ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିଙ୍ଗଝର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ ପାଳିତ

ସିଙ୍ଗଝର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ ପାଳିତ

ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଳକ୍ ଅନ୍ତର୍ଗତ ସିଙ୍ଗଝର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଗୁରୁ ପୂଜନ ତଥା ଗୁରୁଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗୌତମ ମେହେର ସଭାପତିତ୍ଵ କରିଥିବାବେଳେ ମୁଖ୍ୟଅତିଥି ଭାବରେ ପ୍ରାକ୍ତନ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଚନ୍ଦ୍ରଭାନୁ କଶ୍ୟପ ଯୋଗଦେଇଥିଲେ । ବିଦ୍ୟାଳୟର ଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ ଓ ସମସ୍ତ ଛାତ୍ରଛାତ୍ରୀ ମାନେ ଗୁରୁ ପୂଜନ କରିଥିଲେ । ଏହାପରେ ଅବସର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ମୁଖ୍ୟଅତିଥି ଗୁରୁ ଦିବସର ମହତ୍ଵ ଓ ପାଳନର ଉଦ୍ଦେଶ୍ୟ ବିଷୟରେ ଉଦ୍‌ବୋଧନ ଦେବା ସହ ଶିକ୍ଷା ପ୍ରତି ନିଷ୍ଠା ରଖି ନିୟମିତ ପାଠ ପଢିବା ସହିତ ଜଣେ ଭଲ ମଣିଷ ହୋଇ ଦେଶର ତଥା ନିଜ ଅଞ୍ଚଳର ସେବା କରିବାକୁ ପରାମର୍ଶଦେଇଥିଲେ । ସମସ୍ତ ଛାତ୍ରଛାତ୍ରୀ କେବଳ ଗୁରୁ ଦିବସରେ ନୁହେଁ ବରମ୍ ଜୀବନର ପ୍ରତ୍ୟେକ ମୂହୁର୍ତ୍ତରେ ଗୁରୁମାନଙ୍କୁ ସମ୍ମାନ ଦେବାକୁ ମତପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ରୋହିଣୀ ମେହେର ମଞ୍ଚ ପରିଚାଳନା କରିଥିବାବେଳ ଛାତ୍ରୀ ନିୟତି ବୈଠାରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଗୁରୁଙ୍କ ମାର୍ଗଦର୍ଶନକୁ ଗ୍ରହଣ କରି ଜଣେ ଜଣେ ଉତ୍ତମ ଛାତ୍ର ହେବାକୁ କହିଥିଲେ। ଏଥିରେ ଶିକ୍ଷୟିତ୍ରୀ ପାରିଜାତ ମେହେର ଓ ସୁରମା ଭିତ୍ରିୟା ଉପସ୍ଥିତ ଥିବାବେଳେ ବିଦ୍ୟାଳୟର ଶାରୀରିକ ଶିକ୍ଷକ ସରୋଜ କୁମାର ବୈଠାରୁ ସମସ୍ତଙ୍କୁ ଅନ୍ୟବାଦ ଅର୍ପଣ କରିଥିଲେ।

Related posts

ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ କାର୍ଯ୍ୟକ୍ରମକୁ ସଫଳ ରୂପ ଦେବାକୁ ଜିଲ୍ଲା ପ୍ରଶାସନର ସାମ୍ବାଦିକ ସମ୍ମିଳନୀ 

Sunil Chandra Nayak

ଓଡିଶା ଡ୍ରାଇଭର ମହାସଂଘର ଜିଲା ସ୍ତରୀୟ ବୈଠକ 

masiha

ଜଗନ୍ନାଥ ମନ୍ଧିର ପୂଜକ ଧବଲେଶ୍ବର ପୁରୋହିତ ଆଉ ନାହାନ୍ତି

Sunil Chandra Nayak

Leave a Comment

error: Content is protected !!