ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ନବରଙ୍ଗପୁରରେ ତାଇକୋଣ୍ଡୋ ବେଲ୍ଟ ପରୀକ୍ଷା , ୨- ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୬

ନବରଙ୍ଗପୁରରେ ତାଇକୋଣ୍ଡୋ ବେଲ୍ଟ ପରୀକ୍ଷା

ନବରଙ୍ଗପୁର:(୧୩|୯)(ରବି ନାରାୟଣ ମହାନ୍ତି): ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ପରିସରରେ ଜିଲ୍ଲା ପେଞ୍ଚାକ ସିଲାଟ୍ କ୍ରୀଡ଼ା ସଂଘ ପକ୍ଷରୁ ନବରଙ୍ଗପୁରର ତାଇକୋଣ୍ଡୋ କ୍ରୀଡ଼ାବିତ୍‌ମାନଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ ତାଇକୋଣ୍ଡୋ ବେଲ୍ଟ ପରୀକ୍ଷା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ସଂଘର ସହ-ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ଏବଂ ବିଶିଷ୍ଟ ଅତିଥି ଭାବେ ନାଟ୍ୟକାର ଜଗନ୍ନାଥ ବେହେରା ଯୋଗଦେଇ କ୍ରୀଡ଼ାବିତ୍‌ ମାନଙ୍କୁ ଉତ୍ସାହିତ କରିଥିଲେ। ବେଲ୍ଟ ପରୀକ୍ଷାରେ ୧୦୦ରୁ ଊର୍ଦ୍ଧ୍ୱ ଶିକ୍ଷାର୍ଥୀ ଓ କ୍ରୀଡ଼ାବିତ୍ ଅଂଶଗ୍ରହଣ କରି ନିଜର ତାଇକୋଣ୍ଡୋ କୌଶଳ ପ୍ରଦର୍ଶନ କରିଥିଲେ। ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ବିଭିନ୍ନ ଗ୍ରେଡ୍‌ର ବେଲ୍ଟ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମରେ ମୁଖ୍ୟ ପ୍ରଶିକ୍ଷକ ହରିଶ୍ଚନ୍ଦ୍ର ବେହେରାଙ୍କ ସମେତ ପ୍ରଶିକ୍ଷକ ରସାନନ୍ଦ ସତନାମି, ବସନ୍ତ ଦୁର୍ଗା, ହିମାଂଶୁ ପଟ୍ଟନାୟକ, ଆଶୁତୋଷ ପୂଜାରୀ, ଗଣେଶ ପୂଜାରୀ ଓ ରବୀନ୍ଦ୍ର ଭତ୍ରା ପ୍ରମୁଖ ଉପସ୍ଥିତ ରହି ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ। ପ୍ରତିଯୋଗୀ ମାନଙ୍କ ଅଭିଭାବକ ମାନେ ମଧ୍ୟ ଉପସ୍ଥିତ ରହି କ୍ରୀଡ଼ାବିତ୍‌ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ବେଲ୍ଟ ପରୀକ୍ଷା ମାଧ୍ୟମରେ ଜିଲ୍ଲାରେ ତାଇକୋଣ୍ଡୋ କ୍ରୀଡ଼ାର ପ୍ରସାର ସହ ଯୁବ କ୍ରୀଡ଼ାବିତ୍‌ମାନଙ୍କ ମଧ୍ୟରେ ଶୃଙ୍ଖଳା, ଆତ୍ମବିଶ୍ୱାସ ଓ ଶାରୀରିକ ଦକ୍ଷତା ବୃଦ୍ଧି ପାଇବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୬ 

ନବରଙ୍ଗପୁର:( ୧୨ /୦୯ ) (ରବି ନାରାୟଣ ମହାନ୍ତି) ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଦୌରାଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୬ ଅନୁଷ୍ଟିତ ହୋଇଯାଇଛି। ଜିଲ୍ଲା ଦୌରାଜର୍ଜ ସଂଗ୍ରାମ କେଶରୀ ପଟ୍ଟନାୟକ ୦୪ ଗୋଟି ଦେବାନୀ (ସିଭିଲ) କେଶ ଫଇସଲା କରି ଟ.୧୨,୩୦,୪୭୪ /- କ୍ଷତିପୁରଣ ଆଦାୟ କରିଛନ୍ତି। ପରିବାର ବିଚାର ବିଭାଗୀୟ ଜର୍ଜ ଲିଲିପ୍ତା ପସାୟତ ୧୨ ଗୋଟି ପାରିବାରିକ ବିବାଦ କେସ ସମାଧାନ କରିଛନ୍ତି ଓ ଟ.୮,୬୪,୪୩୦ /- ଜୋରିମାନା ଆଦାୟ କରିଛନ୍ତି । ସେହିପରି ବରିଷ୍ଟ ଦେବାନୀ ଜର୍ଜ ଅନୁସୃତି ଚୌଧୁରୀ ୪ଟି ଦେବାନୀ କେସ ଫଇସଲା କରାଇଛନ୍ତି, ଓ ସେହିଭଳି ଉପଖଣ୍ଡ ବିଚାରବିଭାଗୀୟ ଦଣ୍ଡାଧିକାରୀ, ନବରଙ୍ଗପୁର ସୌମ୍ୟ ଶଙ୍କର ମହନ୍ତ ୦୮ଟି ଫୌଜଦାରୀ ମକଦ୍ଦମାର ଫଇସଲା କରିଛନ୍ତି ଓ ଟ.୨୨,୨୭,୨୩୭/- ଜୋରିମାନା ଆଦାୟ କରିଛନ୍ତି ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ସର୍ବମୋଟ ୧୦୦ ଗୋଟି କୋର୍ଟ କେସ ଓ ୩୨,୨୧୯ ଗୋଟି ରାଜସ୍ୱ କେସର ଫଇସଲା କରାଯାଇ ଟ.୧୫,୬୭,୪୮୦ /- ରାଜସ୍ୱ ଆଦାୟ କରାଯାଇଛି। ସେହିପରି ବ୍ୟାଙ୍କର ୧୦ ଟି ପ୍ରାକ ମକଦ୍ଦମା ମଧ୍ୟ ଫଇସଲା କରାଯାଇ ଟ.୧,୬୬,୫୦୦/- ରୁଣ ଆଦାୟ କରାଯାଇଛି । ବିଦ୍ୟୁତ ବିଭାଗର ୨୩୨ଟି ପ୍ରାକ ମକଦ୍ଦମା ମଧ୍ୟ ଫଇସଲା କରାଯାଇ ଟ.୧୬,୨୪,୬୭୦/- ବିଦ୍ୟୁତ ଦେୟ ବାବଦକୁ ଆଦାୟ କରାଯାଇଛି। ଆଞ୍ଚଳିକ ପରିବହନ ବିଭାଗର ୧୭ଟି ପ୍ରାକ ମକଦ୍ଦମା ମଧ୍ୟ ଫଇସଲା କରାଯାଇ ଟ.୧୨,୦୦୦ /- ମଟର ଯାନ ଦେୟ ବାବଦକୁ ଆଦାୟ କରାଯାଇଛି। ଓ ଭାରତ ସଂଚାର ନିଗମ ଲିମିଟେଡ (BSNL) ୦୩ ଟି ପ୍ରାକ ମକଦ୍ଦମା ଫଇସଲା କରାଯାଇ ଟ.୮,୫୨୫ ଦେୟ ଆଦାୟ କରାଯାଇଛି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ରେ ଅନ୍ୟାନ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଜର୍ଜ ବିଷ୍ଣୁ ପ୍ରସାଦ ମିଶ୍ର, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ସୀମା ତ୍ରିପାଠୀ, ଶାଶ୍ଵତୀ ମିଶ୍ର ,ରେଜିସ୍ଟ୍ରାର, ସିଭିଲ କୋର୍ଟ, ଗୌତମ ପଟ୍ଟନାୟକ, ଦ୍ୱିତୀୟ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଯୋଗ ଦେଇଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ସାଇ ଅଭୀପ୍ସା ଗୋଛାୟାତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ପରିଚାଳନା କରିଥିବା ବେଳେ କୋର୍ଟର ଆଇନଜୀବୀ ଓ କର୍ମଚାରୀ ସହଯୋଗକରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଯକ୍ଷ୍ମା ପ୍ରତିଷେଧକ ଟୀକାକରଣ କାର୍ଯ୍ୟକ୍ରମ

masiha

ଆଦିଗୁରୁ ପଙ୍କଜ ଚରଣ ଦାସଙ୍କ ସ୍ମୃତିରେ ୧୦ମ ବାର୍ଷିକ ନୃତ୍ୟ ଓ ସଙ୍ଗୀତ ଉତ୍ସବ ପାଳନ 

Sunil Chandra Nayak

ପରିବେଶ ସଚେତନତା ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!