ଲାଞ୍ଜିଗଡ ଦୋଲIମା ଗ୍ରାମର ବିଦ୍ୟାଳୟ ଘର ଭାଙ୍ଗିଲା ଜଙ୍ଗିଲି ହାତୀ
କଳାହାଣ୍ଡି,୦୯/୦୯ କଳାହାଣ୍ଡି ଜିଲ୍ଲା,ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଲାଞ୍ଜି ପଞ୍ଚାୟତ ଅଧିନସ୍ଥ ଦୋଲାମା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ୦୮ ଟିକିଆ ହାତୀପଲ ଗ୍ରାମର ଉପର ମୁଣ୍ଡ ଥିବା ବିଦ୍ୟାଳୟ ପାଖକୁ ଆସିଥିଲେ I ହାତୀପଲ ଆସି ଗ୍ରାମର ବିଦ୍ୟାଳୟ ପାଖରେ ପହଞ୍ଚି ବିଦ୍ୟାଳୟକୁ ଭଙ୍ଗାରୁଜା କରିଥିଲେ ବିଦ୍ୟାଳୟ ମଧ୍ୟରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଥିବା ଖାଦ୍ୟ ସାମଗ୍ରୀ ଓ ଆସବାବ ପତ୍ର କ୍ଷୟ-କ୍ଷତି କରିଥିଲେ I ସେହି ସମୟରେ ହାତୀ ଘର ଭାଙ୍ଗିବା ଶବ୍ଦ ଶୁଣି ପାରି ସେହି ଗ୍ରାମର ଲୋକ ମାନେ ଟର୍ଚ୍ଚ ଠେଙ୍ଗା ବାଡ଼ି ଧରି ବିଦ୍ୟାଳୟ ପାଖକୁ ଆସି ପ୍ରାଣ-ପଣେ ଚେଷ୍ଟା କରି ହାତୀକୁ ସେଠାରୁ ଘୋଉଡାଇବାରେ ସଫଳ ହୋଇଥିଲେ I ଏଇ ପ୍ରକାର ଘଟଣା ଗତ ମାସ ୨୭/୦୮/୨୬ ତାରିଖ ଦିନ ବିଳମ୍ବିତ ରାତିରେ ଲାଞ୍ଜି ପଞ୍ଚାୟତର ଏକ ଗ୍ରାମରେ ଜଙ୍ଗଲୀ ହାତୀପଲ ପଶି ଜଣକର ଘରକୁ ଭଙ୍ଗାରୁଜା କରି ତାଙ୍କରି ଧାନ ଚାଉଳ ନଷ୍ଟ କରିଦେଇଥିଲେ I ବାରମ୍ବାର ଏହି ପ୍ରକାର ଘଟଣା ମାନ ଘଟୁଛି କିନ୍ତୁ ବନବିଭାଗ ଏହାର ସଚେତନ ରହିବାର ନା ଧରୁ ନାହାନ୍ତି I ଲାଞ୍ଜିଗଡ ଦୁର୍ଗମ ଅଞ୍ଚଳରେ ବାରମ୍ବାର ହାତୀ କେତେବେଳେ ମଣିଷ କୁ ଦନ୍ତା ହାତୀ ଜୀବନରେ ମାରୁଛିତ ଆଉ କେତେବେଳେ ଘରଦ୍ୱାର ଭାଙ୍ଗି ରୁଜି ଜନସାଧାରଣଙ୍କ କ୍ଷୟ-କ୍ଷତି କରୁଛି କିନ୍ତୁ ବନ ବିଭଗର କୌଣସି ନିଦ ଭାଙ୍ଗୁ ନାହିଁ I ଏହି ଦୁର୍ଗମ ଅଞ୍ଚଳରେ ବାରମ୍ବାର ଜଙ୍ଗଲୀ ହାତୀ ଙ୍କ ର ଉପଦ୍ରଵ ହେଉଥିବାରୁ ଜନସାଧାରଣ ବିଶେଷ କରି ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ବିଭିନ୍ନ ମହଲରେ ଚିନ୍ତା ପ୍ରକାଶ ପାଇଛି I ଏହି ଘଟଣା ଘଟିବା ପରେ ଆଜି ସକାଳ ୦୮ ଘଣ୍ଟା ୩୦ ମିନିଟ ସମୟ ପର୍ଯ୍ୟନ୍ତ ବନ ବିଭାଗର କୌଣସି କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନଥିଲେ,ଯାହାଫଳରେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟ୍ୟରେ ଆସିନ୍ତୋଷ୍ଟ ଦେଖିବାକୁ ମିଳିଥିଲା I ସ୍ଥାନୀୟ ଜନସାଧାରଣ କହିବା କଥାଯେ ବନ ବିଭାଗ ତୁରନ୍ତ ଆହIରି କ୍ଷୟ-କ୍ଷତିର ଆକଳନ କରିବା ସହ ସ୍ଥାୟୀ ସୁରକ୍ଷା ପାଇଁ ଉଚ୍ଚିତ ପଦକ୍ଷେପ ନେବାକୁ ଦୁର୍ଗମ ଅଞ୍ଚଳର ଗ୍ରାମବାସୀ ଦାବୀ କରିଛନ୍ତି I
ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

