ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁମ୍ଭାରୀ ଠାରେ ଧୁମ୍ ଧାମରେ ପାଳିତ ହୋଇ ସମାପନ ହୋଇଛି ଗଣେଶ ପୂଜା ଓ ନୂଆଖାଇ ପର୍ବ

କୁମ୍ଭାରୀ ଠାରେ ଧୁମ୍ ଧାମରେ ପାଳିତ ହୋଇ ସମାପନ ହୋଇଛି ଗଣେଶ ପୂଜା ଓ ନୂଆଖାଇ ପର୍ବ

ଜୁନାଗଡ଼ (ମ ନି ସ):- ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ କୁମ୍ଭାରୀ ଗ୍ରାମରେ ଗଣେଶ ପୂଜା ଓ ନୂଆଖାଇ ପର୍ବ ଧୁମଧାମରେ ପାଳିତ ହୋଇଛି। କୁମ୍ଭାରୀ ଗ୍ରାମର ପଡ଼ା ପଡ଼ା ସାହି ସାହି ରେ ଗଣେଷ ପୂଜା କରାଯାଇଛି। ତା ପରଦିନ ନୂଆଖାଇ ଗ୍ରାମର ମାଆ ମାନେ ସକାଳୁ ଲୋକ ନ ଦେଖୁଣୁ ଭୋର ରୁ ଉଠି ବିଭିନ୍ନ ସ୍ଥାନରୁ ମାଠିଆ ରେ ପାଣି ଆଣି ନାନା ରକମର ପିଠାପଣା ଯଥା – ଆରିସା,କାକରା, ବିରି ବରା, ମଣ୍ଡା, ଚକୁଳି , ଫୁଲୁକି, ରସ ଗୁଲା, ବିଭିନ୍ନ ମିଠା ଆଦି ତିଆରି ନିଜର ଆରାଧ୍ୟ ଦେବା ଦେବୀଙ୍କୁ ସୁମରଣା କରି ପୂଜାପାଠ କଲା ପରେ ନୂଆ ଧାନକୁ ଅନ୍ନ ପ୍ରସ୍ତୁତ କରି କୁରେଇ ପତ୍ର ରେ ପ୍ରସାଦ ସେବନ କରି ଥାଆନ୍ତି। ସନ୍ଧ୍ୟା ସମୟରେ ଗାଁ ର ଝିଅ ପୁଅ , ଯୁବକ ଯୁବତୀ, କୂଳବଧୁ, ମାଆ ବାପା, ଅଜା ଆଈ ସମସ୍ତେ ନୂଆ ବସ୍ତ୍ର ପରିଧାନ କରି ପାଟି ମିଠା ପାନ ଟିକେ ପକାଇ ଦେଇ ଜୁହାର ଭେଟ କାର୍ଯକ୍ରମ କରଯାଇଥାଏ। ଏଥିରେ ଜାତି, ବର୍ଣ୍ଣ,ଧର୍ମ ନିର୍ବିଶେଷରେ ବଡ଼ ଲୋକଙ୍କ ଠାରୁ ଛୋଟ ଲୋକ ଆଶିଷ କାମନା କରିବା ସହିତ ଛୋଟ ଲୋକ ମାନଙ୍କୁ ବଡ଼ ଲୋକ ମାନେ ଆର୍ଶୀବାଦ ପ୍ରଦାନ କରା ଯାଇଥାଏ। ଏହି ପରମ୍ପରା ଦେଖିବାକୁ ମିଳିଛି। ରାତ୍ରି ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଏକ ନାଟକ ପ୍ରଦର୍ଶନ କରାଯାଇଛି। ଏହି ନାଟକ ଦର୍ଶକ ଦର୍ଶିକାଙ୍କୁ ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇ ଥିବା ମତ ପ୍ରକାଶ। କୁମ୍ଭାରୀ ଉପର ପଡ଼ା ଓ ଉମା ଶଙ୍କର ଯୁବକ ସଙ୍ଘ ଜରିଆରେ ଉମାଶଙ୍କର ଯୁବକ ସଂଘ ଗୃହ ଆନୁକୁଲ୍ୟ କଲ୍ୟାଣ ମଣ୍ଡପରେ ଗଣେଷ ପୂଜା ଓ ନୂଆ ଖାଇ ଭେଟ ଘାଟ କାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତୁଲେଶ୍ୱର ନାଏକ ଯୋଗ ଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଟେମରି ସରପଞ୍ଚ ପ୍ରତିନିଧି ଶ୍ରୀ ଯୁକ୍ତ କୁମୁଦ ସା, ଚିଚିଆ ସରପଞ୍ଚ ଶ୍ରୀ ଯୁକ୍ତ ମଦନ ପଟେଲ, ଫରଙ୍ଗ ସରପଞ୍ଚ ଶ୍ରୀ ଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ଭୋଇ, ଫରଙ୍ଗ ସମିତି ସଭ୍ୟ ସୁରେନ୍ଦ୍ର ବାରିକ, ଦଶପୁର ମଣ୍ଡଳ ସଭାପତି ପ୍ରମୋଦ ପଧାନ, ଟେମରି ବିଜେପି ପ୍ରତିନିଧି ହରିଶ୍ଚନ୍ଦ୍ର ସା, ସାମ୍ବାଦିକ ଜଗଜ୍ଜିବନ ସା, ବିଜେପି ମହିଳା ମଣ୍ଡଳ ସଭାନେତ୍ରୀ ନିରୂପମା ନାଏକ ଙ୍କ ପ୍ରତିନିଧି ହିମାଂଶୁ ସୁନାନି,ସନ୍ତୋଷ କୁମାର ସା,ରଞ୍ଜନ ସା, ଡିଲେଶ୍ୱର ସା, ମୁଖ୍ୟରାମ ସା, ବେଦବର ସା, କୁଶ ସା, ୱାର୍ଡମେମ୍ବର ଓ ଗାଁ ଗହଟିଆ ଦିବ୍ୟ ପଧାନ , ୱାର୍ଡ଼ମେମ୍ବର ଜୟ କୁମର ସୁନାନି, ମଙ୍ଗଳ ସୁନାନି ଙ୍କୁ ବରେଣ୍ୟ ଭାବରେ ସମ୍ବୋଧନ କରିଥିଲେ। କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଲବଣୀ ଗୋପାଲ ମଞ୍ଚ ପରିଚାଳନା କରିଥିଲେ । ଏହିପରି ଆଗକୁ ପ୍ରତିବର୍ଷ ନୂଆ ଖାଇ ଭେଟ ଘାଟ କାର୍ଯ୍ୟକ୍ରମ କରାଯାଉ ବୋଲି ଯୋଗ ଦେଇ ଥିବା ବରେଣ୍ୟ ଅତିଥି ବୃନ୍ଦ ଉପର ପଡ଼ା ଯୁବ ଗୋଷ୍ଠୀଙ୍କୁ ପ୍ରେରଣ ଓ ଉତ୍ସାହ ଦେବା ସହ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଆସନ୍ତା ଶୁକ୍ରବାର ଦିନ ଗଣେଷ ମହାପ୍ରଭୁ ବିଘ୍ନ ବିନାଶଙ୍କ ମୂର୍ତ୍ତୀ ବିସର୍ଜନ କରି ଥିବା ପୂଜା କମିଟି ମତ ପ୍ରକାଶ କରିଛନ୍ତି।

ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ଧର୍ମଗଡ ମୁସଲିମ ଜମାତ ତରଫରୁ ବିଧାୟକ ଙ୍କୁ ସମ୍ବର୍ଦ୍ଧନା ଅଞ୍ଚଳର ବିକାଶ ରେ ସାମିଲ ହେବାପାଇଁ ସଂକଳ୍ପ…

masiha

୧୯୮୩ ବରିଷ୍ଠ ବ୍ୟାଚର ଭାବବିନିମୟ କାର୍ଯ୍ୟକ୍ରମ

Sunil Chandra Nayak

କୋଇଲା ବୋଝେଇ ଟ୍ରକ ସହ ଫରଚ୍ୟୁନର କାର ଧକ୍କା, ତିନି ଆହାତ

Sunil Chandra Nayak

Leave a Comment

error: Content is protected !!