ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନାବାଳିକା ଫ୍ୟାନରେ ରଶି ଲଗାଇ ଆତ୍ମହତ୍ଯା 

ନାବାଳିକା ଫ୍ୟାନରେ ରଶି ଲଗାଇ ଆତ୍ମହତ୍ଯା 

ନବରଂଗପୁର:(୫|୯)(ରବି ନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧିନସ୍ଥ ଗରୁଡଗୁଡା ଗ୍ରାମର ସମରଥ ଜାନିଙ୍କ ୧୪ ବର୍ଷର ନା ବାଳିକା ଝିଅ କନକ ଜାନି(୧୪) (୯ ମ ଶ୍ରେଣୀର ଛାତ୍ରୀ) କୌଣସି କାରଣରୁ ଭାରସାମ୍ୟ ହରାଇ ନିଜ ଘରେ ଫ୍ୟାନରେ ରଶି ସାହାଯ୍ୟରେ ଆତ୍ମହତ୍ଯା କରିଥିଲା l ଖବର ପାଇ ଡାବୁଗାଁ ଥାନା ଅଧିକାରୀ ଲଚିମ ପରଜା, ସହ ନିରୀକ୍ଷକ ଅକ୍ଷୟ ମିଶ୍ର ଓ ସଦଳବଳେ ସେହି ଗ୍ରାମରେ ପହଞ୍ଚି ଶବ୍ଦ ଜବତ କରି ଶବ୍ଦ ବ୍ୟବଚ୍ଛେଦ ନିମନ୍ତେ ଡାବୁଗାଁ ପଠାଇଥିଲେ l ଘଟଣା ଅପରାହ୍ଣ ତିନିଟା ସମୟରେ ଘଟି ଥିଲେ ହେଁ ତାଙ୍କ ପିତା ଆଜି ରାତି ୯ ଘଣ୍ଟା ସମୟରେ ଏତଲା ଦେଇଥିଲେ l ଶବ୍ଦ ଜବତ ହୋଇ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରହିଥିବା ବେଳେ ଆସନ୍ତା କାଲି ଶବ୍ଦ ବ୍ୟବଚ୍ଛେଦ ପରେ ମୃତକର ପରିବାରକୁ ହସ୍ତାନ୍ତର ଜଣାଯିବ l ଏନେଇ ଥାନା ଅପମୃତ୍ୟୁ ମାମଲା ନମ୍ବର ୨୭/୨୦୨୬ ରେ ରୁଜୁ କରାଯାଇ ସହ ନିରୀକ୍ଷକ ଅକ୍ଷୟ ମିଶ୍ର ତଦନ୍ତ ଭାର ନେଇ ତଦନ୍ତ ଜାରି ଅଛି l ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣା ପଡିବ l ତେବେ ବର୍ତ୍ତମାନ ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ହରିଶଙ୍କର ରୋଡ ରେଳ ଷ୍ଟେସନ ଠାରୁ ଗଞ୍ଜେଇ ଜବତ ସହ ଦୁଇ ଜଣ ମହିଳା ଗିରଫ

Sunil Chandra Nayak

ଫେଭର ମାଗି କଲେଜ ଡାଟା ଏଣ୍ଟ୍ରି ଅପରେଟର ଗିରଫ

Sunil Chandra Nayak

ଜାତୀୟ ରାଜପଥ ଉପରେ ପୋଲିସ ଏସ ଆଇ ଙ୍କ ଅର୍ଧଦଗ୍ଧ ଶବ ,ସନ୍ଦେହ ଘେରରେ ଦୁର୍ଘଟଣା ନା ହତ୍ୟା

masiha

Leave a Comment

error: Content is protected !!