ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଣବ ପଟ୍ଟନାୟକଙ୍କ ସମେତ ମହମ୍ମଦ ରଫି ଓ ଲତାଙ୍କୁ ସଙ୍ଗୀତ ତରଙ୍ଗ ମ୍ୟୁଜିକ୍ କ୍ଲବର ସଙ୍ଗୀତମୟ ଶ୍ରଦ୍ଧାଞ୍ଜଳି

ପ୍ରଣବ ପଟ୍ଟନାୟକଙ୍କ ସମେତ ମହମ୍ମଦ ରଫି ଓ ଲତାଙ୍କୁ ସଙ୍ଗୀତ ତରଙ୍ଗ ମ୍ୟୁଜିକ୍ କ୍ଲବର ସଙ୍ଗୀତମୟ ଶ୍ରଦ୍ଧାଞ୍ଜଳି

 ରାଉରକେଲା: ରାଉରକେଲା ଇସ୍ପାତ ସହରର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ “ସଙ୍ଗୀତ ତରଙ୍ଗ ମ୍ୟୁଜିକ୍ କ୍ଲବ୍” ର ପ୍ରତିଭା ସମ୍ପନ୍ନ କଳାକାରମାନେ ଇସ୍ପାତ ମାର୍କେଟ ସ୍ଥିତ ସରୋବର କୋର୍ଟ ନିକଟରେ ଆୟୋଜିତ ଏକ ମନୋରମ ସଙ୍ଗୀତ ସନ୍ଧ୍ୟାରେ ବଲିଉଡର ବିଗତ ଦିନର ପ୍ରଖ୍ୟାତ ପ୍ରଛଦପଟ କଣ୍ଠଶିଳ୍ପୀ ମହମ୍ମଦ ରଫି, ଲତା ମଙ୍ଗେସକରଙ୍କ ଶ୍ରାଦ୍ଧ ବାର୍ଷିକୀ ତଥା ନିକଟରେ ଇହ ଧାମ ତ୍ୟାଗ କରିଥିବା ଓଡ଼ିଶା ସିନେ ଜଗତର ଲୋକପ୍ରିୟ ପ୍ରଖ୍ୟାତ କଣ୍ଠ ଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଉପଲକ୍ଷେ ବିଶେଷ ସଙ୍ଗୀତ ପରିବେଷଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପଦେଷ୍ଟା ମନୋରଞ୍ଜନ ଦାଶ, ଡକ୍ଟର୍ ପି କେ ସାହୁ, ଡାକ୍ତର ଜୟନ୍ତ ଆଚାର୍ଯ୍ୟ, ବଲଜିତ ସିଂହ ଓ ଅନ୍ୟାନ୍ୟ କାର୍ଯ୍ୟନିର୍ବାହୀ ସଭ୍ୟ ସମୁହ ପ୍ରଦୀପ ପ୍ରଜ୍ବଳନ ସହ ଶୁଭାରମ୍ଭ କରିଥିଲେ | ସଭାପତି ତପନ ନାୟକ ପ୍ରାରମ୍ଭିକ ସମ୍ଭାଷଣ ଦେଵା ସହ ସାଧାରଣ ସମ୍ପାଦକ ସନ୍ତୋଷ ଦାସ ଅନୁଷ୍ଠାନର ସୃଷ୍ଟି, ଉଦ୍ଦେଶ୍ୟ, ଯୋଜନା ସମ୍ପର୍କରେ ସଂକ୍ଷେପରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ଆୟୋଜକ ସମ୍ପାଦକ ସତ୍ୟବ୍ରତ ମହାନ୍ତି ଓ ପ୍ରଶାସନିକ ସଚିବ ପ୍ରଦୀପ ମହନ୍ତ ଯଥାକ୍ରମେ ପ୍ରଣବ ପଟ୍ଟନାୟକଙ୍କ ସଂଗୀତ ଜୀବନ ଉପରେ ଦୃଷ୍ଟି ଆକର୍ଷଣ କରିବା ସହ ଦିବଂଗତ ଆତ୍ମାଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା ସହ କାର୍ଯ୍ୟକ୍ରମକୁ ଆଗେଇନେଇଥିଲେ | ଏହି ଅବସରରେ ପୁରୁଣା ଓ ନୂଆ ବିଭିନ୍ନ ସ୍ୱାଦର ରଫି, ଲତା ତଥା ପ୍ରଣବ ପଟ୍ଟନାୟକଙ୍କ ଗାଇଥିବା ଗୀତ ପରିବେଷଣ କରି କଳାକାର ମାନେ ଦର୍ଶକଙ୍କ ମନମୁଗ୍ଧ କରିଥିଲେ |  

ବଂଶୀ ଓ ସେକ୍ସୋଫୋନର ଯୁଗ୍ମ ପରିବେଷଣରେ ଛୁପ୍ ଗଏ ସାରେ ନଜାରେ ଏବଂ ସେକ୍ସୋଫୋନର ଏକକରେ ତୁମ୍ ବିନ ଯାଉଁ କାହାଁ ଗୀତର ଧୁନ୍ ରେ ଡା ଆଚାର୍ଯ୍ୟ ଓ ଶ୍ରୀ ସିଂହ ଦର୍ଶକଙ୍କୁ ମନ୍ତ୍ର ମୁଗ୍ଧ କରିଥିଲେ |

ସନ୍ଧ୍ୟାର କଳାକାର ମାନେ ଥିଲେ ସଙ୍ଗୀତା ପାତ୍ର , ମିନତୀ ତ୍ରିପାଠୀ, ଶୁଭସ୍ମିତା ଦାସ, ଶୁଭଶ୍ରୀ ଦାସ, ମନୋରଞ୍ଜନ ଦାଶ, ଡକ୍ଟର୍ ପିକେ ସାହୁ, ଡା ଜୟନ୍ତ ଆଚାର୍ଯ୍ୟ, ବଲ୍ଜିତ୍ ସିଂହ, ତପନ ନାୟକ, ସନ୍ତୋଷ ଦାସ, ସତ୍ୟବ୍ରତ ମହାନ୍ତି, ପ୍ରଦୀପ ମହନ୍ତ, ଅଶ୍ଵିନୀ ସିଂ, ଅଶୋକ ପଟେଲ, ରାମ ମହନ୍ତ, ପ୍ରଭାତ ମିଶ୍ର ଓ ରଜତ ପଣ୍ଡା । ଫିରୋଜ୍ ଓ ଶୁଭଶ୍ରୀଙ୍କ ମଞ୍ଚ ସଞ୍ଚାଳନ ବେଶ୍ ଆକର୍ଷଣୀୟ ହୋଇଥିଲା । ଅନୁଷ୍ଠାନର ସାଂସ୍କୃତିକ ସଚିବ ଗଦାଧର ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଶ୍ରୀଗୁଣ୍ଡିଚା ସାଂସ୍କୃତିକ ସେବା ସମିତି ର ସାଂସ୍କୃତିକ କାର୍ଯ୍ୟକ୍ରମ 

Sunil Chandra Nayak

ପୁଣି ଚମକାଇ ଦେଲେ ଝିଅ ବନିତା

masiha

ନର୍ଲା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ମିଲେଟ୍ସ ପ୍ରତିଯୋଗିତା ଅନୁଷ୍ଠିତ

masiha

Leave a Comment

error: Content is protected !!