ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ପ୍ରଦର୍ଶନୀ ଫୁଟବଲ୍‌ ପ୍ରତିଯୋଗୀତା : ପ୍ରଶାସନ ଏକାଦଶ ବିଜୟୀ

ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ପ୍ରଦର୍ଶନୀ ଫୁଟବଲ୍‌ ପ୍ରତିଯୋଗୀତା : ପ୍ରଶାସନ ଏକାଦଶ ବିଜୟୀ 

ବାଲିଗୁଡା, ତା, ୨୯/୦୮: (ମନିସ): ସମ୍ପର୍କ-ସହଯୋଗ ଓ ସହଭାଗୀତା କୁ ଆଧାର କରି ଭାରତୀୟ ହକିର ଯାଦୁଗର ମେଜର ଧ୍ୟାନ ଚାନ୍ଦ ସିଂ ଙ୍କ ଜନ୍ମ ତିଥି ତଥା ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ସ୍ଥାନୀୟ ଉପଖଣ୍ଡ କ୍ରୀଡା ସଂଘ ଆନୁକୂଲ୍ୟରେ ଏକ ପ୍ରଦର୍ଶନୀ ଫୁଟବଲ୍‌ ପ୍ରତିଯୋଗୀତା ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅତିଥି ଭାବେ ସ୍ଥାନୀୟ ସହାୟକ ଜିଲ୍ଲାପାଳ ସଂଜୀବ କୁମାର ରୁପାମାଝୀ , ରୂପକ କୁମାର କୁଜୁର, ରେଭିନ୍ୟୁ ସୁପର ଭାଇଜର ବିପିନ କୁମାର ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ମଲ୍ଲିକ ପ୍ରମୁଖ ଯୋଗ ଦେଇ ଆନୁଷ୍ଠାନିକ ଭାବେ ପ୍ରଥମ ସଟ ଦେଇ ଉଦଘାଟନ କରିଥିଲେ । ଏହି ପ୍ରତିଯୋଗୀତା ତିନୋଟି ପର୍ଯ୍ୟାୟ ରେ ହୋଇଥିଲା l ପ୍ରଶାସନ, ଜନ ପ୍ରତିନିଧି ଗଣମାଧ୍ୟମ, ବେସରକାରୀ ସଂଗଠନ ଓ ଅଞ୍ଚଳର ବରିଷ୍ଠ ଫୁଟବଲ ଦଳ ଅଂଶଗ୍ରହଣ କରି ନିଜ ନିଜର ଖେଳ ପ୍ରଦର୍ଶନ କରିଥିଲେ । ଏଥିରେ ପ୍ରଥମ ଖେଳ ବେସରକାରୀ ସଂଘ ୩-୦ ଗୋଲ ରେ ପ୍ରେସ ଏକାଦଶ କୁ ପରାସ୍ତ କରିଥିଲେ। ଦ୍ୱିତୀୟ ଖେଳ ରେ ପ୍ରଶାସନ ଏକାଦଶ – ଭେଟେରାନ ଏକାଦଶ କୁ ୧-୦ ଗୋଲ ରେ ପରାସ୍ତ କରିଥିଲେ। ଫାଇନାଲ ଖେଳ ରେ ପ୍ରଶାସନ ଏକାଦଶ ବେସରକାରୀ ସଂଗଠନ କୁ ୨-୦ ଗୋଲରେ ହରାଇ ଚାମ୍ପିଅନ ହୋଇଥିଲେ। ଏହି ଅବସରରେ ୭ ଜଣ କୃତି କ୍ରୀଡାବିତ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଘ ଉପସଭାପତି ସତ୍ୟ ନାରାୟଣ ପାଢ଼ୀ, ସମ୍ପାଦକ ଡ.ସୁଶାନ୍ତ କୁମାର ଦାସ, ଉପଦେଷ୍ଟା ସୁରେନ୍ଦ୍ର କୁମାର ପାତ୍ର ,ଶିବାନନ୍ଦ ପଟ୍ଟନାୟକ ,ସୂର୍ଯ୍ୟ ନାରାୟଣ ସୁଆର, ଗଙ୍ଗାଧର ପଣ୍ଡା , ପ୍ରଶାନ୍ତ କୁମାର ସାହୁ, ଶ୍ରୀନିବାସ ଦୋରା ,ସୁଜିତ୍ କୁମାର ପାଳ, ସମୀର କୁମାର ପଟ୍ଟନାୟକ, ରଞ୍ଜିତ୍ କୁମାର ମହାନ୍ତି, ଏଲିଆସ ଦିଗାଳ ,ମିଲ୍ଟନ୍ ନାୟକ ଓ ସଂଜୀବ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ଖେଳ ପରିଚାଳନା କରିଥିଲେ।

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

Related posts

୨୯୮ ଦିବ୍ୟାଙ୍ଗ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା  

masiha

ବଳଦିଆମାଲରେ ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

masiha

ସେଲ୍ଫ ଫାଇନାନସିଂ ବିଜ୍ଞାନ ପାଠ୍ୟକ୍ରମର ଫି’ ଛାଡ ପାଇଁ ଦାବି  ଉପଜିଲ୍ଲାପାଳଙ୍କୁ ଦାବୀ ପତ୍ର ଦେଲେ ଜୁନାଗଡ ର ଛାତ୍ରଛାତ୍ରୀ

Sunil Chandra Nayak

Leave a Comment

error: Content is protected !!