ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ବର୍ଗତ ରବୀନ୍ଦ୍ର ନାଥ ରାଉତଙ୍କ ଏକାଦଶାହ ଅବସରରେରେ ସ୍ମୃତି ଚାରଣ ସଭା 

‘ ସ୍ବର୍ଗତ ରବୀନ୍ଦ୍ର ନାଥ ରାଉତଙ୍କ ଏକାଦଶାହ ଅବସରରେରେ ସ୍ମୃତି ଚାରଣ ସଭା 

ଜଳେଶ୍ଵର ,୩୧/୮(ମନିସ)-ଜଳେଶ୍ଵର ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ପଂଚାୟତ ଅନ୍ତର୍ଗତ ମାଳିପାଳ ଗ୍ରାମର ସ୍ବର୍ଗତ ରବୀନ୍ଦ୍ର ନାଥ ରାଉତଙ୍କ ଏକାଦଶାହ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଓ ସ୍ମୃତି ଚାରଣ ସଭା ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ସଭାରେ ମାଳିପାଳ ଗ୍ରାମର ପୂର୍ବତନ ପ୍ରଧାନ ଶିକ୍ଷକ ଡ.ରାଜୀବ ରାଉତ ଅଧ୍ୟକ୍ଷତା କରି ସ୍ବର୍ଗତ ରବିନ୍ଦ୍ର ନାଥ ରାଉତ ଜଣେ ନମ୍ର, ଭଦ୍ର,ଅମାୟିକ ମଣିଷ ଥିଲେ ବୋଲି ପ୍ରକାଶ କରିଥିଲେ। ମୁଖ୍ୟ ଅତିଥି ରୂପେ ଶିକ୍ଷାବିତ୍ ଡଃ ଅଜିତ କୁମାର ମହାନ୍ତି ବକ୍ତବ୍ୟରେ ଜଣେ ଆଦର୍ଶ ଶିକ୍ଷକ ରୂପେ ସ୍ବର୍ଗତ ରାଉତ ତାଙ୍କର ଅଗଣିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଂଚି ରହିବେ ବୋଲି ପ୍ରକାଶ କରିଥିଲେ। ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ କବି ବସନ୍ତ ଦାସ ଜୀବନ ଓ ମୃତ୍ୟୁ ସମ୍ପର୍କରେ ଏକ କବିତା ପାଠ କରି ଥିଲେ।ସମ୍ମାନିତ ଅତିଥି ଭାବରେ ଦିଗମ୍ବରୀ ଦେବୀ ଅନୁଷ୍ଠାନ ସମୂହର ସମ୍ପାଦିକା ମଧୁଛନ୍ଦା ମହନ୍ତି, ପ୍ରାକ୍ତନ ଶିକ୍ଷକ ଯୁକ୍ତ ରାମ ଚନ୍ଦ୍ର ଦାସ,ଶିକ୍ଷକ ଅମଳେନ୍ଦୁ ରାଉତ, କବି ରଂଜନ କୁମାର ଘୋଷ, ଜାମାତା ଅଂଜନ କୁମାର ମହାନ୍ତି ଓ ସରୋଜ କୁମାର ସାହୁ,ଆଇନଜିବୀ ଵିମଳ କୁମାର ସେନ ପ୍ରମୁଖ ଯୋଗ ଦେଇ ସ୍ମୃତି ଚାରଣ କରିଥିଲେ। ଶେଷରେ ପୁତ୍ର ରାଜେଶ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ସପ୍ତମ କାଠଯୋଡ଼ି ସାରସ୍ଵତ ସମାରୋହ – ୨୦୨୪ ଅନୁଷ୍ଠିତ 

masiha

୧୦ରେ ଲାଞ୍ଜିଗଡ଼ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ

Sunil Chandra Nayak

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁମ୍ଭାରୀପୁଟ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ l ଯୋଗଦେଲେ ରାୟଗଡ଼ା ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ଉପ ସଭାପତି ପ୍ରିତମ କୁମାର୍

masiha

Leave a Comment

error: Content is protected !!