ଜଳେଶ୍ୱର ଇସ୍କନ ପକ୍ଷରୁ ରକ୍ତଦାନ ଶିବିର
ଜଳେଶ୍ୱର, ୫/୯ (ମନିସ): ଇସ୍କନର ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରିଲ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁ ପାଦଙ୍କ ଜନ୍ମ ଜୟନ୍ତୀ ଅବସରରେ ଜଳେଶ୍ୱର ଇସ୍କନ ସଙ୍ଗଠନ ଓ ଆମ ଓଡ଼ିଶା ପକ୍ଷରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ, ଶ୍ରୀଲ ପ୍ରଭୁପାଦ ବ୍ୟାସ ପୂଜା ଓ ନନ୍ଦ ଉତ୍ସବ ଅବସରରେ ଗୋବରଘାଟାସ୍ଥିତ ଇସ୍କନ ମନ୍ଦିର ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।
ପ୍ରାକ୍ତନ ନଗରପାଳ ପ୍ରବୀର କୁମାର ପ୍ରଧାନ, ଡାକ୍ତର ବିନୋଦ କୁମାର ପ୍ରଧାନ, ଜିଲ୍ଲା ରକ୍ତଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀ, ଉପ ସଭାପତି ସୁବ୍ରତ କୁମାର ରଣା, ସାଙ୍ଗଠନିକ ସମ୍ପାଦକ ମନୋରଞ୍ଜନ ଦାସ ଓ ପ୍ରଭୁ ହେମ ହରିପଦ ଦାସ ବ୍ରହ୍ମଚାରୀ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଶିବିରରୁ ୨୬ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ରାଧାଶ୍ୟାମ ଦାସ, ନାରାୟଣ ଦତ୍ତ, ଚନ୍ଦନ ଦାସ, ନବୀନ ପ୍ରଧାନ, ଲକ୍ଷ୍ମୀଧର ବାରିକ ଏବଂ ବରିଷ୍ଠ ସାମ୍ବାଦିକ ସତ୍ୟବ୍ରତ ପ୍ରଧାନ ଶିବିରକୁ ପରିଚାଳନା କରିଥିଲେ।
ସୁକୁମାର ରଣା ଙ୍କ ରିପୋର୍ଟ୍

