ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୈଶାଖୀ ସାହିତ୍ଯ ସଂସଦର ମେହେର ଜୟନ୍ତୀ

ବୈଶାଖୀ ସାହିତ୍ଯ ସଂସଦର ମେହେର ଜୟନ୍ତୀ

ରାଉରକେଲା: ରାଉରକେଲାର ସାହିତ୍ଯ ସାଂସ୍କୃତିକ ଅନୁଷ୍ଠାନ ବୈଶାଖୀ ସାହିତ୍ଯ ସଂସଦ ଦ୍ବାରା ଗଙ୍ଗାଧର ମେହେରଙ୍କ ୧୬୫ ତମ ଜୟନ୍ତୀ ଛେଣ୍ଡସ୍ଥିତ ମଧୁସୂଦନ ପାଠାଗାର ପରିସରରେ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ଗୀତାରାଣୀ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ଯବକ୍ତା ଭାବେ ଅଧ୍ଯାପିକା ଶୈଳବାଳା ଷଡଙ୍ଗୀ , ମୁଖ୍ଯଅତିଥି ପିତବାସ ପ୍ରଧାନ,ଅନ୍ଯତମ ଅତିଥି ବିଜୟ କୁମାର ସାହୁ ଗଙ୍ଗାଧର ଙ୍କ ସାହିତ୍ୟ ଓ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ। ସାଧାରଣ ସଂପାଦକ ସି ମାଝୀ ତାଙ୍କର ସଂପାଦକୀୟ ଅଭିଭାଷଣରେ ବୈଶାଖୀ ସାହିତ୍ଯ ସଂସଦର ଆଗାମୀ କାର୍ଯ୍ଯକ୍ରମର ରୂପରେଖ ଉପସ୍ଥାପନ କରିଥିଲେ | ପ୍ରାରମ୍ଭରେ ସ୍ବର୍ଗତ କବି କବିବର ପରିଡା ଓ ବିଶିଷ୍ଟ ଗାଳ୍ପିକ ଗିରିଦଣ୍ଡସେନାଙ୍କ ଅମର ଆତ୍ମାପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରା ଯାଇଥିଲା । ଗାଳ୍ପିକ ଅଜୟ କୁମାର ମହାନ୍ତି ଏକ ସୁନ୍ଦର ଯୁଗୋପଯୋଗୀ ଗଳ୍ପ ପାଠ କରିଥିଲେ । ଦ୍ବିତୀୟ ପର୍ଯାୟରେ ଵିକ୍ରମ ଆଚାର୍ଯ୍ଯଙ୍କ ସଭାପତିତ୍ବରେ କବି ପରେଶ ବିଶ୍ବାଳ ଓ କବୟିତ୍ରୀ ଗୀତାରାଣୀ ବେହେରାଙ୍କ ସଂଯୋଜନାରେ କବି ସତ୍ଯବ୍ରତ ଦାସ,ଉମେଶ ତିଓ୍ବାରୀ,ତ୍ରିଲୋଚନ ସ୍ବାଇଁ,ବଳରାମ ଦାଶ,ଭୀମସେନ ସାହୁ,ନବଘନ ସାମଲ,ବିଜୟ କୁମାର ସାହୁ,ଜ୍ଯୋତ୍ସ୍ନାରାଣୀ ରାୟ,ସୁକାନ୍ତୀ ଦାସ ପ୍ରମୁଖ କବିତା ପାଠ କରିଥିଲେ ।ବିଜୟ କୁମାର ବରାଳ,ସୂର୍ଯ୍ଯମଣୀ ପଣ୍ଡା, ସୁଶାନ୍ତ ନାଏକ କାର୍ଯ୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ | ଶେଷରେ ଦେବବ୍ରତ ଦାସ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ |

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ପ୍ରଣେତା ଗୋପାଳ ଚନ୍ଦ୍ର ପ୍ରହରାଜଙ୍କୁ ସୃଜନୀ (ଚେନ୍ନାଇ)ର ସ୍ମୃତି ଶ୍ରଦ୍ଧାଞ୍ଜଳି

masiha

ନକଲି ସାର୍ଟିଫିକେଟ ଦେଇ ଶିକ୍ଷକତା ଚାକିରୀ କରିବା ପଡିଲା ମହଙ୍ଗା :ନକଲି ଶିକ୍ଷକ ଙ୍କ ନାମରେ ଥାନାରେ ଦେଲେ ଏତଲା ଗୋଷ୍ଟୀ ଶିକ୍ଷା ଅଧିକାରୀ 

Sunil Chandra Nayak

କଣ୍ଟାଝରରେ ବୟସ୍କ ସାକ୍ଷରତା ବିଦ୍ୟାଳୟର ଉଦଘାଟନ

Sunil Chandra Nayak

Leave a Comment

error: Content is protected !!