ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ଜିଲ୍ଲାସ୍ତରୀୟ ଶିକ୍ଷା କନ୍ ଭେନ୍ ସନ୍ -୨୦୨୬ ଅନୁଷ୍ଠିତ 

ଢେଙ୍କାନାଳ ଜିଲ୍ଲାସ୍ତରୀୟ ଶିକ୍ଷା କନ୍ ଭେନ୍ ସନ୍ -୨୦୨୬ ଅନୁଷ୍ଠିତ 

ଢେଙ୍କାନାଳ : ତା.୩୦.୦୮.୨୦୨୬ ରିଖ: ( ):ପ୍ରୋଗ୍ରେସିଭ ଷ୍ଟୁଡେଣ୍ଟସ୍ ଫୋରମ୍,ଢ଼େଙ୍କାନାଳର ନିବେଦକ ବିନୋଦ ସେଠୀଙ୍କ ଆବାହକତ୍ୱରେ ଢ଼େଙ୍କାନାଳ ମହିଳା ମହାବିଦ୍ୟାଳୟ ନିକଟସ୍ଥ ବିପ୍ଳବୀ ସାରଙ୍ଗଧର ଦାସ ଲାଇବ୍ରେରୀ ସଭାଗୃହରେ ବରିଷ୍ଠ ଶିକ୍ଷାବିତ୍ ଡା.ଦେବୀ ପ୍ରସାଦ ମିଶ୍ରଙ୍କ ସଭାପତିତ୍ୱରେ ପ୍ରାତଃ ୧୦ ଘଟିକା ସମୟରେ ଢେଙ୍କାନାଳ ଜିଲ୍ଲାସ୍ତରୀୟ ଶିକ୍ଷା କନ୍ ଭେନ୍ ସନ୍ -୨୦୨୬ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ଓଷ୍ଟା ଶିକ୍ଷକ ସଂଘର ପ୍ରାକ୍ତନ ସମ୍ପାଦକ ଶିକ୍ଷାବିତ୍ ବିଭୂତି ସାମଲ ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ତ୍ରୁଟିପୂର୍ଣ ପାଠ୍ୟପୁସ୍ତକକୁ ସଂପୂର୍ଣ ପ୍ରତ୍ୟାହାର କରି ଚଳିତ ଶିକ୍ଷା ବର୍ଷ ପାଇଁ ଗତ ବର୍ଷର ପାଠ୍ୟପୁସ୍ତକରେ ଶିକ୍ଷାଦାନ କରିବା,ପ୍ରକାଶିତ ପାଠ୍ୟପୁସ୍ତକରେ ତ୍ରୁଟି ସଂଶୋଧନ ନୁହେଁ,ନୂତନ ଭାବେ ପାଠ୍ୟପୁସ୍ତକ ପୁନର୍ଲିଖନ କରିବା ଏବଂ ସେଥିପାଇଁ ରାଜ୍ୟ ଭିତ୍ତିକ ସିଲାବସ୍ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।ମୁଖ୍ୟ ବକ୍ତା ଭାବରେ ଭାଗ୍ୟରାବି ଦାସ,ଉପସଭାପତି,ଏଆଇଡିଏସଓ,ଓଡ଼ିଶା ରାଜ୍ୟ ପରିଷଦ ଯୋଗଦାନ କରି ଚଳିତ ବର୍ଷ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପାଠ୍ୟ ପୁସ୍ତକ ଗୁଡିକରେ ବନାନଗତ, ବ୍ୟାକରଣଗତ ବା ତଥ୍ୟଗତ ସଂପୂର୍ଣ୍ଣ ନିର୍ଭୁଲ ପରିବର୍ତ୍ତନ ସହ ବିଜ୍ଞାନସମ୍ମତ,ଯୁକ୍ତିସଂଗତ ଓ ମୌଳିକ ଧାରଣାଭିଭିକ ବିଷୟବସ୍ତୁ ଥାଇ ପାଠ୍ୟପୁସ୍ତକ ପ୍ରସ୍ତୁତ କରିବା,ବିଷୟଭିତ୍ତିକ ବିଶେଷଜ୍ଞ ମାନଙ୍କୁ ନେଇ ଏକ ବୋର୍ଡ ଗଠନ କରାଯାଇ ସେହି ବୋର୍ଡକୁ ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ଲେଖୁବାର ଦାୟିତ୍ଵ ଦେବା ଏବଂ ପୁସ୍ତକ ପ୍ରକାଶନ ପୂର୍ବରୁ ବୋର୍ଡର ସମସ୍ତ ସଭ୍ୟଙ୍କ ନାମ ଓ ସେମାନଙ୍କ ଦ୍ୱାରା ଲିଖୂତ ପୁସ୍ତକକୁ ସାର୍ବଜନୀନ କରିବା, ବିଦ୍ୟାଳୟ ସ୍ତରରେ ମାତୃଭାଷା ଓ ଇଂରାଜୀ ଭାଷା ଶିକ୍ଷାକୁ ବାଧ୍ୟତାମୂଳକ କରିବା ଏବଂ ଜାତୀୟ ଶିକ୍ଷା ନୀତି ୨୦୨୦କୁ ସଂପୂର୍ଣଭାବେ ବାତିଲ କରିବା ସମ୍ପର୍କରେ ଦୃଢ଼ ଦାବୀ ଉପସ୍ଥାପନ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ତଥା ଆଲୋଚକ ଭାବରେ ବହୁବର୍ଷ ଧରି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସରକାରୀ ପାଠ୍ୟପୁସ୍ତକ ପ୍ରସ୍ତୁତିରେ ଅଭିଜ୍ଞତା ଅର୍ଜନ କରିଥିବା ବରିଷ୍ଠ ଶିକ୍ଷାବିତ୍ ଚତୁର୍ଭୁଜ ପ୍ରଧାନ ଓ ଶିକ୍ଷାବିତ୍ ଅଶ୍ୱିନୀ ରାୟ ସ୍ଵୀୟ ସ୍ଵୀୟ ବକ୍ତବ୍ୟରେ ଏତେ ଗୁଡିଏ ଶ୍ରେଣୀର ପୁସ୍ତକ ଏକ ସଙ୍ଗେ ପରିବର୍ତନ କରାଯାଏ ନାହିଁ।କାରଣ ପ୍ରତ୍ୟେକ ଶ୍ରେଣୀର ପାଠ୍ୟକ୍ରମ ତା’ର ତଳ ଶ୍ରେଣୀର ଅଧାରରେ ପ୍ରସ୍ତୁତ କରାଯାଇଥାଏ।ମାତ୍ର ଗତ ବର୍ଷର ପାଠ୍ୟପୁସ୍ତକ ସହିତ ଚଳିତ ବର୍ଷର ପାଠ୍ୟପୁସ୍ତକର କୌଣସି ସମ୍ବନ୍ଧ ନାହଁ।ତେବେ ପ୍ରଶ୍ନ ଉଠୁଛି, ଚଳିତ ବର୍ଷର ପାଠ୍ୟପୁସ୍ତକକୁ ଉଚ୍ଚ ଶ୍ରେଣୀର ଛାତ୍ରଛାତ୍ରୀମାନେ କେଉଁ ଆଧାରରେ ପଢିବେ ? ତୃତୀୟତଃ, ପାଠ୍ୟପୁସ୍ତକ ଗୁଡିକ ଏନ୍‌ସିଇଆରଟି ଦ୍ଵାରା ପ୍ରସ୍ତୁତ ପାଠ୍ୟପୁସ୍ତକର ଅବିକଳ ନକଲ କରାଯାଇ ଏଆଇ ଦ୍ୱାରା ଅନୁବାଦ କରାଯାଇଛି।ପାଠ୍ୟପୁସ୍ତକ ପ୍ରସ୍ତୁତି ପାଇଁ ବିଷୟଭିଭିକ ବିଶେଷଜ୍ଞ ମାନଙ୍କୁ ଦାୟିତ୍ଵ ଦିଆଯାଇଥାଏ ଏବଂ ରାଜ୍ୟର ବିଶେଷ ସାମାଜିକ,ଅର୍ଥନୈତିକ ସ୍ଥିତିକୁ ଆଧାର କରି ପ୍ରସ୍ତୁତ କରାଯାଇଥାଏ।ମାତ୍ର ଏଠାରେ ଏହି ପ୍ରସଙ୍ଗଟିକୁ ସଂପୂର୍ଣ ଉଲ୍ଲଙ୍ଘନ କରାଯାଇଛି ବୋଲି ଦୃଢ଼ ମତବ୍ୟକ୍ତ କରିଥିଲେ।ପ୍ରାରମ୍ଭରେ ଆବାହକ ବିନୋଦ ସେଠୀ ସ୍ୱାଗତ ଭାଷଣ,ଅତିଥିପରିଚୟ ପ୍ରଦାନ ଓ ସଭାର ଉଦ୍ଦେଶ୍ୟ ଜ୍ଞାପନ କରି ସ୍ଵୀୟ ପ୍ରାରମ୍ଭିକ ଅଭିଭାଷଣରେ କହିଥିଲେ ଯେ ଚଳିତ ଶିକ୍ଷା ବର୍ଷ ଆମ ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ ଗୁଡ଼ିକରେ ବ୍ୟାପକ ତ୍ରୁଟି ପରିଲକ୍ଷିତ ହୋଇଛି । ଏହି ଘଟଣା ସମ୍ପର୍କରେ ଆମେ ପୁଙ୍ଖାନୁପୁଙ୍ଖ ଭାବେ ଜାଣିବା ସହ ଆମର ଭୂମିକା ନିର୍ଦ୍ଧାରଣ କରିବା ଆବଶ୍ୟକ ରହିଛି। ପ୍ରଥମତଃ,ଜାତୀୟ ଶିକ୍ଷାନୀତି ୨୦୨୦ ଅଧାରରେ ଏହି ପାଠ୍ୟପୁସ୍ତକ ଗୁଡିକ ପ୍ରସ୍ତୁତ ହୋଇଛି।ଏହାକୁ ସଂଶୋଧିତ କରି ଶିକ୍ଷାଦାନ କରିବା ପାଇଁ ସ୍କୁଲମାନଙ୍କ ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ପୁସ୍ତିକାରେ ମଧ୍ଯ ପୁନର୍ବାର ବହୁ ତ୍ରୁଟି ଦେଖୁବାକୁ ମିଳିଛି।ଏହାପରେ ଟିଇ ଓ ଏସ୍‌ସିଇଆର୍ ଟି ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରଥମରୁ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ଯେଉଁ ସଂଶୋଧୂତ ପାଠ୍ୟପୁସ୍ତକ ସବୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ,ଏସ୍‌ସିଇଆରଟି ଓ ଓସେପାର ୱେବସାଇଟ୍‌ରେ ରଖାଯାଇଛି ସେଗୁଡିକରେ ମଧ୍ୟ ଉଭୟ ତଥ୍ୟଗତ ଓ ମୌଳିକ ଧାରଣାଗତ ବହୁ ତ୍ରୁଟି ବିଚ୍ୟୁତି ଥୁବାର ପରିଲକ୍ଷିତ ହେଉଛି। ତ୍ରୁଟିପୂର୍ଣ ପାଠ୍ୟପୁସ୍ତକ ଛାତ୍ରଛାତ୍ରୀଙ୍କ ପାଖରେ ରହିବ କାହିଁକି ? ପିଲାମାନେ ପାଠ୍ୟପୁସ୍ତକକୁ ସତ୍ୟ ଏବଂ ତାହାକୁ ସଂପୂର୍ଣ ବିଶ୍ଵାସ କରିଥାନ୍ତି।ମାତ୍ର ଭୁଲ୍ ପୁସ୍ତକ ପିଲାମାନଙ୍କ ପାଖରେ ରହିବା ଅର୍ଥ ଏହା ଏକ ଅପରାଧୀମୂଳକ କାର୍ଯ୍ୟ।ପାଠ୍ୟପୁସ୍ତକ ଗୁଡିକରେ ବହୁ କାଳ୍ପନିକ,ଅଯୌକ୍ତିକ,ଅବୈଜ୍ଞାନିକ ଓ ଧର୍ମୀୟ ଚିନ୍ତା ଭିଭିକ ବିଷୟବସ୍ତୁକୁ ଭର୍ତ୍ତି କରାଯାଇଛି।ଆମେ ଜାଣନ୍ତି ଏକ ଧର୍ମନିରପେକ୍ଷ ରାଷ୍ଟ୍ରରେ କୌଣସି ଧର୍ମୀୟ ଭାବନାକୁ ପ୍ରୋତ୍ସାହିତ କିମ୍ବା ନିରୁତ୍ସାହିତ କରାଯାଏ ନାହଁ ଏବଂ ଧର୍ମ ନିଚ୍ଛକ ଏକ ବ୍ୟକ୍ତିଗତ ବ୍ୟାପାର ହୋଇ ରହିଥାଏ।ମାତ୍ର ପାଠ୍ୟପୁସ୍ତକରେ ତାହାର ବ୍ୟତିକ୍ରମ ଦେଖାଯାଇଛି ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ପରିଶେଷରେ ବରିଷ୍ଠ ଶିକ୍ଷାବିତ୍ ଡା.ଦେବୀ ପ୍ରସାଦ ମିଶ୍ର ସ୍ଵୀୟ ସଭାପତିଙ୍କ ଅଭିଭାଷଣରେ ପାଠ୍ୟପୁସ୍ତକ ସମ୍ପର୍କରେ ଗୋଟିଏ ଓଡ଼ିଆ ସନେଟ୍ ଓ ଗୋଟିଏ ଇଂରାଜୀ ସନେଟ୍ ଆବୃତ୍ତି କରିବା ସଙ୍ଗେ ସଙ୍ଗେ କଳା ଶିକ୍ଷା, ଖେଳ-ଯୋଗ ଶିକ୍ଷା ଏବଂ କୌଶଳ ବୋଧ ଧନ୍ଦାମୂଳକ ଶିକ୍ଷା ନାଁରେ ଯାହାସବୁ ଭର୍ତି କରାଯାଇଛି ଏହା ଦ୍ଵାରା ପିଲାମାନଙ୍କ ଉପରେ ଅନାବଶ୍ୟକ ବୋଝ ଲଦି ଦିଆଯାଇଥିବା ବେଳେ ଗୁରୁତ୍ବପୂର୍ଣ ମୌଳିକ ବିଷୟକୁ ହଟାଇ ଦିଆଯାଇଛି,ଯାହାକି ପିଲାମାନଙ୍କ ଜ୍ଞାନାର୍ଜନର ମୂଳଦୁଆକୁ ସଂପୂର୍ଣ ଧ୍ୱଂସ କରିବ।ଏଣୁ ଏହିଭଳି ଏକ ଅଭାବନୀୟ ପରିସ୍ଥିତିରେ ଛାତ୍ର ସମାଜ ସଂଗଠିତ ହୋଇ ସକ୍ରିୟ ଭାବେ ନିଜର ଭୂମିକା ପାଳନ କରିବା ଅତ୍ୟନ୍ତ ଜରୁରୀ।ଏଣୁ ଏହି କନଭେନସନ୍ ରେ ଅଂଶଗ୍ରହଣ କରି ଏହାକୁ ସମସ୍ତ ଦିଗରୁ ସଫଳ କରିଥିବାରୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ବିଭିନ୍ନ ପ୍ରାଥମିକ,ଉଚ୍ଚ ପ୍ରାଥମିକ,ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷାନୁଷ୍ଠାନ ସହିତ ସମ୍ପୃକ୍ତ ବିଭିନ୍ନ ବର୍ଗର ଅର୍ଦ୍ଧ ଶତାଧିକ ଶିକ୍ଷାପ୍ରେମୀ ବ୍ୟକ୍ତିବିଶେଷ ଯୋଗଦାନ କରି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

ଡା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ

Related posts

ଧର୍ମଗଡ଼ ନଳକୂପ ଠିକାଦାର ଘରୁ ବହୁଚର୍ଚ୍ଚିତ ଡକାୟତି ଘଟଣା,ଅଭିଯୁକ୍ତ ମାନେ ଦୋଷୀ ସାବ୍ୟସ୍ତ 

masiha

ଉତ୍କେଲା ରେ ସମବାୟ ବ୍ୟାଙ୍କି ସେବା ଓ ରୁଣ କର୍ମଶାଳା

Sunil Chandra Nayak

ରାଜ୍ୟସ୍ତରୀୟ “ସୁରଭି “ତର୍କରେ ସୌମ୍ୟ ପ୍ରଥମ 

Sunil Chandra Nayak

Leave a Comment

error: Content is protected !!