କଳାହାଣ୍ଡି ଜିଲ୍ଲା ସ୍ତରୀୟ ସେବା ସଂକଳ୍ପ ଅଭିଯାନ କର୍ମଶାଳା ଅନୁଷ୍ଠିତ
ଆଜି ଭାରତୀୟ ଜନତା ପାର୍ଟି କଳାହାଣ୍ଡି ଶାଖା ତରଫରୁ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଯୁଗଳ କିଶୋର ପୋଡ଼ ଙ୍କ ଅଧକ୍ଷତା ରେ ସେବା ସଂକଳ୍ପ ଅଭିଯାନ ର ଜିଲ୍ଲା ସ୍ତରୀୟ କର୍ମଶାଳା ଭବାନୀପାଟଣା ସ୍ଥିତ ହୋଟେଲ ଅମରାପାଳି କ୍ଲାସିକ ଠାରେ ଅନୁଷ୍ଠିତ ହୋଇଯାଇଛି l
ଆସନ୍ତା ସେପ୍ଟେମ୍ବର 17 ତାରିଖ ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ଜନ୍ମଦିନ ଠାରୁ ଅକ୍ଟୋବର 17 ତାରିଖ ପର୍ଯ୍ୟନ୍ତ ଦୀର୍ଘ ଏକ ମାସ ଧରି ଏହି “” ସେବା ସଂକଳ୍ପ ଅଭିଯାନ “‘ କାର୍ଯ୍ୟକ୍ରମ ଭାରତୀୟ ଜନତା ପାର୍ଟି ପକ୍ଷରୁ ପାଳନ କରାଯିବ l
ଏହି କର୍ମଶାଳା ରେ ଓଡିଶା ପ୍ରଦେଶ ର ବରିଷ୍ଠ ନେତା ରାଜ୍ୟ ଉପସଭାପତି ଶ୍ରୀ ଶିବାଜୀ ମହାନ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମ ଗୁଡିକର ପରିଚାଳନା ସମ୍ବନ୍ଧରେ ଉପସ୍ଥିତ କାର୍ଯ୍ୟକର୍ତ୍ତା ଙ୍କୁ ଆଲୋକପାତ କରିଥିଲେ l ଦୀର୍ଘ ଏକମାସ ଧରି ହେବାକୁ ଥିବା କାର୍ଯ୍ୟକ୍ରମ କୁ ତୃଣମୂଳ ସ୍ତରରେ ପହଂଚାଇବା, ଏହି କାର୍ଯ୍ୟକ୍ରମ କୁ 11 ଭାଗରେ ବିଭକ୍ତ କରାଯାଇଛି l
ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବରେ ଦେଶକୁ ସେବା ଓ ସମର୍ପଣ ଦେବାରେ 25 ବର୍ଷ ପୂର୍ତ୍ତି ହେଉଛି, ଏହି 25ବର୍ଷ ମଧ୍ୟରେ ଦେଶର ବିକାଶ ରେ ତାଙ୍କର ଯୋଗଦାନ ଏବଂ ଦେଶବାସୀଙ୍କ ସେବାରେ ତାଙ୍କର ମହାନୀୟତା କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମାଜ ର ବିଭିନ୍ନ ବର୍ଗ ଙ୍କ ନିକଟରେ ପହଂଚାଇବା ଲକ୍ଷରେ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ କାର୍ଯ୍ୟକର୍ତ୍ତା ଙ୍କୁ ଅନୁରୋଧ କରିଥିଲେ,
ଜିଲ୍ଲା ସଭାପତି ୧୩ଟି ପ୍ରମୁଖ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ କୁ ସଫଳ ନିମନ୍ତେ ନିଜର ଅଭିଭାଷଣ ରଖି ଉପସ୍ଥିତ ନେତୃତ୍ୱ ଙ୍କୁ ଅନୁରୋଧ କରିଥିଲେ,
ଆଶୀର୍ବାଦ କା ଦିୟା – ୧୭ ସେପ୍ଟେମ୍ବରରେ ଘରେ ଘରେ ଦୀପ ପ୍ରଜ୍ୱଳନ ଓ ‘ବିକଶିତ ଭାରତ’ ପାଇଁ ସଂକଳ୍ପ।
ରକ୍ତଦାନ ଓ ସେବା କାର୍ଯ୍ୟକ୍ରମ – ରାଜ୍ୟ, ଜିଲ୍ଲା ଓ ବ୍ଲକ୍ ସ୍ତରରେ।
ସପନୋ କା ଭାରତ – ଛାତ୍ରଛାତ୍ରୀଙ୍କ ଚିତ୍ରାଙ୍କନ, ପ୍ରବନ୍ଧ, ଭାଷଣ ଓ ବିତର୍କ ପ୍ରତିଯୋଗିତା।
ନମୋ ସେବା ଗାଥା – ସ୍କୁଲ, କଲେଜ, ପଞ୍ଚାୟତ ଓ ସାର୍ବଜନୀନ ସ୍ଥାନରେ ନାଟକ/ସାଂସ୍କୃତିକ କାର୍ଯ୍ୟକ୍ରମ।
ଆଙ୍ଗନ ଉତ୍ସବ / ଅଙ୍ଗନୱାଡ଼ି ସମ୍ମାନ – ଅଙ୍ଗନୱାଡ଼ି କେନ୍ଦ୍ରରେ ସ୍ୱାସ୍ଥ୍ୟ, ପୋଷଣ ଓ ମହିଳା ସମ୍ବନ୍ଧୀୟ ସଚେତନତା।
ମାତୃ ସମ୍ବାଦ – ମା’ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ଓ ପୋଷଣ ବିଷୟରେ ସଚେତନତା।
ପରିବର୍ତ୍ତନର କାହାଣୀ (Story of Change) – ସରକାରୀ ଯୋଜନାରୁ ଲାଭ ପାଇଥିବା ଲୋକଙ୍କ ସଫଳତା କାହାଣୀ ପ୍ରଚାର।
ବିକଶିତ ଭାରତ ସଂକଳ୍ପ ଯାତ୍ରା – ବିକାଶ ଓ ସରକାରୀ ଯୋଜନା ବିଷୟରେ ଜନସଚେତନତା।
ସେବା ଜ୍ୟୋତି ଯାତ୍ରା – ବିଭିନ୍ନ ଜିଲ୍ଲାରେ ସେବା ଓ ସଚେତନତା କାର୍ଯ୍ୟକ୍ରମ।
ସେବା–ମୋର ଯୋଗଦାନ – ନିଜ ଅଞ୍ଚଳରେ ସେବା, ସ୍ୱଚ୍ଛତା ଓ ସୌନ୍ଦର୍ଯ୍ୟକରଣ ଭଳି କାର୍ଯ୍ୟ।
ରଙ୍ଗୋଲି ରାଷ୍ଟ୍ର – ବଡ଼ ମାନବ ରଙ୍ଗୋଲି ମାଧ୍ୟମରେ ବିକାଶ ଓ ଜନକଲ୍ୟାଣର ବାର୍ତ୍ତା।
ସେବା ସେତୁ ଅଭିଯାନ – ବ୍ଲକ୍ ସ୍ତରରେ ସେବା ଶିବିର।
ଜନସେବକ ମହାକୁମ୍ଭ ଓ ରାଷ୍ଟ୍ରୀୟ ଇନୋଭେସନ୍ ଚ୍ୟାଲେଞ୍ଜ – ଯୁବ, ଷ୍ଟାର୍ଟଅପ୍, ପ୍ରଫେସନାଲ୍ ଓ ଗ୍ରାସରୁଟ୍ ଇନୋଭେଟରମାନଙ୍କୁ ଯୋଡ଼ିବା ସହ ୧୭ ଅକ୍ଟୋବରରେ ବଡ଼ ସମାପନ କାର୍ଯ୍ୟକ୍ରମ।
ଜିଲ୍ଲା ଯୋଜନା ବୋର୍ଡ ର ଅଧକ୍ଷ ତଥା ଧର୍ମଗଡ଼ ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପାଟଯୋଶୀ, ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ରାଜ୍ୟ ଉପସଭାପତି ଭବେନ୍ଦ୍ର ପଣ୍ଡା, ଏହି କର୍ମଶାଳା କୁ ମାର୍ଗଦର୍ଶନ କରିଥିଲେ, ଧର୍ମଗଡ଼ ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପାଟଯୋଶୀ କର୍ମଶାଳା ରେ ଉପସ୍ଥିତ ନେତୃତ୍ୱ କାର୍ଯ୍ୟକର୍ତ୍ତା ମାନଙ୍କୁ, ଉକ୍ତ କାର୍ଯ୍ୟକ୍ରମ ରେ ସମାଜ ର ସମସ୍ତ ବର୍ଗ ଙ୍କୁ ଯୋଡିବା ସହିତ ସରକାର ଙ୍କ ବିଭିନ୍ନ ଯୋଜନାରେ ଲାଭବାନ ହୋଇଥିବା ହିତାଧିକାରୀ, ଯୁବକ, ଛାତ୍ର, ମହିଳା, କୃଷକ ସମସ୍ତ ଙ୍କୁ ସାମିଲ କରି ଏହି ସେବା ସଂକଳ୍ପ ଅଭିଯାନ କୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ l
ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ ଗତଦିନ ରେ କଳାହାଣ୍ଡି ଜିଲ୍ଲା ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମଦିନ ଅବସରରେ ସେବା ପକ୍ଷ ପାଳନ ଅବସରେ 2000 ରୁ ଅଧିକ ୟୁନିଟ ରକ୍ତ ଦାନ କରି କଳାହାଣ୍ଡି ଭାରତୀୟ ଜନତା ପାର୍ଟି ର କାର୍ଯ୍ୟକର୍ତ୍ତା ସେବାରେ ନିଜର ଭାଗିଦାର କରିଥିଲେ, ସେହିପରି ଏହି ଚଳିତ ବର୍ଷ ମଧ୍ୟ ଜିଲ୍ଲାବ୍ୟାପି ସମସ୍ତ ବ୍ଲକ ରେ ରକ୍ତ ଦାନ ଶିବିର ଅନୁଷ୍ଠିତ କରି ସେବା ମନୋଭାବ ରେ ରକ୍ତଦାନ ନିମନ୍ତେ କାର୍ଯ୍ୟକର୍ତ୍ତା ଙ୍କୁ ଅନୁରୋଧ କରିଥିଲେ l
ଉକ୍ତ ସେବା ସଂକଳ୍ପ ଅଭିଯାନ ରେ, ରକ୍ତ ଦାନ ଶିବିର, ସ୍ୱଚ୍ଛ ଭାରତ ଅଭିଯାନ, ନିଶାମୁକ୍ତ ଅଭିଯାନ, ପ୍ଲାଷ୍ଟିକ ମୁକ୍ତ ଅଭିଯାନ, ସ୍ୱାସ୍ଥ୍ୟ କ୍ୟାମ୍ପ, ଆଦି ଅନୁଷ୍ଠିତ କରାଇବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନେତୃତ୍ୱ ରେ ହୋଇଥିବା ବିଭିନ୍ନ ବିକାଶ ର ଗାଥା କୁ ଜନସାଧାରଣ ଙ୍କ ପାଖକୁ ପହଂଚାଇବା ସହିତ ସେବା ଭାବନାରେ ସମସ୍ତ କାର୍ଯ୍ୟକର୍ତ୍ତା ନିଜକୁ ନିୟୋଜିତ କରିବା ପାଇଁ ଆହ୍ୱାନ ଦେଇଥିଲେ l
ଏହି କର୍ମଶାଳା ରେ ଜିଲ୍ଲା ସାଧାରଣ ସମ୍ପାଦକ ତଥା ସଂଯୋଜକ ସେବା ସଂକଳ୍ପ ଅଭିଯାନ, ବିଷୟ କୁ ଉପସ୍ଥାପନା କରିଥିଲେ, କର୍ମଶାଳା କୁ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଲୋକନାଥ ଦୁର୍ଗା ପରିଚାଳନା କରିଥିଲେ, ବୈଠକ ରେ ଉପସ୍ଥିତ ଥିଲେ ରାଜ୍ୟ ଉପସଭାପତି ଭବେନ୍ଦ୍ର ପଣ୍ଡା,ବରିଷ୍ଠ ନେତା ରମେଶ ମାଝୀ, ମନୋଜ ମେହେର,ଅନିରୁଦ୍ଧ ପ୍ରଧାନ, ନମିତା ରାଣୀ ସାହୁ, ବିଜୟ ଦିଶାରୀ, ଅଜୟ ପାଣିଗ୍ରାହୀ, ପ୍ରମୁଖ ଉପସ୍ଥିତ ଥିଲେ,ଧନ୍ୟବାଦ ଭାଷଣ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ହିମାଂଶୁ ପଣ୍ଡା ଦେଇଥିଲେ l
ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

