ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବ ଭାରତ ସାକ୍ଷରତା ଅଭିଯାନ ନିମନ୍ତେ ସାକ୍ଷରତା ପକ୍ଷ ଅନୁଷ୍ଠିତ

ନବ ଭାରତ ସାକ୍ଷରତା ଅଭିଯାନ ନିମନ୍ତେ ସାକ୍ଷରତା ପକ୍ଷ ଅନୁଷ୍ଠିତ

ରାୟଗଡ ତା ୬.୯.୨୦୨୬  ଜିଲ୍ଲାପାଳ ରାୟଗଡ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣୀ ରାୟଗଡକୁ ପୂର୍ଣ୍ଣସାକ୍ଷର ଜିଲ୍ଲା ରୂପେ ଘୋଷଣା କରିବା ନିମନ୍ତେ ଏକ ଅଭିନବ ପଦକ୍ଷେପ ନେଇଛନ୍ତି । ରାୟଗଡ ଜିଲ୍ଲାରେ ସାଠିଏ ହଜାର ଲକ୍ଷ୍ୟଧାର୍ଯ୍ୟ ଥିବା ବେଳେ ଅଦ୍ୟାବଧି ଚାଳିଶି ହଜାର ରୁ ଉର୍ଦ୍ଧ ଉଲ୍ଲାସ ଯୋଜନାରେ ନିରକ୍ଷରଙ୍କୁ ପଞ୍ଜିକରଣ କରାଯାଇଅଛି। 

   ରାୟଗଡ ଜିଲ୍ଲାରେ ଉଲ୍ଲାସ ସାକ୍ଷରତା ପକ୍ଷ ସେପ୍ଟେମ୍ବର ୧ ରୁ ୧୪ ପର୍ଯ୍ୟନ୍ତ ପାଳିତ ହେଉଛି। ରବିବାର ଦିନ ଏଥି ନିମନ୍ତେ ଏକ ସଚେତନତା ଶିବିର ସ୍ଥାନୀୟ ପି ଏମ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଭାଜନଲାଲ୍ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ରାୟଗଡ ଜିଲ୍ଲାର ଏଗାର ଗୋଟି ବ୍ଲକ ରୁ ଚାରିଶହ ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ଶାନ୍ତିଲତା ମୁନୀ ଯୋଜନାର ଲକ୍ଷ୍ୟ ଓ ଉଦ୍ଦ୍ୟେଶ ସହ ଜିଲ୍ଲାରେ ସର୍ବାଧିକ ପଞ୍ଜିକରଣ କରି ଉଲ୍ଲାସ ଯୋଜନାରେ ସାମିଲ କରିବା ନିମନ୍ତେ ଆଲୋଚନା କରିଥିଲେ ।  

 ଜାତୀୟ ଶିକ୍ଷା ନୀତି ଅନ୍ତର୍ଗତ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ମାଧ୍ୟମରେ ଭାରତରେ ପନ୍ଦର ବର୍ଷରୁ ଉର୍ଦ୍ଧ ବୟସ୍କ ପ୍ରତି ବର୍ଷ ଏକକୋଟି ନିରକ୍ଷର ଙ୍କୁ ସାକ୍ଷର ଓ ଆତ୍ମ ନିର୍ଭରଶିଳ କରିବା ଉଦ୍ଦ୍ୟେଶରେ ଏହି ” ଜନ ଜନ ସାକ୍ଷାର” ଅଭିଯାନ ୨୦୨୨ ରୁ ଆରମ୍ଭ ହୋଇ ୨୦୨୭ ପର୍ଯ୍ୟନ୍ତ ଚାଲିବ । ଏଣୁ ରାୟଗଡ କୁ ଏକ ପୂର୍ଣ୍ଣ ସାକ୍ଷର ଜିଲ୍ଲାରେ ପରିଣତ କରିବାରେ ସଭିଙ୍କ ସହଯୋଗ କାମନା କରିଥିଲେ । ଏହି ବୈଠକରେ ଗୁଣୁପୁର ଗୋଷ୍ଠୀ ଶିକ୍ଷାଧିକାରୀ ସୁବାସ ସିଂ *, ଚନ୍ଦ୍ରପୁର ଓ ମୁନିଗୁଡ଼ା ବ୍ଲକର ଶିକ୍ଷାଧିକାରୀ ଗଣେଶ ଶବର, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ସମେତ ଜିଲ୍ଲା* ପ୍ରାଥମିକ ଶିକ୍ଷକ ସଂଘ , ଜିଲ୍ଲା ଶିକ୍ଷାଧିକାରୀ ଓ ବିଭିନ୍ନ ଗୋଷ୍ଠୀ ଶିକ୍ଷାଧିକାରୀ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ମହାବିଦ୍ୟାଳୟରେ Y20, G20 , ଜିଲ୍ଲାସ୍ତରୀୟ ଯୁବ ଆଲୋଚନା

Sunil Chandra Nayak

ବଲିଉଡ କଳାକାର ରାମ୍ ସିର୍କାଙ୍କ ସାହିକୁ ରାସ୍ତା ନିର୍ମାଣ କେବେ ?

masiha

A Blood Donor Hero Social Worker Er.Bipra Ranjan

masiha

Leave a Comment

error: Content is protected !!