ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତୁମୁଣିଖୋଲ ଗାଁ : ବିଭିନ୍ନ ସମସ୍ୟା ଘେରରେ ବିଦ୍ଯୁତ ସଂଯୋଗରୁ ବଞ୍ଚିତ, ଅନ୍ଧାରରେ ଗ୍ରାମବାସୀ 

ତୁମୁଣିଖୋଲ ଗାଁ : ବିଭିନ୍ନ ସମସ୍ୟା ଘେରରେ

ବିଦ୍ଯୁତ ସଂଯୋଗରୁ ବଞ୍ଚିତ, ଅନ୍ଧାରରେ ଗ୍ରାମବାସୀ 
ଅସୁରକ୍ଷିତ ବିଦ୍ଯାଳୟ, ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ
ଝରଣାର ଦୂଷିତ ଜଳ ହିଁ ସାହାଭରସା, ଗ୍ରାମବାସୀଙ୍କ ଭୋର୍ଟ ବର୍ଜନ ପାଇଁ ଚେତାବନୀ,

ଥୁଆମୁଳ ରାମପୁର:୦୧/୦୯ – (ମନିସ) :- ବଦଳିଛି ସରକାର ରାଜ୍ୟରେ ଡବଲ ଇଞ୍ଜନ ସରକାର ପୁଣି , ବଦଳିଲେ ବିଭିନ୍ନ କାର୍ଯ୍ଯାଳୟ ଅଧିକାରୀ, ତଥାପି ବଦଳି ପାରୁନାହିଁ ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କ ଜୀବନ ବିଭିନ୍ନ ସମସ୍ୟା ଘେରରେ ଗ୍ରାମାଞ୍ଚଳର ଲୋକଙ୍କ ଜୀବନଶୈଳୀ ବଦଳି ନାହିଁ ଅନେକ ଗାଁର ମାନଚିତ୍ର ସେ ଭଳି ଗାଁ ରହିଛି। ସରକାର ଡିଣ୍ତିମପିଟି କହୁଛନ୍ତି ଯେ “ସମସ୍ତ ଘରେ ଘରେ ବିଶୁଦ୍ଧ ପାନୀୟ ଜଳ” ସମସ୍ତଙ୍କ ଘର ପାଖକୁ ପହଞ୍ଚିବ ବିଶୁଦ୍ଧ ପାନୀୟ ଜଳ, ଆଜି ମଧ୍ୟ ଲୋକମାନେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି। ଅପରପକ୍ଷରେ ଶାସକ ଦଳ ଲୋକଙ୍କୁ ଏହିଭଳି ମିଥ୍ଯା ପ୍ରତିଶ୍ରୁତିରେ ପୋତି ପକାଇବା ହେଲେ ସରକାରଙ୍କ କାମ। ଏହିଭଳି ଭ୍ରାନ୍ତିକର ମନ୍ତବ୍ୟକୁ ନେଇ ବର୍ତ୍ତମାନ ସଚେତନ ନାଗରିକ ମାନଙ୍କ ମଧ୍ୟରେ ଆଲୋଚନା ଜୋର ଧରିଥିବା ଜଣାପଡିଛି। ‘ବସୁଧା’ ଯୋଜନା ମାଧ୍ୟମରେ ସରକାର କୋଟି କୋଟି ଟଙ୍କା ବ୍ଯୟବରାଦ କରୁଥିବା କୁହାଯାଉଥିବା ବେଳେ କିଛି ଅଞ୍ଚଳରେ ବସୁଧା ଯୋଜନା ଫସର ଫାଟିଯାଇଛି, ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ ବିରିକୋଟ ଗ୍ରାମପଞ୍ଚାୟତ ଅଧିନରେ ଥିବା ତୁମୋନୀଖୋଲ ଗ୍ରାମରେ। ଏହି ଗ୍ରାମରେ ପ୍ରାୟ ୨୦୦ ଜନସଂଖ୍ୟା ବିଶିଷ୍ଟ ଗ୍ରାମ ଏହି ଗ୍ରାମରେ ୪୫ ଟି ପରିବାର ବସବାସ କରୁଛନ୍ତି କିନ୍ତୁ ଏମାନଙ୍କ ପାଇଁ ଆଜି ବି ବିଶୁଦ୍ଧ ପାନୀୟ ଜଳ ସାତସପନ ପାଲଟିଛି। ବିଭାଗୀୟ ଉଦାସୀନତା ଓ ପ୍ରଶାସନିକ ଦୂରଦୃଷ୍ଟି ଅପାରଗତାର କୁପରିଣତି ଭୋଗିବା ପାଇଁ ବାଧ୍ୟ ହେଉଛନ୍ତି ତୁମୋନିଖୋଲ ଗ୍ରାମବାସୀ, ଉକ୍ତ ଗାଁର ଲୋକମାନେ ପାହାଡ଼ିଆ ଝରଣାର ଦୂଷିତ ଓ ଆବର୍ଜନାରେ ପରିପୂର୍ଣ୍ଣ ଜଳକୁ ପାନୀୟ ଭାବରେ ବ୍ୟବହାର କରିବା ଦ୍ବାରା ଲୋକମାନେ ବିଭିନ୍ନ ସମୟରେ ଅଜଣା ରୋଗରେ ପୀଡିତ ହେଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏଠାରେ ପ୍ରକାଶ ଥାଉକି ଯେ ଗ୍ରାମରେ ଥିବା ଦୁଇଟି କୂଅରେ ସଂଯୁକ୍ତ କରାଯାଇଥିବା ନଳକୂଅ ବର୍ତ୍ତମାନ ସମ୍ପୂର୍ଣ୍ଣ ଅଚଳ ହୋଇ ପଡ଼ିଛି। ସେହିଭଳି ପାନୀୟ ଜଳ କଷ୍ଟ ଦୂର କରିବା ପାଇଁ ସରକାରଙ୍କ ପକ୍ଷରୁ ‘ବସୁଧା’ ଯୋଜନାରେ ଗ୍ରାମରେ ଦୁଇ ଦୁଇଟି ବିରାଟ ଜଳ ସଂରକ୍ଷଣ ଟାଙ୍କି ନିର୍ମାଣ କରାଯାଇଛି। କିନ୍ତୁ ବାସ୍ତବରେ ସେହି ଦୁଇଗୋଟି ଟାଙ୍କିରୁ ପ୍ରର୍ଯ୍ଯାପ୍ତ ପରିମାଣରେ ଗ୍ରାମବାସୀଙ୍କୁ ପାଣି ମିଳିପାରୁନାହିଁ।

ଗ୍ରାମରେ ଉକ୍ତ ଯୋଜନାର ପାଇପ୍‌ କିଛି ସ୍ଥାନରେ ହୋଇଛି କିଛି ସ୍ଥାନକୁ ପହଞ୍ଚି ପାରିନାହିଁ। ଯଦି ଯାହା ଘରକୁ ପାଣି ପାଇପ୍ ଯାଇଛି ସତ ହେଲେ ତାହା ମଧ୍ୟ ସମ୍ବୁର୍ଣ୍ଣ ଟ୍ୟାପ ଭାଙ୍ଗି ଓ ପାଇପ୍ ମଧ୍ୟ ଭାଙ୍ଗି ଗଲାଣି, ସବୁଠାରୁ ଉଦବେଗ ଜନକ ବିଷୟ , ଦୁଇଗୋଟି ଟାଙ୍କି ନିର୍ମାଣରେ କେତେ ଟଙ୍କା ଅଟକଳ ବ୍ଯୟରେ ହୋଇଥିଲା ଏହା କେଉଁ ସମୟରେ କାର୍ଯ୍ୟକାରୀ କରାଗଲା ସେନେଇ କୌଣସି ସୂଚନା ଫଳକ ସେଭଳି ବିଭାଗ ପକ୍ଷରୁ ହୋଇପାରିନାହିଁ ବୋଲି ଅନୁମାନ କରାଯାଉଛି। ସ୍ଥାନୀୟ ଲାଭଖୋର ପଞ୍ଚାୟତ ଅଧିକାରୀ ଓ କୁଜି ନେତାଙ୍କ ତଥା ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଯୋଜନାର ଅର୍ଥ ବାଟମାରଣା ହୋଇଥିବା ଗ୍ରାମବାସୀ ସିଧାସଳଖ ଅଭିଯୋଗ ଆଣିଛନ୍ତି। ଅନ୍ୟ କୌଣସି ଉପାୟ ନଥିବାରୁ ଗ୍ରାମର ମହିଳା ଓ କୋମଳମତି ଝିଅମାନେ ପ୍ରତିଦିନ ପାହାଡ଼ିଆ ପଥର ଶଯ୍ୟା ଅତିକ୍ରମ କରି ଗାଁ ପାଖରେ ଥିବା ଏକ ପଥର ଚୁଆ/ନାଳରୁ ପାଣି ସଂଗ୍ରହ କରୁଛନ୍ତି। ଦୁଃଖ ଓ ପରିତାପର ବିଷୟ, ସେହି ଗୋଟିଏ ଉତ୍ସରୁ ଗୃହପାଳିତ ପଶୁ ଓ ବନ୍ୟଜନ୍ତୁ ଜଳପାନ କରୁଥିବା ବେଳେ, ଗ୍ରାମର କମୋଳମତୀ ଛୁଆଙ୍କ ଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧା ସମସ୍ତ ଜନସାଧାରଣ ଦୁଷୀତ ଜଳ ପିଇବାକୁ ବାଧ୍ୟ ହେଉଛନ୍ତି। ଯାହା ଫଳରେ ଗ୍ରାମରେ ଯେକୌଣସି ମୁହୂର୍ତ୍ତରେ ଜଳବାହିତ ମହାମାରୀ ବ୍ୟାପିବାର ଆଶଙ୍କା ଦେଖାଦେବା ଘଟଣାରେ କୌଣସି ଲୋକ ଅସ୍ବୀକାର କରିପାରିବେ ନାହିଁ । ପ୍ରଶାସନର ଏଭଳି ବେପରୁଆ ମନୋଭାବ ବିଷୟକୁ ନେଇ ସ୍ଥାନୀୟ ୱାର୍ଡ ମେମ୍ବର ସଭା ମାଝୀଙ୍କ ସମେତ ଲକ୍ଷ୍ମୀ ମାଝୀ, ସିନାଇ ମାଝୀ, ଚାଉଳ ଦେଇ ମାଝୀ, ବାଲ୍ମୁଣ୍ଡି ମାଝୀ, ସୁନାସିଂ ମାଝୀ, ଧନ ସିଂ ମାଝୀ, ରବି ମାଝୀ, ମାନସିଂହ ମାଝୀ, ରାଇମଲ୍ ମାଝୀ ଓ ମହେନ୍ଦ୍ର ରାଉତ ପ୍ରମୁଖ ସମସ୍ତ ଗ୍ରାମବାସୀ ସରକାରଙ୍କ ବିରୋଧରେ ଗର୍ଜିଛନ୍ତି। ଗ୍ରାମବାସୀ କହିଛନ୍ତି ଯେ, “ଗତ ୨୦୨୪ ସାଧାରଣ ନିର୍ବାଚନ ସମୟରେ ମଧ୍ୟ ଆମେ ଦୁଃଖ ଜଣାଇ ଭୋଟ ବର୍ଜନ କରିଥିଲୁ, କିନ୍ତୁ କେହି ଆମ କଥା ଶୁଣିଲେ ନାହିଁ। ପୂର୍ବରୁ ୧୦୫ ଭୋଟର ଥିବା ବେଳେ ବର୍ତ୍ତମାନ ସଂଶୋଧିତ ତାଲିକା ଅନୁଯାୟୀ ୬୫ ଜଣ ଭୋଟର ଅଛନ୍ତି। ଯଦି ତୁରନ୍ତ ଏହି ଜଳ ସମସ୍ୟାର ସ୍ଥାୟୀ ସମାଧାନ ନ ହୁଏ, ତେବେ ଆଗାମୀ ଦିନରେ ସମସ୍ତ ୬୫ ଜଣ ଭୋଟ ବର୍ଜନ କରିବାକୁ ବାଧ୍ୟ ହେବୁ। ଆଗକୁ ଗ୍ରାମରେ କୌଣସି ଅଘଟଣ ଘଟେ ତେବେ ବ୍ଲକ ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଦାୟୀ ରହିବେ।” ଏ ସମ୍ପର୍କରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ମନ୍ମଥ ମୁର୍ମୁଙ୍କୁ ପଚାରିବାରୁ ସେ ଗ୍ରାମର ଭୌଗୋଳିକ ସ୍ଥିତିକୁ ଦାୟୀ କରି କହିଛନ୍ତି: “ଥୁଆମୂଳ ରାମପୁର ବ୍ଲକର ସମସ୍ତ ଗ୍ରାମର ପାଣି ସମସ୍ୟା ଉପରେ ଆମର ଦୃଷ୍ଟି ଅଛି। କିନ୍ତୁ ତୁମୋନୀଖୋଲ ଗ୍ରାମକୁ ନଳକୂପ ଖନନ ଗାଡ଼ି ଯିବା ପାଇଁ ଭଲ ରାସ୍ତା ତୋ ନାହିଁ ହେଲେ ଗାଁକୁ ଗାଡ଼ି ଯିବ କି? ଗାଡ଼ି ଗଲେ ସିନା ଆମେ ସେଠାରେ ବୋରୱେଲ ଖୋଲିବୁ ଗ୍ରାମରେ ପୂର୍ବରୁ ଏକ ଗ୍ରାଭିଟି ଆଧାରିତ ଯୋଜନା ଥିଲା। ଏହି ଯୋଜନା ପ୍ରଥମ ପ୍ରଥମ ଆରମ୍ଭ ହୋଇଥିବା ସେଥିରୁ ପ୍ରଥମରୁ ଅଳ୍ପ ଅଳ୍ପ ପାଣି ଆସୁଥିଲା। କିନ୍ତୁ ବର୍ତ୍ତମାନ ସେହି ଯୋଜନାର ଆଉ କୌଣସି ବ୍ୟବସ୍ଥା ନାହିଁ, ଯାହା ପାଣି ଥିଲା ତାହା ମଧ୍ୟ ସମ୍ପୂର୍ଣ୍ଣ ଶୁଖିଗଲାଣି। ଏବେ ଆଦୌ ପାଣି ଆସୁନାହିଁ ବୋଲି ମୁଁ ମଧ୍ୟ ସେ ନେଇ ଶୁଣିଛି। ସୂଚନା ଫଳକ ନଥିବା ପ୍ରଶ୍ନରେ ସମ୍ପୃକ୍ତ ଠିକା ସଂସ୍ଥା ଏହା କରିନଥିବ।” ବର୍ତ୍ତମାନ ରାଜ୍ୟରେ ବିଜେପିର ନୂତନ ସରକାର ‘ବିକାଶ’ର ଡିଣ୍ଡିମ ପିଟୁଥିବା କିନ୍ତୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ସମ୍ପୂର୍ଣ୍ଣ ଫେଲମାରିଛନ୍ତି, ତୁମୋନୀଖୋଲ ଗ୍ରାମର ଏଭଳି ଅତି ସମ୍ବେଦନଶୀଳ ମୌଳିକ ସମସ୍ୟାର ସମାଧାନ ପ୍ରତି ଜିଲ୍ଲାପାଳ ଓ ବ୍ଲକ ପ୍ରଶାସନ କେବେ ଦୃଷ୍ଟି ଦେଉଛନ୍ତି ଏବଂ ଗ୍ରାମବାସୀ କେବେ ବିଶୁଦ୍ଧ ଜଳ ପାଇବେ ଓ ତାଙ୍କ ମୁହଁରେ ହସ ଫୁଟିବ ତାହା ଆଗକୁ ଦେଖିବାକୁ ବାକି ରହିଲା।

ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଜିଲ୍ଲା ଓକିଲ ସଙ୍ଘ ଦ୍ୱାରା ଆଜି ଏକ ସମ୍ବର୍ଦ୍ଧନା ସଭା

masiha

ଛାତ୍ର ଗଢିଲେ ଗଣେଶ ମୂର୍ତ୍ତି 

masiha

ଲୋକକଳା ପାଇଁ ଦିନଟିଏ “କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!