ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶତାୟୁ,ପିଏମ୍ ଶ୍ରୀ ବି.ବି.ସରକାରୀ ହାଇସ୍କୁଲ୍, ଢେଙ୍କାନାଳରେ ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ଅନ୍ୱେଷଣ କାର୍ଯ୍ୟକ୍ରମ – ୨୦୨୬ ଅନୁଷ୍ଠିତ 

ଶତାୟୁ,ପିଏମ୍ ଶ୍ରୀ ବି.ବି.ସରକାରୀ ହାଇସ୍କୁଲ୍, ଢେଙ୍କାନାଳରେ ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ଅନ୍ୱେଷଣ କାର୍ଯ୍ୟକ୍ରମ – ୨୦୨୬ ଅନୁଷ୍ଠିତ 

ଢେଙ୍କାନାଳ : ତା.୧୨/୦୯/୨୦୨୬ରିଖ:ଚଳିତ ବର୍ଷ ଟାଟା ଷ୍ଟିଲ୍ ପକ୍ଷରୁ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଅଧୀନ ପଠାଣୀ ସାମନ୍ତ ପ୍ଲାନେଟୋରିୟ୍‌ମ,ଭୁବନେଶ୍ୱର ସହଯୋଗିତାରେ ଆୟୋଜିତ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟ୍‌ସ)ର ୨୦ତମ ସଂସ୍କରଣର ବିଦ୍ୟାଳୟସ୍ତରୀୟ କାର୍ଯ୍ୟକ୍ରମ -୨୦୨୬ ଶତାୟୁ,ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରେ ଦିବା ୧୧ ଘଟିକାରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି,ସ୍କୁଲ ପିଲାମାନଙ୍କ ମଧ୍ୟରେ ମହାକାଶ ବିଜ୍ଞାନକୁ ନେଇ ଆଗ୍ରହ ଓ ଅନ୍ୱେଷଣକୁ ନେଇ ସଚେତନତା ସୃଷ୍ଟି କରିବା।କାର୍ଯ୍ୟକ୍ରମରେ ୬ଷ୍ଠରୁ ଦଶମ ଶ୍ରେଣୀର ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବହୁବିଧ ପସନ୍ଦର ପ୍ରଶ୍ନ (ଏମ୍‌ସିକ୍ୟୁ)ପରୀକ୍ଷା ଏବଂ ଷଷ୍ଠରୁ ଅଷ୍ଟମ ଶ୍ରେଣୀର ପିଲାମାନଙ୍କ ପାଇଁ କୁଇଜ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯେଉଁଥିରେ ଛାତ୍ରଛାତ୍ରୀମାନଙ୍କୁ ଜ୍ୟୋତିର୍ବିଜ୍ଞାନ ଓ ମହାକାଶ ବିଜ୍ଞାନ ଉପରେ ସେମାନଙ୍କ ଜ୍ଞାନ ଅନ୍ୱେଷଣ ଓ ପ୍ରଦର୍ଶନ କରିବାର ଏକ ପ୍ଲାଟଫର୍ମ ପ୍ରଦାନ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ସୁନୀତାବାଳା ଷଡ଼ଙ୍ଗୀ ଓ ବିଦ୍ୟାଳୟ ସଂସ୍କୃତି ବିଭାଗ ଦାୟିତ୍ୱରେ ଥିବା ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ.ଅନୁପମା ମିଶ୍ରଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ଡା.ଦେବୀ ପ୍ରସାଦ ମିଶ୍ର ରାଷ୍ଟ୍ରପତି ସ୍କାଉଟ୍,ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ରାଜ୍ୟ ପୁରସ୍କାର ପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ଏକାଡେମିକ କୋର୍ଡିନେଟର ବିଦ୍ୟାଳୟର ପ୍ରାକ୍ତନ ୧୯୮୦ ମସିହା ଛାତ୍ର ତଥା ଅବସର ପ୍ରାପ୍ତ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ ତଥା ବିଦ୍ୟାଳୟ ଆଲୁମିନି ଆସୋସିଏସନ୍ ର ସଭାପତି ପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ମନୋନୀତ ପ୍ରତିନିଧି, ବିଦ୍ୟାଳୟ ପରିଚାଳନା କମିଟିର ମାନ୍ୟବର ସଦସ୍ୟ ଭାବରେ ଯୋଗଦାନ କରିଥିଲେ।ଏଥିସହ ଟାଟା ଷ୍ଟିଲ୍‌ର ଅଧିକାରୀ ଓ ବିଦ୍ୟାଳୟର ଶିକ୍ଷକମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।ମୁଖ୍ୟଅତିଥି ଡା. ଦେବୀ ପ୍ରସାଦ ମିଶ୍ର ସ୍ଵୀୟ ଅଭିଭାଷଣରେ ଟାଟା ଷ୍ଟିଲ୍ ପକ୍ଷରୁ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଅଧୀନ ପଠାଣୀ ସାମନ୍ତ ପ୍ଲାନେଟୋରିୟ୍‌ମ,ଭୁବନେଶ୍ୱର ସହଯୋଗିତାରେ ଆୟୋଜିତ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟ୍‌ସ)ର ୨୦ତମ ସଂସ୍କରଣର ବିଦ୍ୟାଳୟସ୍ତରୀୟ କାର୍ଯ୍ୟକ୍ରମ -୨୦୨୬ର ଭୂୟସୀ ପ୍ରଶଂସା କରିବା ସହ ଏହା ଛାତ୍ରୀ,ଛାତ୍ରମାନଙ୍କୁ ବିଜ୍ଞାନ ମନସ୍କ କରି ସେମାନଙ୍କ ମଧ୍ୟରେ ଏକ ବୈପ୍ଳବିକ ପରିବର୍ତ୍ତନର ସୂତ୍ରଧର ହୋଇପାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ଓ ପ୍ରତିଯୋଗିତାର ସଫଳ ଛାତ୍ରୀ,ଛାତ୍ର ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।ରୋନିତ ସାହୁ, ଟାଟା ଷ୍ଟିଲ୍‌ YATS ପ୍ରତିନିଧି ଓ ମନୋଜ କୁମାର ପତ୍ରୀ,ପ୍ରକଳ୍ପ ସଂଯୋଜକ,ଟାଟା ଷ୍ଟିଲ୍‌ ୟାଟ୍‌ସ/YATS କାର୍ଯ୍ୟକ୍ରମ ସଫଳ ପରିଚାଳନା, ସୁସଂଯୋଜନା କରିବା ସଙ୍ଗେ ସଙ୍ଗେ,ଅତିଥି ପରିଚୟ ପ୍ରଦାନ,ସ୍ୱାଗତ ଅଭିଭାଷଣ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରକାଶ କରି ସ୍ଵୀୟ ସ୍ଵୀୟ ବକ୍ତବ୍ୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ କାର୍ଯ୍ୟକ୍ରମର ସଫଲତା ପାଇଁ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ବିଦ୍ୟାଳୟ ପାଇଁ ଉଦ୍ଦିଷ୍ଟ ପ୍ରଶଂସାପତ୍ର ପ୍ରଦାନ କରିଥିଲେ।ପ୍ରକାଶ ଥାଉକି ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍କୁଲରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।ଯେଉଁ ଅଂଚଳରେ କାର୍ଯ୍ୟକ୍ରମ ଆୟୋଜନ ହେଉନାହିଁ,ସେଠାକାର ପିଲାମାନେ ଅଫିସିଆଲ ୱେବସାଇଟ୍‌- https://www.bit.ly/YATS2026 ରେ ପଞ୍ଜୀକରଣ କରି ଅନଲାଇନ୍‌ରେ ଭାଗ ନେଇପାରିବେ।ପ୍ରତିବର୍ଷ ବିଜୟୀ ଛାତ୍ରଛାତ୍ରୀଙ୍କୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ପରିଦର୍ଶନ କରିବାର ସୁଯୋଗ ମିଳୁଥିବା ବେଳେ ସେମାନେ ମହାକାଶ ବିଜ୍ଞାନ କ୍ଷେତ୍ରରେ ହେଉଥିବା ଅଗ୍ରଗତିକୁ ସମ୍ପର୍କରେ ବିଶିଷ୍ଟ ବୈଜ୍ଞାନିକ ମାନଙ୍କଠାରୁ ବୁଝିପାରୁଛନ୍ତି।ଚଳିତ ବର୍ଷ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟ୍‌ସ)ର ୨୦ତମ ସଂସ୍କରଣର ଥିମ୍ ରହିଛି ‘ଇଣ୍ଡିଆଜ୍ ନେକ୍ସଟ୍ ଗଗନଟ୍‌’ ଆଗାମୀ ପିଢ଼ିର ମହାକାଶଚାରୀଙ୍କୁ ପ୍ରେରଣା ଯୋଗାଇବାର ପ୍ରୟାସ।ସୂଚନାଥାଉ କି,୧୯ତମ ସଂସ୍କରଣର ବିଜେତାମାନେ ଶ୍ରୀହରିକୋଟାସ୍ଥିତ ଇସ୍ରୋର ସତୀଶ ଧାୱନ୍ ସ୍ପେସ୍ ସେଣ୍ଟର୍ ପରିଭ୍ରମଣ କରିବାର ସୁଯୋଗ ପାଇଥିଲେ। ଏବେସୁଦ୍ଧା ରାଜ୍ୟର ୫.୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ୟାଟ୍ସ କାର୍ଯ୍ୟକ୍ରମରେ ସହ ଯୋଡ଼ି ହୋଇଥିବା ବେଳେ ୨୬୦ ଜଣ ପ୍ରତିଭାବାନ୍ ଛାତ୍ରୀ,ଛାତ୍ରମାନେ ଇସ୍ରୋର ବିଭିନ୍ନ କେନ୍ଦ୍ର ପରିଦର୍ଶନ କରି ଭାରତର ମହାକାଶ ବିଜ୍ଞାନ ସମ୍ପର୍କରେ ଅଧିକ ଜାଣିବାର ସୁଯୋଗ ପାଇଛନ୍ତି।ପରିଶେଷରେ ବିଦ୍ୟାଳୟ ପରିଚାଳନା କମିଟିର ଆଲୁମିନି ପ୍ରତିନିଧି ଶିକ୍ଷାବିତ୍ ଡା.ଦେବୀ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଡା.ଦେବୀ ପ୍ରସାଦ ମିଶ୍ରଙ୍କ ସଂଗୃହୀତ ରିପୋର୍ଟ୍

Related posts

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ

masiha

ଟ୍ରକ୍ ବାଇକ୍ ମୁହାଁ ମୁହିଁ ଧକ୍କା, ବାଇକ୍ ଆରୋହୀ ମୃତ , କ୍ଷତିପୂରଣ ଦାବିରେ ଉତ୍ତେଜନା

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

masiha

Leave a Comment

error: Content is protected !!