ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଣ୍ଟାମାଳ ଗ୍ରାମରେ ନୂତନ ସାପ୍ତାହିକ ବଜାର ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ କଲେ ଉଦଘାଟିତ

କଣ୍ଟାମାଳ ଗ୍ରାମରେ ନୂତନ ସାପ୍ତାହିକ ବଜାର ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ କଲେ ଉଦଘାଟିତ

ଜୁନାଗଡ଼ (ମ ନି ସ ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ କଣ୍ଟାମାଳ ଗ୍ରାମରେ ଆଜି ଏକ ନୂତନ ସାପ୍ତାହିକ ବଜାର ସମାରୋହ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏହି ଅଞ୍ଚଳର ଚାଷୀ ଓ ବ୍ୟବସାୟୀଙ୍କ ଆର୍ଥିକ ଉନ୍ନତି ତଥା ଜନସାଧାରଣଙ୍କ ସୁବିଧା ପାଇଁ ଏହି ସାପ୍ତାହିକ ବଜାରର ଶୁଭାରମ୍ଭ କରାଯାଇଛି।ଏହି ବିଶେଷ କାର୍ଯ୍ୟକ୍ରମରେ ବିନ୍ଦୁମିନା ସେବା ଫାଉଣ୍ଡେସନ ଅଧ୍ୟକ୍ଷ ତଥା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବଜାରର ଶୁଭ ଉଦଘାଟନ କରିଥିଲେ। ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ କଣ୍ଟାମାଳ ଗ୍ରାମରେ ପହଞ୍ଚିବା ପରେ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ତାଙ୍କୁ ଅତ୍ୟନ୍ତ ଭବ୍ୟ ଓ ଜୋରଦାର ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଗ୍ରାମବାସୀଙ୍କ ଏଭଳି ସୁନ୍ଦର ଓ ଆନ୍ତରିକ ସ୍ୱାଗତ ପାଇଁ ବ୍ଲକ ଅଧ୍ୟକ୍ଷ କଣ୍ଟାମାଳ ଗ୍ରାମବାସୀଙ୍କୁ କୋଟି କୋଟି ନମନ ଜଣାଇବା ସହ କୃତଜ୍ଞତା ପ୍ରକାଶ କରିଛନ୍ତି।ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ମହାନନ୍ଦ କହିଛନ୍ତି ଯେ, ଏହି ନୂତନ ସାପ୍ତାହିକ ବଜାର କେବଳ କଣ୍ଟାମାଳ ଗ୍ରାମ ପାଇଁ ନୁହେଁ, ବରଂ ଗୋଲାମୁଣ୍ଡା, ଭବାନୀପାଟଣା, ବଙ୍ଗୋମୁଣ୍ଡା ଏବଂ ଟିଟିଲାଗଡ଼ ବ୍ଲକର ହଜାର ହଜାର ଚାଷୀ ଓ ବ୍ୟବସାୟୀଙ୍କ ପାଇଁ ବେଶ ଲାଭବାନ ସାବ୍ୟସ୍ତ ହେବ। ଏହି ଚାରୋଟି ବ୍ଲକର ଚାଷୀମାନେ ନିଜର ଉତ୍ପାଦିତ ସାମଗ୍ରୀର ସଠିକ୍ ମୂଲ୍ୟ ପାଇପାରିବେ ଏବଂ ବ୍ୟବସାୟୀମାନେ ମଧ୍ୟ ବ୍ୟବସାୟର ଏକ ଭଲ ସୁଯୋଗ ପାଇବେ।ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ପିଙ୍କି ତାଣ୍ଡି, ବଜାର କମିଟିର ସଭାପତି ରଙ୍ଗାଧର ବେହେରା, ଗଉନ୍ତିଆ ନାରାୟଣ ସାହୁ ଏବଂ ଝାଙ୍କର ଜଗଦଳ ମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଏହାସହ ଗ୍ରାମର ବିଶିଷ୍ଟ ଭଦ୍ରବ୍ୟକ୍ତି ଦେବାର୍ଚନ ସାହୁ, ଯୁଗଳ କୁମାର ସାହୁ,ଗଗନ ବିହାରୀ ଜୋତିଶ, ଦୀନବନ୍ଧୁ ବେହେରା,ପରିମଳ ବେହେରା, ଘାଟୁ ବେହେରା,ଆନନ୍ଦ ତାଣ୍ଡି, ଗୌତୁମ ସାହୁ, ତପନ ବେହେରା, ଦୁଃର୍ଜନ ସାହୁ, ବସନ୍ତ ବାଗ ଏବଂ ମୋତିରାମ ମାଝୀଙ୍କ ସମେତ ଆଖପାଖ ଅଞ୍ଚଳର ହଜାର ହଜାର ଜନସାଧାରଣ, ଚାଷୀ ଓ ବ୍ୟବସାୟୀ ଉପସ୍ଥିତ ରହି ଏହି ଉଦଘାଟନୀ ଉତ୍ସବକୁ ସଫଳ କରିଥିଲେ। ଗ୍ରାମାଞ୍ଚଳର ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ଏହି ବଜାର ଆଗାମୀ ଦିନରେ ଏକ ମାଇଲଖୁଣ୍ଟ ହେବ ବୋଲି ଉପସ୍ଥିତ ଅତିଥିମାନେ ଆଶା ବ୍ୟକ୍ତ କରିଛନ୍ତି।

ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁରରେ ଅତ୍ୟାଧୁନିକ ‘ୟାମା ସିଦ୍ଧେଶ ମୋଟର୍ସ’ ସୋ ରୁମ ଉଦଘାଟିତ

masiha

ଶ୍ରୀ ଶ୍ରୀ ଆଚାର୍ଯ୍ୟଦବଙ୍କ ଜନ୍ମ ଦିବସ ପାଳିତ 

Sunil Chandra Nayak

ଆମ୍ବଦଳା ଠାରେ ରେଳରୋକ ଆନ୍ଦୋଳନ କୁ ସମର୍ଥନ ଜଣାଇ ରେଳ ଷ୍ଟେସନ ମେନେଜର ଜରିଆରେ ସମ୍ବଲପୁର ଡିଆରଏମଙ୍କୁ ବିଶ୍ଵନାଥପୁର ସିଟିଜେନ ଫୋରମ କମିଟି ଦ୍ବାରା ଦାବି ପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!