ଜାତୀୟ ରାଜଫଥ ୨୨୦ ନମ୍ଵର କାଦୁଆଣୀ ଛକରେ , ଅଜଣା କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର
ରାଇରଙ୍ଗପୁର -୭/୦୯ ଵହଳଦା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୨୦ ନମ୍ବର ରାଇରଙ୍ଗପୁର – ଟାଟା ରାସ୍ତାର ଗମ୍ଭାରିଆ- କାଦୁଆଣୀ ଛକରେ ଆଜି ଅପରାହ୍ନ ୫.୪୫ ରେ ଏକ ଅଜଣା କାର୍ ଧକ୍କାରେ ବାଇକ ଆରୋହୀ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି ।ସୂଚନାଯୋଗ୍ୟ ତିରିଂ ଥାନା ଅଞ୍ଚଳର ବଡକୁରମ ଗ୍ରାମର ରଵୀନ୍ଦ୍ର ଵାସ୍କେ ବାଇକରେ ଯାଉଥିବାବେଳେ ଏକ ଅଜଣା କାର୍ ଧକ୍କା ଦେଇ ଦୃତ ଗତିରେ ଖସି ପଳାଇଥିଲା ।ଵାଇକ୍ ଚାଳକ ରାସ୍ତାରେ ଛିଟିକି ପଡ଼ି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ ।ଖବରପାଇ ଵହଳଦା ପୋଲିସ ଗୁରୁତର ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ ।ଗୁରୁତରଙ୍କ ସ୍ବାସ୍ଥ୍ୟ ଅବସ୍ଥ ବିଗିଡିବାରୁ ତାଙ୍କୁ ବାରିପଦା ପଣ୍ଡିତରଘୁନାଥମୁର୍ମୁଙ୍କୁ ସ୍ଥାନାନ୍ତର କରାଯାଇଛି ।ଵହଳଦା ପୋଲିସ ଘଟଣାଟିର ତଦନ୍ତକୁ ଜୋରଦାର କରିଛି ।
ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ

