ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଲମ ଠାରେ ଆୟୋଜିତ ହେଲା ବନ ମହୋତ୍ସବ

କଲମ ଠାରେ ଆୟୋଜିତ ହେଲା ବନ ମହୋତ୍ସବ

ଭବାନୀପାଟଣା / କଲମ: ଉତ୍ତର କଳାହାଣ୍ଡି ବନ ବିଭାଗ ଓ କଲମ ଉଚ୍ଚ ବିଦ୍ୟାଳୟ ଆନୁକୂଲ୍ୟରେ ବନ ମହୋତ୍ସବ ପାଳିତ ହୋଇଛି । କଳାହାଣ୍ଡି ଡ଼ିଇଓ ଙ୍କ ସମର୍ଥନରେ ଏବଂ ଡଙ୍ଗରଗଡ଼ ସୁରକ୍ଷା ପରିଷଦ ଟ୍ରଷ୍ଟର ସକ୍ରିୟ ସହଯୋଗରେ ଏହି କାର୍ଯ୍ୟକ୍ରମ ହୋଇଥିଲା।ପ୍ରଧାନମନ୍ତ୍ରୀଙ୍କ ‘ଏକ ପେଡ୍ ମା କେ ନାମ୍’ ଆହ୍ୱାନରେ ଅନୁପ୍ରାଣିତ ହୋଇ ଶତାଧିକ ଛାତ୍ରଛାତ୍ରୀ ନିଜ ମା’ ନାମରେ ଗୋଟିଏ ଲେଖାଏଁ ଚାରା ରୋପଣ କରିଥିଲେ। ଛାତ୍ରଛାତ୍ରୀମାନେ ଗଛର ଯତ୍ନ ନେବା ପାଇଁ ଶପଥ ମଧ୍ୟ ନେଇଥିଲେ। ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ପରିବେଶ ସୁରକ୍ଷାର ଗୁରୁତ୍ୱ ବୁଝାଇଥିଲେ।ଏହି ଅବସରରେ ଡଙ୍ଗରଗଡ଼ ସୁରକ୍ଷା ପରିଷଦ ଟ୍ରଷ୍ଟର ଅଧ୍ୟକ୍ଷ ଡକ୍ଟର ଭବାନୀ ଶଙ୍କର ନିଆଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସର୍ବେଶ୍ୱର ଗହିର, ଅଶୋକ କୁମାର ସାହୁ, କୃଷ୍ଣ ଚନ୍ଦ୍ର ପ୍ରଧାନ, ମହେନ୍ଦ୍ର ବାଗ, ମେଘନାଦ ପଟେଲ, ଦୁର୍ଯ୍ୟୋଧନ ଯୋଶୀ, ଶସ୍ମିତା ଭୋଇ, ସୁଧାଂଶୁ ରାଉତ, ଲକ୍ଷ୍ମଣ ପ୍ରଧାନ, ଅମିତ ପ୍ରଧାନ, ରୁଦ୍ରମଣି ନାଗ, କୀର୍ତ୍ତନ ମାଝୀ, କମଳ ମାଝୀ, ଭବାନୀ ବାଗ ପ୍ରମୁଖ ଉପସ୍ଥିତ ଥିଲେ।

Related posts

ସାଇନିଂ ରକର୍ସ ଏକାଡେମୀ ର ବାର୍ଷିକ ଉତ୍ସବ ଆସନ୍ତା ୨୬ ରେ ….

masiha

ଡାବୁଗାଁ ବନବିଭାଗ ଦ୍ଵାରା ୭୭ ତମ ବନ ମହୋତ୍ସବ ସପ୍ତାହ -୨୦୨୬ ପାଳନ ଅବସରରେ ସିକିଲି ସଂରକ୍ଷିତ ଜଙ୍ଗଲରେ ଆଜି ଚାରା ରୋପଣ କାର୍ଯ୍ୟକ୍ରମ 

ମହାବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

masiha

Leave a Comment

error: Content is protected !!