ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ ଠାରେ ଜିଲ୍ଲାପାଳଙ୍କର ଯୁଗ୍ମଅଭିଯୋଗ ଶୁଣାଣି

ରାୟଗଡ଼ ଠାରେ ଜିଲ୍ଲାପାଳଙ୍କର ଯୁଗ୍ମଅଭିଯୋଗ ଶୁଣାଣି

ରାୟଗଡ଼ ୭/୯/୨୬: ରାୟଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସଦର ମହକୁମା ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ ସଭାଗୃହରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣି ରାୟଗଡ଼ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। 

ବୈଠକରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଜ ପ୍ରାସାଦ, ବନ ବିଭାଗର ଅଧିକାରୀ ଶ୍ରୀ ସଚିନ୍ ଆନ୍ନା ସାହେବ ଓହଲ, ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ମୁଖ୍ୟ ଚିକିତ୍ସା ତଥା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ବିଶ୍ୱମ୍ବର କୁମାର ବେହେରା, ଉପ ଜିଲ୍ଲାପାଳ ରାୟଗଡ଼ ଶ୍ରୀ ରମେଶ କୁମାର ଜେନା, ପ୍ରକଳ୍ପ ପ୍ରଶାସକ ତଥା ସମନ୍ୱିତ ଆଦିବାସୀ ଉନ୍ନୟନ ଅଧିକାରୀ ଶ୍ରୀ ଚନ୍ଦ୍ରକାନ୍ତ ମାଝୀ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ସମସ୍ୟା ଗୁଡିକର ସମାଧାନ କରିବା ପାଇଁ ଚେଷ୍ଟା କରିଥିଲେ। 

ଏଥିରେ ମୋଟ ୧୦୮ଟି ଅଭିଯୋଗ ପଞ୍ଜିକୃତ କରାଯାଇଥିଲା। ସେଥି ମଧ୍ୟରୁ ବ୍ୟକ୍ତିଗତ ୮୨ ଏବଂ ୧୭ ଟି ସାମୁହିକ ଅଭିଯୋଗ ଶୁଣାଣି କରାଯାଇଥିଲା। ଉକ୍ତ ଅଭିଯୋଗ ଶୁଣାଣିରେ ରେଡକ୍ରୋସ ପାଣ୍ଠିରୁ ୫ଜଣଙ୍କୁ ୧୮ ହଜାର ଟଙ୍କା ଆବଶ୍ୟକୀୟ ବ୍ୟକ୍ତିଙ୍କୁ ପ୍ରଧାନ କରାଯଇଥିବାବେଳେ ୨୧ଟି ଅଭିଯୋଗର ତୁରନ୍ତ ଫଇସଲା ହୋଇଥିଲା। ଅନ୍ୟ ଅଭିଯୋଗ ଗୁଡିକ ସମ୍ପୃକ୍ତ ଅଧିକାରୀମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ। ଏହା ସହ ୨ଜଣ ଦୁର୍ବଳ ଦୃଷ୍ଟିଶକ୍ତି ବ୍ୟକ୍ତିଙ୍କୁ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଲାପଟୋପ ପ୍ରଦାନ କରାଯଇଥିଲା।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ତରବୋଡ଼ ଠାରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ

Sunil Chandra Nayak

କେନ୍ଦ୍ରୀୟ ସଂଚାର ବ୍ୟୁରୋ, ଭାରତ ସରକାର, ବ୍ରହ୍ମପୁର କାର୍ଯ୍ୟାଳୟ ଦ୍ୱାରା ଭାରତୀୟ ନ୍ୟାୟ ସଂହିତା ସମ୍ପର୍କିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

Sunil Chandra Nayak

ଡାବୁଗାଁ ବ୍ଲକର ୩୩ ଜଣ ଗଣଶିକ୍ଷକ ନିୟମିତ ହେଲେ 

masiha

Leave a Comment

error: Content is protected !!