ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିପଦ ସଙ୍କୁଳ ଅବସ୍ଥାରେ ଜୀବନ୍ତ ଲୁହା ବିଦ୍ୟୁତ୍ ଖୁଣ୍ଟ ,ବିଦ୍ୟୁତ୍ ବିଭାଗର ପଡୁନାହିଁ ଦୃଷ୍ଟି

 କେବେ ଲାଗିବ ନୂତନ ବିଦ୍ୟୁତ୍ ଖୁଣ୍ଟ ?

ରୁପ୍ରା (ମନିସ) : ନର୍ଲା ବ୍ଳକ ଭାନପୁର ଗ୍ରାମ ପଞ୍ଚାୟତ ଅଧିନ ବାଲିପଡା ଛକ ଦୁର୍ଗା ମଣ୍ଡପ ସମ୍ମୁଖରେ ଥିବା ଜୀବନ୍ତ ଲୁହା ବିଦ୍ୟୁତ୍ ଖୁଣ୍ଟ ଅତ୍ଯନ୍ତ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ ବାଲିପଡାକୁ ଯେତେବେଳେ ବିଦ୍ୟୁତ୍ ସଂଯୋଗ ହେଲା ସେହି ସମୟରୁ ଲୁହା ବିଦ୍ୟୁତ୍ ଖୁଣ୍ଟ ଲାଗିଛି, ଫଳରେ ଉକ୍ତ ଖୁଣ୍ଟର ମୂଳ ଅଂଶ କଳଙ୍କ ଲାଗି ଖୁଣ୍ଟ ଭାଙ୍ଗିବା ଅବସ୍ଥାରେ ରହିଥିବା ବେଳେ ବର୍ଷା ସମୟରେ ଉକ୍ତ ଖୁଣ୍ଟରେ ବିଦ୍ୟୁତ ଚାର୍ଜ୍ ହୋଇଥାଏ ବୋଲି ସ୍ଥାନୀୟ ବ୍ଯବସାୟୀ ପ୍ରଣୟ ଭୋଇ ପ୍ରକାଶ କରିଛନ୍ତି।ସେହିପରି ଉକ୍ତ ସ୍ଥାନରେ ବସ୍ ଷ୍ଟପେଜ୍ ସହ ଅନ୍ୟାନ୍ୟ ଅନେକ ଗାଡି ପାର୍କିଂ ହେଉଥିବା ସହ ଲୋକ ମାନଙ୍କ ସମାଗମ ହୋଇଥାଏ। ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଉକ୍ତ ଖୁଣ୍ଟ ଯଦି ଭାଙ୍ଗିପଡେ ତାହେଲେ କୌଣସି ଅଘଟଣ କୁ ଏଡ଼ାଇ ହେବ ନାହିଁ, ଏଣୁ ଉକ୍ତ ଖୁଣ୍ଟ ବଦଳରେ ଶିଘ୍ର ନୂତନ ସିମେଣ୍ଟ ଖୁଣ୍ଟ ଲଗାଇବା ପାଇଁ ଦାବି ହେଉଛି।

ରୁପ୍ରା ରୁ ପ୍ରଦୀପ କୁମାର ସେନାପତି ଙ୍କ ରିପୋର୍ଟ ।

Related posts

ତେନ୍ତୁଳିଖୁଣ୍ଟି ତହସିଲ :ଅମୃତ ମହୋତ୍ସବ ଅବସରରେ ବିଭିନ୍ନ ପ୍ରତିଯୋଗିତା ର କୃତୀ ଛାତ୍ରୀ ଛାତ୍ର ଙ୍କୁ ପୁରସ୍କାର ବିତରଣ ଓ ବିଦ୍ୟାଳୟ ଗୁଡିକୁ ପଟ୍ଟା ବଣ୍ଟନ

Sunil Chandra Nayak

ଲୋକପ୍ରିୟ ନେତାଙ୍କ ପରଲୋକ, ଦୁଃଖ ପ୍ରକାଶ କଲେ ସମାଜସେବୀ

ଚନ୍ଦାହାଣ୍ଡି ଧାନମଣ୍ଡି ଦୁର୍ନିତୀ ମାମଲା, ଦୁଇବର୍ଷ ପରେ ଗିରଫ ହେଲେ ପୂର୍ବତନ ଲ୍ୟାମ୍ପ ଏମଡି , ଅନ୍ୟ ୫ ଜଣଙ୍କ ନାମରେ ମାମଲା ରୁଜୁ

Sunil Chandra Nayak

Leave a Comment

error: Content is protected !!