ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛତିକୁଡା କିଡିଙ୍ଗ ରାସ୍ତାର ବଞ୍ଜାରୀ ଘାଟିରେ ପୁଣି ଓଲଟିଲା ଗ୍ୟାସ୍ ଟ୍ୟାଙ୍କର୍….  ପ୍ରଶାସନ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି

ଛତିକୁଡା କିଡିଙ୍ଗ ରାସ୍ତାର ବଞ୍ଜାରୀ ଘାଟିରେ ପୁଣି ଓଲଟିଲା ଗ୍ୟାସ୍ ଟ୍ୟାଙ୍କର୍….

 ପ୍ରଶାସନ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି

କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ୬ ନମ୍ବର ରାଜ୍ୟ ରାଜପଥର କିଡିଙ୍ଗ-ଛତିକୁଡ଼ା ରାସ୍ତାର ବଞ୍ଜାରୀ ଘାଟିରେ ପୁଣି ଶୁକ୍ରବାର ଅପରାହ୍ନରେଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ଏକ ଜ୍ୱଳନଶୀଳ ଗ୍ୟାସ୍ ଟ୍ୟାଙ୍କର୍ ଭାରସାମ୍ୟ ହରାଇ ଘାଟିରେ ଓଲଟି ପଡ଼ିବା ପରେ ଅଞ୍ଚଳରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଦୁର୍ଘଟଣା ପରେ ଟ୍ୟାଙ୍କର୍‌ର ଡ୍ରାଇଭର ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇଥିବା ଜଣାପଡ଼ିଛି। ସମ୍ଭାବ୍ୟ ଗ୍ୟାସ୍ ଲିକେଜ୍ ଓ ଅଘଟଣକୁ ଦୃଷ୍ଟିରେ ରଖି ଛତିକୁଡ଼ା-କିଡିଙ୍ଗ ରାସ୍ତାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଫଳରେ ଭବାନୀପାଟଣା-ରାୟଗଡ଼ା ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଭାରୀଯାନ ଅଟକି ରହିଛି। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଭବାନୀପାଟଣା ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା, ଲାଞ୍ଜିଗଡ଼ ତହସିଲଦାର ବନମାଳୀ ମେହେର, ନର୍ଲା ଥାନାଧିକାରୀ କୈବଲ୍ୟ ସେଠ ଓ ସିକେରକୁପା ଫାଣ୍ଡି ଅଧିକାରୀ ମୂରଲି ମୋହନ ପିଡ଼ିକାଙ୍କ ସମେତ ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଛନ୍ତି। ଲାଞ୍ଜିଗଡ଼ ଦମକଳ ବାହିନୀ ମଧ୍ୟ ପହଞ୍ଚି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି। ଟ୍ୟାଙ୍କର୍‌କୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି।ଉଲ୍ଲେଖଯୋଗ୍ୟ, ପ୍ରାୟ ଛଅ ମାସ ପୂର୍ବରୁ ମଧ୍ୟ ଏହି ସ୍ଥାନ ନିକଟରେ ଆଉ ଏକ ଗ୍ୟାସ୍ ଟ୍ୟାଙ୍କର୍ ଓଲଟି ପଡ଼ିଥିଲା। ସେତେବେଳେ ପୋଲିସ, ପ୍ରଶାସନ ଓ ଅଗ୍ନିଶମ ବାହିନୀ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚଳାଇ ଦୀର୍ଘ ୧୮ ଘଣ୍ଟା ପରେ ଅଞ୍ଚଳବାସୀଙ୍କୁ ସମ୍ଭାବ୍ୟ ବିପଦରୁ ମୁକ୍ତ କରିଥିଲେ। ଏବେ ପୁଣି ସମାନ ଧରଣର ଘଟଣା ଘଟିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।

ସୁରକ୍ଷା ଦୃଷ୍ଟିରୁ ଭବାନୀପାଟଣା ପଟୁ ରାୟଗଡ଼ା କିମ୍ବା ଲାଞ୍ଜିଗଡ଼ ଯାଉଥିବା ଯାନବାହନକୁ କଦଳୀଘାଟି ଛକରୁ ବିକଳ୍ପ ରାସ୍ତା ଦେଇ ଯିବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି। ସେହିପରି ରାୟଗଡ଼ା ଓ ଲାଞ୍ଜିଗଡ଼ ପଟୁ ଆସୁଥିବା ଯାନବାହନଗୁଡ଼ିକୁ ମଧ୍ୟ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ କୁହାଯାଇଛି। ଘଟଣାସ୍ଥଳରେ ସମ୍ଭାବ୍ୟ ବିପଦ ଉପରେ ଲଗାତାର ନଜର ରଖାଯାଇଥିବାବେଳେ ଟ୍ୟାଙ୍କର୍ ଉଦ୍ଧାର ପରେ ହିଁ ଯାତାୟାତ ସ୍ୱାଭାବିକ ହେବ ବୋଲି ଜଣାପଡ଼ିଛି। ସନ୍ଧ୍ୟା ସାଢ଼େ ସାତଟା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବିଶ୍ୱ ବାଳ ଶ୍ରମିକ ବିରୋଧ ଦିବସ ଅବସରରେ ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ 

masiha

ଓଡିଶା ବନ୍ଦ ୮ ଅକ୍ଟୋବର ନେଇ କଂଗ୍ରେସ ର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ 

Sunil Chandra Nayak

“ସଡ଼କ ସୁରକ୍ଷା ଓ ସାଇବର ସୁରକ୍ଷା” ଉପରେ ଏକ ସଚେତନ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!