ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାୟକଙ୍କ ଦ୍ଵାରା ଶ୍ରେଣୀଗୃହ ନବୀକରଣ ପାଇଁ ୧୦ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ

ବିଧାୟକଙ୍କ ଦ୍ଵାରା ଶ୍ରେଣୀଗୃହ ନବୀକରଣ ପାଇଁ ୧୦ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ

ରାଉରକେଲା : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ତଥା ଇସ୍ପାତ ସହରାଞ୍ଚଳର ସେକ୍ଟର ୧୬ ନିକଟରେ ଥିବା ଇସ୍ପାତ ସ୍ୱୟଂ ଶାସିତ ମହାବିଦ୍ୟାଳୟର କଳା ବିଭାଗରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ କିଛି ଶ୍ରେଣୀଗୃହ ର ଆବଶ୍ୟକତା ଥିବାବେଳେ ସମ୍ପ୍ରତି ମହାବିଦ୍ୟାଳୟ ରେ ଥିବା କେତୋଟି ଶ୍ରେଣୀଗୃହ ର ନବୀକରଣର ଆବଶ୍ୟକତା ଥିବା ନେଇ ମହାବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ପକ୍ଷରୁ ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧକ୍ଷ ଦୁର୍ଗା ଚରଣ ତନ୍ତୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ବିଧାୟକ ଶ୍ରୀ ତନ୍ତୀ ଏହି କାର୍ଯ୍ୟ ସମ୍ପାଦନା ପାଇଁ ବିଧାୟକ ଅନୁଦାନ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ଯୋଗାଇଦେଇଥିଲେ । ଆଜି ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଧାୟକ ଶ୍ରୀ ତନ୍ତୀ ଇସ୍ପାତ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଶ୍ରେଣୀଗୃହ ନବୀକରଣ କାର୍ଯ୍ୟ ପ୍ରାରମ୍ଭ ପାଇଁ ଭୂମି ପୂଜନ କାର୍ଯ୍ୟ କରିଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ସ୍ତରୀୟ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ଜୟନ୍ତୀ ପାଳିତ 

Sunil Chandra Nayak

କଥାଶିଳ୍ପୀ ଗୋପିନାଥ ମହାନ୍ତିଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ପୁଷ୍ଟି ହୀନତା ମୁକ୍ତ ଗ୍ରାମ ପଞ୍ଚାୟତ ନେଇ ତାଲିମ୍ କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!