ନୂଆଁଖାଇ ଭେଟ୍ ପ୍ରସ୍ତୁତି ବୈଠକ
ନର୍ଲା : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ କଳାହାଣ୍ଡି ଜିଲ୍ଲା ନର୍ଲା ଠାରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ନୂଆଁଖାଇ ଭେଟ୍ ଆଡ଼ମ୍ବର ସହକାରେ କରିବା ପାଇଁ ପ୍ରସ୍ତୁତି ବୈଠକ ହୋଇ ଯାଇଛି, ନୂଆଁଖାଇ ଭେଟ୍ ଆୟୋଜକ କମିଟି ର ସଂଗଠକ ଅରୁଣ କୁମାର ପ୍ରଧାନୀ ଙ୍କ ନେତୃତ୍ବ ରେ ହୋଇଥିବା ଦୈଠକରେ ଉପସ୍ଥିତ ସମସ୍ତ ସଭ୍ଯ ନିଜ ନିଜ ମତାମତ ଦେଇ ଶୃଂଖଳିତ ଭାବେ ସେପ୍ଟମ୍ବର ୧୫ ତାରିଖ ଦିନ ନୂଆଁଖାଇ ଭେଟ୍ ପାଳନ କରିବାକୁ ଜଣାଇ ଥିଲେ, ବିଭିନ୍ନ ପ୍ରତି ଯୋଗିତା ସହ,କବିତା ପାଠ, ସମ୍ବର୍ଦ୍ଧନା ଏବଂ ସାଂସ୍କୃତିକ କାର୍ଯକ୍ରମ କରିବାକୁ ବୈଠକରେ ନିଷ୍ପତ୍ତି ନିଆ ଯାଇଥିଲା |ଶେଷରେ କୃତ୍ତିବାସ ଦୁବେ ସମସ୍ତ ଙ୍କୁ ଧନ୍ୟବାଦ ଦେଇଥଲେ |
ଏହି ବୈଠକରେ ,ପିତାମ୍ବର ଗଉଡ଼,ଦିବ୍ଯ ପାତ୍ର,ଯଦୁପତି ପ୍ରଧାନୀ,ଜୟରାମ ଚନ୍ଦନ,ଖେତ୍ର ସାହାଣୀ,ଗଜିନ୍ଦ୍ର ସାହାଣୀ,ଦିଗାମ୍ବର ପୁଝାରୀ,ନେପାଳ ଗଉଡ଼,ଜିତୁ ଜଗରିଆ ସମେତ ରତ୍ନଗିରି ନାଟ୍ୟ ସଂଘ ର ଅନେକ କଳାକାର ଉପସ୍ଥିତ ଥିଲେ |
ଦୀପକ୍ ଠାକୁର୍ ଙ୍କ ରିପୋର୍ଟ୍

