ଦୁଇଟି ସ୍ଥାନରେ ଭାଦ୍ର ପରିକ୍ରମା ଅବସରରେ ସତସଙ୍ଗ ଆଶର
ନବରଙ୍ଗପୁର:(୧୫|୯)(ଧୃତି ରଞ୍ଜନ ମହାନ୍ତି)ନବରଙ୍ଗପୁର ଜିଲ୍ଳା ଡାବୁଗାଁ ସତସଙ୍ଗ ବିହାର ତରଫରୁ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଜନ୍ମ ମାସ ହୋଇଥିବାରୁ ପ୍ରତ୍ୟେକ ସତସଙ୍ଗୀ ମାନଙ୍କ ଘରେ ସତସଙ୍ଗ ଅନୁଷ୍ଠିତ ହୋଇ ଚାଲିଛି l ସତସଙ୍ଗ ବିହାର ପରିସରରେ ଜାଜକ ପଙ୍କଜ ମହାନ୍ତିଙ୍କ ପିତା ସ୍ଵର୍ଗତ ନରେନ୍ଦ୍ର ମହାନ୍ତିଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ ମହୋତ୍ସବ ଉପଲକ୍ଷେ ସତସଙ୍ଗର ଆୟୋଜନ କରାଯାଇଥିଲା ଯାଇଥିଲା l ସ୍ଵର୍ଗତ ନରେନ୍ଦ୍ର ମହାନ୍ତିଙ୍କ ଶେଷ ଜୀବନ ପର୍ଯ୍ୟନ୍ତ ପୁଅ ବୋହୂଙ୍କ ସେବା ଆଜିର ଯୁବପୀଡିଙ୍କ ପାଇଁ ପ୍ରେରଣା ବୋଲି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନିତ୍ୟାନନ୍ଦ ମହାନ୍ତି ତାଙ୍କ ଓଜସ୍ଵିନୀ ଭାଷଣ ରେ ସୂଚନା ଦେଇଥିବା ବେଳେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅଜୟ ବଲ୍ଳଭ ପଣ୍ଡା ସ୍ଵର୍ଗତ ନରେନ୍ଦ୍ର ମହାନ୍ତି ଙ୍କ ଜୀବନୀ ଉପରେ ବ୍ୟାପକ ଆଲୋଚନା କରିଥିଲେ l ସତସଙ୍ଗ ସମାପ୍ତ ପରେ ସମସ୍ତ ଶ୍ରଦ୍ଧାଳୁ ଭକ୍ତବୃନ୍ଦ ଙ୍କୁ ମଧ୍ୟାହ୍ନ ଭୋଜନ ରେ ଆପ୍ୟାୟିତ କରାଯାଇଥିଲା l ସେହିପରି ଡାବୁଗାଁ ବ୍ଳକ ମେଞ୍ଜର ଗ୍ରାମରେ ଶ୍ରଦ୍ଧାଳୁ ଗୁରୁଭାଇ କିଶୋର ଚନ୍ଦ୍ର ଜେନାଙ୍କ ଉଦ୍ୟମରେ ଭାଦ୍ର ପରିକ୍ରମା ଅବସ୍ଥାରେ ସତସଙ୍ଗ ଅନୁଷ୍ଠିତ ହୋଇଥିଲା l ସତସଙ୍ଗ କାର୍ଯ୍ୟକ୍ରମ ସ ପ୍ର ଋ କମଳାକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଜାଜକ ଗୋପିନାଥ ବେହେରା, ଗିରିଧାରୀ ସାହୁ, ପଙ୍କଜ ମହାନ୍ତି ଓ ବିବେକନନ୍ଦ ବାରିକଙ୍କ ଉପସ୍ଥିତିରେ ବହୁ ଶ୍ରଦ୍ଧାଳୁ ଭକ୍ତବୃନ୍ଦ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ସତସଙ୍ଗରେ ସାମିଲ ଥିଲେ l ସତସଙ୍ଗ କାର୍ଯ୍ୟକ୍ରମ ସମାପନ ଶେଷରେ ବନ୍ଦେ ପୁରୁଷୋତ୍ତମ ଧ୍ୱନିରେ ଗ୍ରାମ ମୁଖରିତ ହୋଇ ଉଠିଥିଲା l ସତଦୀକ୍ଷାରେ ୪ ଜଣ ଦିକ୍ଷିତ ହୋଇଥିଲେ l ସମସ୍ତ ଭକ୍ତବୃନ୍ଦଙ୍କ ପାଇଁ ଅନ୍ନ ପ୍ରାସାଦ ସେବନର ବ୍ୟବସ୍ଥା କରାଯାଇଥିଲା l ଶ୍ରଦ୍ଧାଳୁ ଭକ୍ତବୃନ୍ଦଙ୍କ ମଧ୍ୟରେ ମୁରଲୀ ଧର ଡାକୁଆ, ରବି ନାରାୟଣ ମହାନ୍ତି, ସରୋଜ ମିଶ୍ର, ପ୍ରକାଶ ମହାପାତ୍ର ପ୍ରମୁଖ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l
ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକରୁ ଧୃତି ରଞ୍ଜନ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

