ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋରୁମାହିଷାଣୀ–ବାଙ୍ଗିରିପୋଷୀ ରେଳଲାଇନ ପାଇଁ ଜମି ଅଧିଗ୍ରହଣ ତ୍ୱରାନ୍ୱିତ ଦାବି ବାକି ରହିଥିବା-୩ଟି ରାଜସ୍ୱ ଗ୍ରାମର ପ୍ରସ୍ତାବ ଅନୁମୋଦନ ପାଇଁ ଜିଲ୍ଲାପାଳଙ୍କ ନିକଟକୁ ପଠାଯାଇଛି

ଗୋରୁମାହିଷାଣୀ–ବାଙ୍ଗିରିପୋଷୀ ରେଳଲାଇନ ପାଇଁ ଜମି ଅଧିଗ୍ରହଣ ତ୍ୱରାନ୍ୱିତ ଦାବି ବାକି ରହିଥିବା-୩ଟି ରାଜସ୍ୱ ଗ୍ରାମର ପ୍ରସ୍ତାବ ଅନୁମୋଦନ ପାଇଁ ଜିଲ୍ଲାପାଳଙ୍କ ନିକଟକୁ ପଠାଯାଇଛି

ରାଇରଙ୍ଗପୁର – ୧୧/୦୯ ପ୍ରସ୍ତାବିତ ଗୋରୁମାହିଷାଣୀ–ବାଙ୍ଗିରିପୋ ଷୀ ନୂତନ ରେଳଲାଇନ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନେଇ ବିଜାତଳା ତହସିଲଦାର ତଥା ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ବିରାଜ ଲାକ୍ରାଙ୍କ ସହ ଆଲୋଚନା କରିଛନ୍ତି ଆଦିବାସୀ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି।ଆଲୋଚନା ସମୟରେ ତହସିଲଦାର ସୂଚନା ଦେଇଥିଲେ ଯେ, ବିଜାତଳା ବ୍ଲକର ମୋଟ ୧୧ଟି ରାଜସ୍ୱ ଗ୍ରାମ ମଧ୍ୟରୁ ବାକି ରହଯାଇଥିବା ଅମ୍ବାଡ଼ିହା, ଭାଲୁଯୋଡ଼ି ଓ ବଡ଼ଝରଣ—ଏହି-୩ଟି ଗ୍ରାମର ଜମି ଅଧିଗ୍ରହଣ ସମ୍ବନ୍ଧୀୟ ପ୍ରସ୍ତାବ ଅନୁମୋଦନ ଲାଭ ପାଇଁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପଠାଯାଇଛି।ରେଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଆଗେଇ ନେବା ପାଇଁ ଜମି ଅଧିଗ୍ରହଣରେ ଆହୁରି ଗତି ଆଣିବା ଆବଶ୍ୟକ ବୋଲି ପୂର୍ତ୍ତି କହିଛନ୍ତି। ଏନେଇ ସେ ମୟୂରଭଞ୍ଜ ଜିଲ୍ଲାପାଳ ଓ ଜିଲ୍ଲା ଭୂ-ଅର୍ଜନ ଅଧିକାରୀଙ୍କୁ ଜମି- ଅଧିଗ୍ରହଣ ପ୍ରକ୍ରିୟାକୁ ଶୀଘ୍ର ଆଗେଇ ନେବାକୁ ଅନୁରୋଧ କରିଛନ୍ତି।ମୟୁରଭଞ୍ଜ ଜିଲ୍ଲାର ଏହି ରେଳ ସଂଯୋଗ ସମ୍ପୂର୍ଣ୍ଣ ହେଲେ ବିଜାତଳା ବ୍ଲକ ସମେତ ସମଗ୍ର ଅଞ୍ଚଳର ଯାତାୟାତ ବ୍ୟବସ୍ଥାରେ ସୁଧାର ଆସିବା ସହ ଆର୍ଥିକ ଓ ସାମାଜିକ ବିକାଶକୁ ନୂତନ ଗତି ମିଳିବ ବୋଲି ପୂର୍ତ୍ତି ଆଶା ପ୍ରକାଶ କରିଛନ୍ତି।ଏହି ଅବସରରେ ବାମନଘାଟି ଉପଖଣ୍ଡ ଜିଲ୍ଲା ଆଦିବାସୀ କଂଗ୍ରେସ ନେତା ଶ୍ରୀ ବେରେଲ ସିରକା ଓ ବ୍ଲକ କଂଗ୍ରେସ ସଭାପତି ଶ୍ରୀ ନିଶାକର ପାତ୍ର ଉପସ୍ଥିତ ଥିଲେ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ଜୟ ମା ସୁରେଶ୍ୱରୀ: ସୋନପୁରିଆ ମନୋଜ କ୍ରିଏସନ ତରଫରୁ କୋଶଲୀ ଟେଲି ଫିଲ୍ମ (ନୁଆଁଖାଇ ଦିନେ ଭେଟ୍ ହେମା )ର ଶୁଭମହୁରତ ହେଇଯାଇଛି

masiha

ବିଷାକ୍ତ ସାପ କାମୁଡାରେ ନାବାଳିକା ମୃତ

masiha

ପରିତ୍ୟକ୍ତ ଅବସ୍ଥାରେ ଥୁଆମୁଳ ରାମପୁର ମୁଖ୍ୟ ଛକ ପାର୍ଶ୍ଵରେ ଥିବା ସାର୍ବଜନୀନ ଶୌଚାଳୟ – ବର୍ତ୍ତମାନ ପ୍ରଶାସନର ନିରବତାକୁ ନେଇ ଅନେକ ପ୍ରଶ୍ନ

Sunil Chandra Nayak

Leave a Comment

error: Content is protected !!