ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ପଞ୍ଚାୟତ ମହାବିଦ୍ୟାଳୟ ରେ ଗ୍ରନ୍ଥାବଳୀ ଲୋକାର୍ପଣ ସମାରୋହରେ ସରକାରୀ ନୀତି ନିୟମକୁ ଜଳାଞ୍ଜଳି

ଧର୍ମଗଡ଼ ପଞ୍ଚାୟତ ମହାବିଦ୍ୟାଳୟ ରେ ଗ୍ରନ୍ଥାବଳୀ ଲୋକାର୍ପଣ ସମାରୋହରେ ସରକାରୀ ନୀତି ନିୟମକୁ ଜଳାଞ୍ଜଳି

ଆଜି ଧର୍ମଗଡ଼ ପଞ୍ଚାୟତ ମହାବିଦ୍ୟାଳୟର ସଭାଗୃହରେ ଜଣେ ଓଡ଼ିଆ ବିଭାଗର ଅଧ୍ୟାପକ ଙ୍କ ଦ୍ଵାରା ରଚିତ ଏକ ଗ୍ରନ୍ଥାବଳୀ ପୁସ୍ତକ ଲୋକାର୍ପଣ ସମାରୋହରେ ନାନା ଅନିୟମିତତା ଦେଖିବାକୁ ମିଳିଥିଲା।ଅତିଥି ମାନଙ୍କୁ ସ୍ଵାଗତ କରିବା ପାଇଁ ଦିନ ୧୧ ଘଣ୍ଟା ରୁ ୧୨.୩୦ ଦୀର୍ଘ ଦେଢ଼ ଘଣ୍ଟା ଯାଏଁ ଶ୍ରେଣୀ ଗୃହରେ ଶିକ୍ଷାଦାନ ବନ୍ଦ କରାଯାଉ କଲେଜ ଫାଟକ ସମ୍ମୁଖରେ ଛାତ୍ର ଛାତ୍ରୀ ମାନଙ୍କୁ ଛିଡ଼ା କରି ରଖା ଯାଇଥିଲା।

ଓଡ଼ିଆ ଭାଷା ଓ ସାହିତ୍ୟ ଵିଭାଗ ଆନୁକୂଲ୍ୟରେ ଆଲୋଚନା ଚକ୍ର ଓ ପୁସ୍ତକ ଲୋକାର୍ପଣ ସମାରୋହରେ ନିମନ୍ତ୍ରିତ ଦୁଇଜଣ ବିଶିଷ୍ଟ ଅତିଥି ଓ ଦୁଇଜଣ ସମ୍ମାନିତ ଅତିଥି ଅନୁପସ୍ଥିତ ଥିବା ଦେଖା ଯାଇଥିଲା। ଏହି ସମାରୋହର ଖବର ପ୍ରସାରଣ ପାଇଁ ସମସ୍ତ ଗଣ ମାଧ୍ୟମ ର ପ୍ରତିନିଧି ମାନଙ୍କୁ ନିମନ୍ତ୍ରିତ କରାଯାଇଥିବାରୁ ସମସ୍ତେ ଦିନ ୧୧ ଘଣ୍ଟା ପୂର୍ବରୁ ମହାବିଦ୍ୟାଳୟରେ ଉପସ୍ଥିତ ହୋଇଥଲେ। ମୁଖ୍ୟ ଅତିଥି କଳାହାଣ୍ଡି ସାଂସଦ ମାଳବିକା ଦେବୀ ଦେଢ଼ ଘଣ୍ଟା ବିଳମ୍ବରେ ପହଞ୍ଚିବା ଯାଏଁ ସାମ୍ୱାଦିକ ମାନେ ଅପେକ୍ଷା କରି ରହିଥିଲେ। ଅତିଥି ମାନଙ୍କୁ ଛାତ୍ର ଛାତ୍ରୀ ମାନେ ସମାରୋହ ସ୍ଥଳ କୁ ପାଛୋଟି ନେଇଥିଲେ। କିନ୍ତୁ ଉପସ୍ଥିତ ଥିବା ଗଣ ମାଧ୍ୟମର ପ୍ରତିନିଧି ମାନଙ୍କୁ ଅଧ୍ୟକ୍ଷ,ଅଧ୍ୟାପକ କିମ୍ବା ଆୟୋଜନ କର୍ତ୍ତା ଅଣ ଦେଖା କରି ଚାଲିଯାଇଥିଲେ। ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିବା ସାମ୍ୱାଦିକ ମାନେ କଲେଜ ପରିସରରୁ ଫେରି ଆସିଥିଲେ।

ଏସମ୍ପର୍କରେ ପରବର୍ତ୍ତୀ ସମୟରେ ଅଧ୍ୟକ୍ଷ ଙ୍କୁ ପଚରା ଯିବାରୁ ଓଡ଼ିଆ ଭାଷା ସାହିତ୍ୟ ଵିଭାଗ ରେ ଏକ ଆଲୋଚନା ଚକ୍ର କରାଯାଉଥିବା ଗତ ରାତିରେ ମୋତେ ସୁଚନା ଦିଆଯାଇଥିଲା। “ମୁଁ ଛୁଟିରେ ଥିବା ସତ୍ତ୍ୱେ ସାଂସଦ, ବିଧାୟକ,ଅତିରିକ୍ତ ଜିଲ୍ଲାପାଳ ଓ ଆସୁଥିବା ଜାଣି ଆଜି କଲେଜ କୁ ଆସିଥିଲି।” ଏତେବଡ ଆୟୋଜନ ଓ ଏତେ ଲୋକଙ୍କୁ ନିମନ୍ତ୍ରିତ କରାଯାଇଥିବା ସୂଚନା ତାଙ୍କ ପାଖରେ ନଥିଲା ବୋଲି ସେ ସଫେଇ ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଆ ଭାଷା ସାହିତ୍ୟ ଵିଭାଗରେ କାର୍ଯ୍ୟରତ ଓଡ଼ିଆ ଅଧ୍ୟାପକ ଗଣପତି ବାଗ ନିଜ ଶଶୁରଙ୍କ ଘୁମୁରା ଗୀତ,ପ୍ରଥମ ଭାଗ ଲୋକାର୍ପଣ ପାଇଁ ଏହି ଆୟୋଜନ ସରକାରୀ ନୀତି ନିୟମକୁ ଜଳାଞ୍ଜଳି ଦେଇ କରିଥିବା ଅଭିଯୋଗ ହୋଇଛି। ପୁସ୍ତକ ଉନ୍ମୋଚନ ପାଇଁ ସରକାରୀ ମହାବିଦ୍ୟାଳୟର ଶିକ୍ଷାଦାନ କୁ ବ୍ୟାହତ କରିବା ଓ ଛାତ୍ର ଛାତ୍ରୀ ମାନଙ୍କୁ ଘଣ୍ଟା ଘଣ୍ଟା ଧରି ଠିଆ କରାଇବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।କୌଣସି ବେସରକାରୀ କାର୍ଯ୍ୟକ୍ରମ ପାଇଁ ଶିକ୍ଷା ଦାନ କୁ ବ୍ୟାହତ କରାଯିବା ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ବ୍ୟୁରୋ ରିପୋର୍ଟ….

Related posts

ଶିକ୍ଷା, ସ୍ଵାସ୍ଥ୍ୟ, କର୍ମନିଯୁକ୍ତି ପାଇଁ ସଂଗ୍ରାମ, ନିଜସ୍ଵ ଶକ୍ତି ବୃଦ୍ଧି ଓ (ଆଇ.ଏନ୍.ଡି.ଆଇ.ଏ.)ର ଶକ୍ତି ବୃଦ୍ଧି କରିବ ସିପିଆଇ

masiha

ସାଇକେଲକୁ ଧକ୍କା ଦେଲା ବାଇକ 3 ଗୁରୁତର

Sunil Chandra Nayak

ବୀର ସହୀଦ ଲକ୍ଷ୍ମଣ ନାଏକଙ୍କ ୧୨୬ତମ ଜନ୍ମ ଜୟନ୍ତୀ ପାଳନ 

Sunil Chandra Nayak

Leave a Comment

error: Content is protected !!