ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲିଯୋଡ଼ିରେ କ୍ୟାନଭାସ୍ ଆନୁକୂଲ୍ୟରେ ରକ୍ତଦାନ ଶିବିର

ବାଲିଯୋଡ଼ିରେ କ୍ୟାନଭାସ୍ ଆନୁକୂଲ୍ୟରେ ରକ୍ତଦାନ ଶିବିର

ରାଉରକେଲା : କ୍ୟାନଭାସ୍, ରାଉଲକେଲା ଆନୁକୂଲ୍ୟରେ ବାଲିଯୋଡ଼ିରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। 

ଶିବିରର ମୁଖ୍ୟ ଅତିଥି ଭାବେ ଟାଙ୍ଗରପାଲ୍ଲି ଥାନାର ଭାରପ୍ରାପ୍ତ ଅଧିକାରୀ ତ୍ରୀନାଥ ସେଠୀ ଯୋଗଦାନ କରି କ୍ୟାନଭାସ ର ପ୍ରୟାସ କୁ ଭୂରିଭୂରି ପ୍ରଶଂସା କରିଥିଲେ। କ୍ୟାନଭାସ୍‌ର ଆବାହକ ସୁରେଶ ଚନ୍ଦ୍ର ପ୍ରଧାନ ରକ୍ତଦାନ ମହତ୍ଵ ଓ ଗୁରୁତ୍ୱ ସମ୍ପର୍କ ରେ ବିଶଦ ଭାବରେ ଆଲୋଚନା କରିଥିଲେ।ଏହି କାର୍ଯ୍ୟକ୍ରମକୁ ଦେବାଶିଷ ମହାନ୍ତି ସମନ୍ୱୟ କରିଥିଲେ। ଏହି ଅବସରରେ କ୍ୟାନଭାସ ର ସଦସ୍ୟ ବଲୀ ଚୌଧୁରୀ, ରଞ୍ଜିତ ନାୟକ, ସଂଗ୍ରାମ କେଶରୀ ମହାନ୍ତି, ଗୋପାଳ ଜେନା, ଲିନା ନାୟକ, ସୁଶ୍ରୀ ମୋନାଲିସା ସାହୁ ଓ ଆର୍. ରମେଶ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ଅତିଥି ଓ ସ୍ୱେଚ୍ଛାସେବୀଙ୍କ ଉପସ୍ଥିତିରେ ଶିବିର ସଫଳତାର ସହିତ ସମାପ୍ତ ହୋଇଥିଲା। ଏହି ଶିବିରରେ ମୋଟ ୩୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।

କ୍ୟାନଭାସ ଆନୁକୂଲ୍ୟରେ ଅଗଷ୍ଟ ୧୫ ତାରିଖରୁ ଆୟୋଜିତ ଏହି ରକ୍ତଦାନ ଶିବିର ଆସନ୍ତା ଅକ୍ଟୋବର ୨ତାରିଖ ପର୍ଯ୍ୟନ୍ତ ସହରର ବିଭିନ୍ନ ପ୍ରାନ୍ତ ରେ ଆୟୋଜିତ ହେବା ର ଲକ୍ଷ୍ୟ ରଖା ଯାଇଛି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସିଭିଲ୍ ଟାଉନସିପ୍ ଶନି ମନ୍ଦିରରେ ସ୍ଥାୟୀ ଥଣ୍ଡା ପାନୀୟ ଜଳ ବିତରଣ ଉଦ୍ଘାଟିତ

ରାଇରଙ୍ଗପୁର ସହରରେ ବିଭିନ୍ନ ୱାର୍ଡ ରେ ଜୟ ଜଗନ୍ନାଥ ଅର୍ପଣ ରଥର ପରିକ୍ରମା

masiha

ଟିପିଏନ୍ ଓଡି ଏଲ୍ ତରଫରୁ OTS ସମାଧାନ ମାରାଥନ ଶିବିର 

masiha

Leave a Comment

error: Content is protected !!