ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୭୫ତମ ଜାତୀୟ ସେନାଦିବସ ପାଳିତ

କାମାକ୍ଷାନଗର(ମ ନି ସ)୧୬/୦୧_ଢେଙ୍କାନାଳ ଜିଲା କାମାକ୍ଷାନଗର ର ଅବସରପାପ୍ତ ସୈନିକ ସଂଘ ପକ୍ଷରୁ ରବିବାର ଜାତୀୟ ସେନାଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ବର୍ଗର ଶତାଧିକ ଅବସର ପ୍ରାପ୍ତ ସୈନିକ ସ୍ଥାନୀୟ ଜିରିଡାମାଳି ସ୍ଥିତ ସୈନିକ ସଙ୍ଘ କାର୍ଯ୍ୟାଳୟ ଠାରୁ ଏକ ବାଇକ ଶୋଭାଯାତ୍ରାରେ ବାହାରି କାମାକ୍ଷାନଗର ସହର ପରିକ୍ରମା କରିଥିଲେ।ବନ୍ଦେ ମାତରଂ ଓ ଭାରତ ମାତାଙ୍କ ଜୟ ଧ୍ବନିରେ ସୟର ପ୍ରକମ୍ପିତ ହୋଇଥିଲା। ପରେ ସୈନିକ ସଙ୍ଘ କାର୍ଯ୍ୟାଳୟ ଠାରେ ସଂଘର ସଭାପତି ଡମ୍ବରୁଧର ରାଉତଙ୍କ ଅଧକ୍ଷତାରେ ଏକ ସଭାର ଆୟୋଜନ କରାଯାଇ ପ୍ରାରମ୍ଭରେ ଦେଶପାଇଁ ସହୀଦ ହୋଇଥିବା ଜବାନଙ୍କ ଉଦେଶ୍ୟରେ ପ୍ରାର୍ଥନା ସଭାହୋଇଥିଲା। ପରେ ସଂଘର ସଭ୍ୟ ମାନେ ନିଜ ନିଜର ମତ ରଖି ଆଗାମୀ ଦିରେ ସଂଘତରଫରୁ ଏକ କ୍ୟାଣ୍ଟିନ ଖୋଲିବାକୁ ସର୍ବ ସାଧାରଣରେ ପ୍ରସ୍ଥାବ ହୋଇଥିଲା।ଏଭଳି ଦିନରେ ଦେଶପାଇଁ ବଳିଦାନ ଦେଇଥିବା ବୀର ଯବାନଙ୍କୁ ମନେପକାଇବା ସେମାନଙ୍କ ପାଇଁ ଶ୍ରେଷ୍ଠ ସମ୍ମାନ ବୋଲି ମତ ପ୍ରକାଶ ପାଇଥିଲା। ଆୟୋଜିତ ସଭା ରେ କାମାକ୍ଷାନଗର ଉପଖଣ୍ଡ ର ବିଭିନ୍ନ ଅଞ୍ଚଳ ରୁ ସୈନିକ ମାନେ ଯୋଗ ଦେଇ ଆଜିର ଦିବସ ଉପରେ ଆଲୋକପାତ କରିଥିଲେ l କାମାକ୍ଷାନଗର ସୈନିକ ସଙ୍ଘ ତରଫରୁ ସଂମ୍ପାଦକ ରବିନାରାୟଣ ସାହୁ, ଉପଦେଷ୍ଟା ଅଶ୍ୱିନୀ ମହାପାତ୍ର, କୋଷାଧକ୍ଷ ଇଶ୍ବର ପଣ୍ଡା, ବିକାଶ ସେଠି, ଶଶୀକାନ୍ତ ରାଉତ, ଦିତିକୃଷ୍ଣ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ଆମ ପରମ୍ପରାରେ ରଜ ଉତ୍ସବ ଆଲୋଚନାଚକ୍ର 

Sunil Chandra Nayak

ଗଦ୍ୟରୁ ପଦ୍ଯ ସୃଷ୍ଟି ପ୍ରତିଯୋଗିତାରେ ଜଗତସିଂହପୁର ଜିଲ୍ଲା ପ୍ରଥମ 

masiha

୧- ପ୍ରଭୁ ଅଷ୍ଟଶମ୍ଭୁଙ୍କ ମନ୍ଦିର ଇତିହାସ, ୨- ମଠକରଗୋଳା ମହାବିଦ୍ୟାଳୟରେ ଶକ୍ତିଶ୍ରୀ ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ,୩- ଢେଙ୍କାନାଳ-ଭୁବନ ରାସ୍ତାରେ ମରଣଯନ୍ତା, ବୁଲାଣିରେ ବଡ଼ ଗାତ ,୪- ମହାବିରୋଡ ରେଞ୍ଜରୁ ହାତୀ ଦାନ୍ତ ଜବତ, ୪ ଗିରଫ ,୫- ଢେଙ୍କାନାଳ ଜିଲାରେ ବଢିଚାଲିଛି ଗୋରୁ ଚାଲାଣ, ପୋଲିସ ନିଷ୍କ୍ରିୟ , ୬- କରେଣ୍ଟରେ ହାତୀ ମରିବା ଅଭିଯୋଗରେ ଶିକାରୀ କୋର୍ଟ ଚାଲାଣ, ୭- ପୁଣି ଅଣନିଶ୍ୱାସୀ ହୋଇ ୪ ଛାତ୍ରୀ ଅସୁସ୍ଥ , ୮-ଅବସରପ୍ରାପ୍ତ ଭେଷଜଙ୍କ ପରଲୋକ 

Sunil Chandra Nayak

Leave a Comment

error: Content is protected !!