ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାୟକଙ୍କ ଦ୍ଵାରା ଶ୍ରେଣୀଗୃହ ନବୀକରଣ ପାଇଁ ୧୦ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ

ବିଧାୟକଙ୍କ ଦ୍ଵାରା ଶ୍ରେଣୀଗୃହ ନବୀକରଣ ପାଇଁ ୧୦ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ

ରାଉରକେଲା : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ତଥା ଇସ୍ପାତ ସହରାଞ୍ଚଳର ସେକ୍ଟର ୧୬ ନିକଟରେ ଥିବା ଇସ୍ପାତ ସ୍ୱୟଂ ଶାସିତ ମହାବିଦ୍ୟାଳୟର କଳା ବିଭାଗରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ କିଛି ଶ୍ରେଣୀଗୃହ ର ଆବଶ୍ୟକତା ଥିବାବେଳେ ସମ୍ପ୍ରତି ମହାବିଦ୍ୟାଳୟ ରେ ଥିବା କେତୋଟି ଶ୍ରେଣୀଗୃହ ର ନବୀକରଣର ଆବଶ୍ୟକତା ଥିବା ନେଇ ମହାବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ପକ୍ଷରୁ ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧକ୍ଷ ଦୁର୍ଗା ଚରଣ ତନ୍ତୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ବିଧାୟକ ଶ୍ରୀ ତନ୍ତୀ ଏହି କାର୍ଯ୍ୟ ସମ୍ପାଦନା ପାଇଁ ବିଧାୟକ ଅନୁଦାନ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ଯୋଗାଇଦେଇଥିଲେ । ଆଜି ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଧାୟକ ଶ୍ରୀ ତନ୍ତୀ ଇସ୍ପାତ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଶ୍ରେଣୀଗୃହ ନବୀକରଣ କାର୍ଯ୍ୟ ପ୍ରାରମ୍ଭ ପାଇଁ ଭୂମି ପୂଜନ କାର୍ଯ୍ୟ କରିଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଉପଖଣ୍ଡ ସ୍ତରୀୟ ଦୁଇ ଦିନିଆ ଛଉ ନୃତ୍ୟ ପ୍ରତିଯୋଗିତା ଉଦଯାପିତ 

Sunil Chandra Nayak

ଉର୍ବଶୀ ସାହୁ ଙ୍କ ଅକାଳ ବିୟୋଗ 

masiha

ମୁଖ୍ୟମନ୍ତ୍ରୀ,ତିନି ମନ୍ତ୍ରୀ ,ଦୁଇ ସାଂସଦ ସମେତ ଜିଲ୍ଲାର ୬ ବିଧାୟକଙ୍କ ରାଇରଙ୍ଗପୁର ଠାରେ ଆୟୋଜିତ ଅଲଚିକି ଲିପି ଉଦ୍ଭାବନର ଶତବାର୍ଷିକୀ ଏବଂ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୨୦ତମ ଜନ୍ମବାର୍ଷିକୀ ଉତ୍ସବରେ ଯୋଗଦାନ

masiha

Leave a Comment

error: Content is protected !!