ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରକ୍ତଦାନ କରି ଜୀବନ ବଞ୍ଚାଇଲେ ସ୍ୱେଚ୍ଛାସେବୀ ସୁରେଶ ବାଗ

ରକ୍ତଦାନ କରି ଜୀବନ ବଞ୍ଚାଇଲେ ସ୍ୱେଚ୍ଛାସେବୀ ସୁରେଶ ବାଗ

ଭବାନୀପାଟଣା : ମାନବିକତାର ପରିଚୟ ଦେଇ ରକ୍ତଦାନ କରି ଜଣେ ରୋଗୀଙ୍କ ଜୀବନ ବଞ୍ଚାଇଛନ୍ତି ଜୁନାଗଡ଼ର ସ୍ୱେଚ୍ଛାସେବୀ ଯୁବକ ସୁରେଶ ବାଗ। ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ରୋକାବାହାଲ ଗ୍ରାମର ଦୁର୍ବିସୁତା ଗୋପାଳ (୨୮) ଅସୁସ୍ଥ ହୋଇ ଜୁନାଗଡ଼ସ୍ଥିତ ଅଗ୍ରୱାଲ ନର୍ସିଂ ହୋମରେ ଚିକିତ୍ସିତ ହେଉଥିଲେ। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତାଙ୍କର ତୁରନ୍ତ ଏ-ପଜିଟିଭ ରକ୍ତ ଆବଶ୍ୟକ ହୋଇଥିଲା। ଏ ସମ୍ପର୍କରେ ଖବର ପାଇ ଜୁନାଗଡ଼ର ସ୍ୱେଚ୍ଛାସେବୀ ଯୁବକ ସୁରେଶ ବାଗ ତୁରନ୍ତ ନର୍ସିଂ ହୋମରେ ପହଞ୍ଚି ରକ୍ତଦାନ କରିଥିଲେ। ତାଙ୍କର ଏହି ରକ୍ତଦାନ ଯୋଗୁଁ ରୋଗୀଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା ଜଣାପଡ଼ିଛି। ରକ୍ତଦାନ ସମୟରେ ଯାଦବ ସମାଜର ଯୁବ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ସୁରେଶ ବାଗଙ୍କୁ ସହଯୋଗ କରିବା ସହ ରକ୍ତଦାନ ପାଇଁ ଉତ୍ସାହିତ କରିଥିଲେ। ସୁରେଶ ବାଗଙ୍କ ଏହି ମହତ ଓ ମାନବିକ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। ତାଙ୍କର ଏଭଳି ଉଦ୍ୟମ ଅନ୍ୟମାନଙ୍କୁ ମଧ୍ୟ ରକ୍ତଦାନ ପାଇଁ ପ୍ରେରଣା ଯୋଗାଇବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ଓଡ଼ିଶା ଲେବର କୋ-ଅପରେଟିଭ ସୋସାଇଟି ଆରମ୍ଭ କଲା ନୂଆ ସେବାକେନ୍ଦ୍ର 

masiha

ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳିତ

masiha

ପାଟଣାଗଡ଼ ଲାୟନ୍ସ କ୍ଲବର 44 ତମ ଶପଥ ଗ୍ରହଣ ସମାରୋହ ଉସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!