ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକରେ ସାଂସଦ ଓ ବିଧାୟକ ଙ୍କ ମିଳିତ ଗସ୍ତ 

ବନ୍ଧୁଗାଁ ବ୍ଲକରେ ସାଂସଦ ଓ ବିଧାୟକ ଙ୍କ ମିଳିତ ଗସ୍ତ 

ବନ୍ଧୁଗାଁ ତା, ୨୭/୮/୨୬, ବନ୍ଧୁଗାଁ ବ୍ଲକ ଗସ୍ତରେ କୋରାପୁଟ ଜିଲ୍ଲାର ସାଂସଦ ଶ୍ରୀ ସପ୍ତଗିରି ଶଙ୍କର ଉଲୁକା ଓ ଲୋଷ୍ମୀପୁର ନିର୍ବାଚନ ମଣ୍ଡଳିର ବିଧାୟକ ଶ୍ରୀ ପବିତ୍ର ସାଉନ୍ତା ଙ୍କ ମିଳିତ ଗସ୍ତ I ଦୁଇ ଜଣଙ୍କୁ ସର୍ବ ପ୍ରଥମେ ଭଵ୍ୟ ସାଗତ ସମ୍ଭରର୍ଦ୍ଧ୍ୱନା ଜଣାଇବା ସହ ପୁଷ୍ପ ଗୁଛ ଦେଇ ବ୍ଲକର ଓସ୍ୱାଲ ଭଵନ ଘୃହକୁ ପା୍ଚୋଟି ନେଇଥିଲେ I ବୈଠକ ଘୃହ ଠାରେ ବ୍ଲକର ବିଡ଼ିଓ ଅସିତ କୁମାର ମହାନ୍ତି ଓ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଲଷ୍ମୀ ମିଣ୍ୟାକା ଓ ଉପାଧ୍ୟକ୍ଷା ଶ୍ରୀମତି ଗୀତାଞ୍ଜଲି ପଡିକା ଓ ସାଂସଦ ପ୍ରତିନିଧି ଶ୍ରୀ ଲଖଣ ଖସଲା, ଓ ପୂର୍ବତନ ବିଧାୟକ ପ୍ରତିନିଧି କାମେଶ୍ୱର ରାତନାଲୁ, ବ୍ଲକ କଂଗ୍ରେସ ସଭାପତି ଡି. ଏଙ୍କାଟି, କଂଗ୍ରେସ ଦଳର ପୁରୁଖା ନେତା ଅସକ ପଣ୍ଡା, କୁମର ଖସଲା, ଯୋଗାଲୁ ପଟ୍ଟନାୟକ, ରୋତନା ଦାବଦଡା ସିଙ୍ଗ ଓ ବ୍ଲକର ସମସ୍ତ ପଞ୍ଚାୟତ ର କଂଗ୍ରେସ ଦଳର ସବୁ ପଞ୍ଚାୟତ ସଭାପତି ଓ ବ୍ଲକର ସମସ୍ତ ବିଭାଗର ଆଧିକାରୀ ଓ କଂଗ୍ରେସ ଦଳର ସତାଧିକ କର୍ମୀ ଙ୍କ ଉପସ୍ଥିତରେ ଆଜି ବ୍ଲକ ପରସର ଠାରେ ଉନ୍ନତି ମୂଳକ କାର୍ଯ୍ୟ ବିଷୟକୁ ନେଇ ଆଲଚନା କରିଥିଲେ I ଏଥିସହ ଆଲମଣ୍ଡା ପଞ୍ଚାୟତ ଠାରେ ଚାଲିଥିବା ଏକଲବ୍ୟ ବିଦ୍ୟାଳୟ ପରିଦର୍ଶନ କରିଥିଲେ ଓ ଏଥିସହ ଆଜି ଭାଇ ଭଉଣୀଙ୍କ ଅତୁଟ ପ୍ରେମ ପାଇଁ ଭାଇ ଭଉଣୀଙ୍କ ସମ୍ଫର୍କକୁ ଆଧାର କରି ଆଲମଣ୍ଡା ଗ୍ରାମର କିଛି ମହିଳା କୋରାପୁଟ ସାଂସଦ ଓ ଲଷ୍ମୀପୁର ବିଧାୟକ ଦୁଇ ମହାସୟଙ୍କୁ ରାଖୀ ବାନ୍ଦିବା ସହ ଭାଇ ଭଉଣୀର ଆଶ୍ରିର୍ବାଦ ନେଇଥିଲେ I ଏବଂ ହାତୀଗଡା ଗ୍ରାମରେ ଚାଲିଥିବା ରାସ୍ତା ପାର୍ଶ୍ଵ ପାଇଁ ଗାର୍ଡ ୱାଲ,କାମ ଓ ଆଲମଣ୍ଡା ଗ୍ରାମର ମେଦିରି ସାହି ପଛପଟେ ବର୍ଷା ପାଣି ଖାଇ ଘର ପ୍ରତି ବିପଦ ଦେଖା ଯାଇଥିବା ଯୋଗୁଁ ଗାର୍ଡ ୱାଲ,ଓ ବନ୍ଧୁଗାଁ ପଞ୍ଚାୟତ ର ଦାସିନୀ ଗ୍ରାମରେ ପୁରୁଣା ଗାର୍ଡ ୱାଲ, ବାଉଁଶ ପୁଟ ଗାଁରେ ରାସ୍ତା ପାର୍ଶ୍ଵ ପାଇଁ ଗାର୍ଡ ୱାଲ,ଓ କାଟ୍ରାଗାଡା ଗ୍ରାମରେ ମଧ୍ୟ ଗାଁ ପୋଚ ପଟେ ଗାର୍ଡ ୱାଲ,ଓ ଶେଷରେ କାନା ଗାଁ ପଞ୍ଚାୟତ ର ରାମିଜି ପୁଟ ଗ୍ରାମର କିଛି ଉନ୍ନତି ମୂଳକ କାର୍ଯ୍ୟ o ଚାଷ ଜମିରେ ଜଳ ସେଚନ ପାଇଁ ଡ୍ରେନ ଓ ନିଲାବାଡ଼ି ଗ୍ରାମରେ ହରିଜନ ସାହି ପାଇଁ ସାଂସଦ ପ୍ରତିନିଧିଙ୍କ ଦ୍ୱାରା କିଛି ଫଣ୍ଡ ରେ କାର୍ଯ୍ୟ କରିବା ପାଇଁ ଓ ଜୟଗୁଡା ଗ୍ରାମ ର ଏକ ଗାର୍ଡ ୱାଲ ଓ ବୈଠକ କେନ୍ଦ୍ର ପାଇଁ ସାଂସଦ ଙ୍କି ବିନମ୍ର କରି କାର୍ଯ୍ୟ କରିବା ପାଇଁ ନିଜ ପାଣ୍ଠିରୁ କରିବା ପାଇଁ ପରି ଦର୍ଶନ କରି ପଞ୍ଚାୟତ ର କନିଷ୍ଟ ଯନ୍ତ୍ରୀଙ୍କୁ କାର୍ଯ୍ୟ ଆରମ୍ଭ କରିବା ପାଇଁ ସାଂସଦ କହିଥିଲେ I 

 ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ନିଗମାନନ୍ଦ ଜୟନ୍ତୀ ପାଳିତ 

Sunil Chandra Nayak

ବିଶ୍ବ ମଧୁମେହ ତଥା ବିଶ୍ବ ଏଡ୍.ସ୍ ଦିବସ ପରିପ୍ରେକ୍ଷିରେ ବିଭିନ୍ନ ପ୍ରତିଯୋଗୀତା ପାଳିତ

masiha

ଇଣ୍ଡିଆ ବ୍ଳକ ଡାକରାରେ ଢେଙ୍କାନାଳ ବନ୍ଦ ସଫଳ

Sunil Chandra Nayak

Leave a Comment

error: Content is protected !!