ଆମ୍ବ ଗୋଟାଇବାକୁ ଯାଇଥିବାବେଳେ ବ୍ୟକ୍ତିଙ୍କୁ ଦଳିଦେଲା ହାତୀ

Leave a Comment

error: Content is protected !!