ନୂଆଖାଇ ଅବସରରେ ‘ଅମୃତ ମାତୃ ପିତୃ ସେବା’ କାର୍ଯକ୍ରମ ଅନୁଷ୍ଠିତ
ଜୁନାଗଡ଼ ,୧୩/୯(ମନୀସ)ଜୁନାଗଡ଼ ବ୍ଲକ ମୁଣ୍ଡୁରାଗୁଡା ଓ ହାବସପୁର ଠାରେ ଯଥାକ୍ରମେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ଓ ଉପବଜାର ପ୍ରାଙ୍ଗଣ ଠାରେ ଇନ୍ଦ୍ରାବତୀ ଫାର୍ମସ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ଼,ମିନଗୁର ଆନୁକୂଲ୍ୟରେ ପବିତ୍ର ଗଣପର୍ବ ନୂଆଖାଇ ଅବସରରେ “ଅମୃତ ମାତୃ ପିତୃ ସେବା” କାର୍ଯ୍ୟକ୍ରମ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ଓ କାରୁଣ୍ଡ ସେବା ସଂଗଠନ ସହଯୋଗରେ ଅନୁଷ୍ଠିତ ହେଇଯାଇଛି। ସ୍ବାମୀ ଚନ୍ଦ୍ରଶେଖର ଚୈତନ୍ୟ ମହାରାଜ ଉଦଘାଟନ କରିଥିବା ବେଳେ ସଭାପତି ଭାବେ ବିଶିଷ୍ଟ ସମାଜସେବୀ ଇଂ ପୁରୁଷୋତ୍ତମ ଅଗ୍ରୱାଲଙ୍କ ଅଧ୍ୟକ୍ଷତା କରିଥିଲେ।ସ୍ବତନ୍ତ୍ର ଅତିଥି ଭାବେ ସ୍ବାମୀ ଶରଣ ଦାସ ମହାରାଜ,ସମ୍ମାନିତ ଅତିଥି ଭାବେ ପୂର୍ବତନ ଉପାଧ୍ୟକ୍ଷ ଜିଲ୍ଲା ପରିଷଦ କଳାହାଣ୍ଡି ଭବସିନ୍ଧୁ ମଙ୍ଗରାଜ, ସମାଜସେବୀ ଉଦ୍ଧବ ଚରଣ ସାହୁ, ଯୁବ ଉଦ୍ୟୋଗପତି ବିଜୟ କୁମାର ଅଗ୍ରୱାଲ, ଯୁବ ସଂଗଠକ ପ୍ରଭାତ କୁମାର ଦାସ, ପ୍ରଧାନ ଶିକ୍ଷୟତ୍ରୀ ମିନାକ୍ଷୀ ଭୋଇ, ସଞ୍ଜିବ କୁମାର ଠାକୁର, ସଂଗଠନ ସଭାପତି ବିରଜା ପ୍ରସାଦ ପଣ୍ଡା, ମହିଳା ଉଦ୍ୟୋଗୀ ସ୍ବାତିମୟୀ ତ୍ରିପାଠୀ, ଚନ୍ଦ୍ରଭାନୁ କୈବର୍ତ୍ତ, ସାମ୍ବାଦିକ ସୁନ୍ଦର ମୋହନ ଛତ୍ରିଆ, ଯୁବ ସଂଗଠକ ଅଂଶୁମାନ ଯୋଷୀ, ଶିକ୍ଷାବିତ ବସନ୍ତ ପଣ୍ଡା ପ୍ରମୂଖ ମଞ୍ଚାସୀନ ହେଇ ଗଣପର୍ବ ଅବସରରେ ସଂଗଠନ ର ଏଭଳି କାର୍ଯ୍ୟକ୍ରମ ସ୍ବାଗତ ଯୋଗ୍ୟ ଓ ପ୍ରଶଂସନୀୟ ବୋଲି ବର୍ଣ୍ଣନା କରିଥିଲେ। ଲଲିତ କୁମାର ବିଶି ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ବେଦ ପ୍ରକାଶ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ସଂପାଦକ ଅବିନାଶ ମୁଣ୍ଡ ଲକ୍ଷ୍ଯ ଓ ଉଦ୍ଦେଶ୍ଯ ଜ୍ଞାପନ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ମୁଣ୍ଡରାଗୁଡା, କଣ୍ଡରିପଦର, ଗୁରୁଜୀ ଗୁଡା, ମହୁଲପଡା, ହାବସପୁର, କରଚଲା, କଛିମଡୋଲା, ଅର୍ନ୍ତର୍ଲା, ଅମ୍ବାଦୋଲା ପ୍ରଭ୍ରୁତି ଗ୍ରାମର ଶତାଧିକ ଅସହାୟ ବୃଦ୍ଧ ବୃଦ୍ଧା, ବିଧବା, ଦିବ୍ଯାଂଗ ବ୍ଯକ୍ତି ମାନଙ୍କୁ ନୂତନ ଶାଢ଼ୀ, ଧୋତି, ଗାମୁଛା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ରେ ସୁଭେନ୍ଦ୍ର ବାଗ, ମଦନ ପଟେଲ, ଚୈତନ୍ୟ ମାଝି, ତୁଷାର ରଞ୍ଜନ ମୁଣ୍ଡ ପ୍ରମୂଖ ସହଯୋଗ କରିଥିଲେ। ସଂଗଠନ ର ବରିଷ୍ଠ ସଦସ୍ୟ ଦାମୋଦର ପଟେଲ ଧନ୍ଯବାଦ ଅର୍ପଣ କରିଥିଲେ।
ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍

