ଢେଙ୍କାନାଳ ମହିଳା ମହାବିଦ୍ୟାଳୟ ପରିସରରେ ବର୍ଣ୍ଣାଢ଼୍ୟ ସଂସ୍କୃତ ସପ୍ତାହ -୨୦୨୬ କାର୍ଯ୍ୟକ୍ରମ ଉଦ୍ ଯାପିତ
ଢେଙ୍କାନାଳ,ତା.୩୧.୦୮.୨୦୨୬ ରିଖ: (ମ ନି ସ ): ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଅଗଷ୍ଟ ୨୫ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ବର୍ଣ୍ଣାଢ଼୍ୟ ସଂସ୍କୃତ ସପ୍ତାହ -୨୦୨୭ କାର୍ଯ୍ୟକ୍ରମ ପାଳନ କରାଯାଇଥିଲା।ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ସଂସ୍କୃତ ଭାଷା,ସାହିତ୍ୟ ତଥା ଭାରତୀୟ ଜ୍ଞାନପରମ୍ପରାକୁ ଆଧାର କରି ବିଭିନ୍ନ ଶିକ୍ଷଣୀୟ ସୃଜନଶୀଳ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ସଂସ୍କୃତ ସୁବିଚାର ପ୍ରଦର୍ଶନ,ପ୍ରବନ୍ଧ, ବିତର୍କ,କୁଇଜ୍,ଶ୍ଳୋକ ଆବୃତି,ବକ୍ତୃତା ଓ ଅନୁବାଦ ପ୍ରତିଯୋଗିତା ସହିତ ସଂସ୍କୃତ ସାହିତ୍ୟ ଓ ଭାରତର ଜ୍ଞାନପରମ୍ପରା ସମ୍ବନ୍ଧୀୟ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।ଛାତ୍ରୀମାନେ ଉତ୍ସାହର ସହିତ ଏଥିରେ ଅଂଶ ଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ଯକ୍ଷା ଡଃ ଶକୁନ୍ତଳା ଜେନା ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରିବା ସହିତ ସାମ୍ପ୍ରତିକ ସମାଜରେ ସଂସ୍କୃତର ଆବଶ୍ୟକତା ସମ୍ବନ୍ଧରେ ଆଲୋକପାତ କରିଥିଲେ।ପ୍ରାରମ୍ଭରେ ଛାତ୍ରୀମାନଙ୍କ ଦ୍ୱାରା ମଙ୍ଗଳାଚରଣ ଗାନ,ଗୀତା ପାଠ ଓ ସମବେତ ପ୍ରାରମ୍ଭିକ ସଂସ୍କୃତ ସଙ୍ଗୀତ କରାଯାଇଥିଲା।ତତ୍ସହିତ ଗଣିତ ବିଭାଗ ଅଧ୍ୟକ୍ଷ ଭୁବନେଶ୍ୱର ମୁଦୁଲି ଏବଂ ରସାୟନ ବିଭାଗର ଅଧ୍ଯକ୍ଷ ଡଃ ପଦ୍ମନାଭ ପତ୍ରୀ ସଂସ୍କୃତ ସମାଜ ସହିତ କିଭଳି ଜଡ଼ିତ ଏବଂ ପ୍ରତି ବିଷୟରେ ସଂସ୍କୃତ କିପରି ସନ୍ନିହିତ ପୁଙ୍ଖାନୁପୁଙ୍ଖ ଭାବରେ ପିଲାଙ୍କୁ ବୁଝାଇ ସଂସ୍କୃତ ପଢ଼ିବାକୁ ପ୍ରେରଣା ଦେଇଥିଲେ।ସଂସ୍କୃତ ବିଭାଗ ଅଧ୍ଯକ୍ଷ ଉଦ୍ଧବ ମଲ୍ଲିକ ସଂସ୍କୃତ ସପ୍ତାହର ମହତ୍ଵ ବିଷୟରେ ଆଲୋଚନା କରିଥିଲେ।ସେହିପରି ମନୋବିଜ୍ଞାନ ବିଭାଗ ଅଧ୍ଯକ୍ଷ ଡଃ ପଙ୍କଜ ବାରିକ ତଥା ଗଣିତ ବିଭାଗ ଅଧ୍ୟାପିକା ଡଃ ରୋଜାଲିନ୍ ଦାସ ମଧ୍ଯ ପିଲାଙ୍କୁ ଉତ୍ସାହିତ କରିଥିଲେ।ଏହି ଅବସରରେ ଶିକ୍ଷାବିତ୍ ଡକ୍ଟର ଦେବୀ ପ୍ରସାଦ ମିଶ୍ର ଶୁଭେଚ୍ଛୁ ଭାବରେ କାର୍ଯ୍ୟକ୍ରମର ସଫଳତା କାମନା କରି ସ୍ଵୀୟ ବାର୍ତ୍ତାରେ ଢେଙ୍କାନାଳ ମହିଳା ମହାବିଦ୍ୟାଳୟ ସଂସ୍କୃତ ଭାଷାର ପ୍ରଚାର, ପ୍ରସାର ପାଇଁ ଅବିରତ ପ୍ରୟାସ ଜାରି ରଖିଥିବାରୁ ଏହାର ଉଚ୍ଚ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ଭାରତୀୟ ଜ୍ଞାନ ପରମ୍ପରାରେ ସଂସ୍କୃତ ଭାଷାର ମହତ୍ତ୍ବ ରହିଛି।ନିଯୁକ୍ତି କ୍ଷେତ୍ରରେ ମଧ୍ୟ ସଂସ୍କୃତ ଭାଷା ପ୍ରମୁଖ ଭୂମିକା ନିର୍ବାହ କରୁଛି।ସଂସ୍କୃତ ଭାଷା ସମସ୍ତ ଜ୍ଞାନ ବିଜ୍ଞାନର ଭିତ୍ତିଭୂମି ଓ ଏହାର ପରିବ୍ୟାପ୍ତିତା ସୁଦୂରପ୍ରସାରୀ ଅଟେ।ସଂସ୍କୃତ ସମ୍ଭାଷଣ କାର୍ଯ୍ୟକ୍ରମ ଶିକ୍ଷାର୍ଥୀମାନଙ୍କ ପାଇଁ ସଂସ୍କୃତ ଭାଷାକୁ ସହଜ,ସୁନ୍ଦର, ବୋଧଗମ୍ୟ କରି ଏହାର ସର୍ବ ଗ୍ରାହ୍ୟତାକୁ ସମ୍ପ୍ରସାରିତ କରି ପାରିଛି।ସଂସ୍କୃତ ଭାଷାକୁ ଜନ ସମାଜର ଭାଷାରେ ପରିଣତ କରିବା ପାଇଁ ସମସ୍ତେ ବଦ୍ଧ ପରିକର ହେବା ବୋଲି ଦୃଢ଼ ଆହ୍ବାନ ଜଣାଇଥିଲେ।ସମସ୍ତ କାର୍ଯ୍ୟକ୍ରମକୁ ସଂସ୍କୃତ ବିଭାଗର ତୃତୀୟ ବର୍ଷୀୟା ଛାତ୍ରୀ କୁମାରୀ ପ୍ରୀତିମଞ୍ଜରୀ ସାହୁ ପରିଚାଳନା କରିଥିବା ବେଳେ ବିଭାଗର ସଂସ୍କୃତ ଶିକ୍ଷକ ସତ୍ୟନାରାୟଣ ଦ୍ବିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ।ପରିଶେଷରେ ଛାତ୍ରୀମାନଙ୍କ ଦ୍ୱାରା ଉଦ୍ ଯାପନୀ ସମବେତ ସଂସ୍କୃତ ସଙ୍ଗୀତ ଓ ଶାନ୍ତିପାଠ ସହିତ କାର୍ଯ୍ୟକ୍ରମକୁ ସାଙ୍ଗ କରାଯାଇଥିଲା।
ଡା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍

