ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଜନ୍ମ ଉତ୍ସବ ସମାରୋହରେ ପାଳନ 

ଶ୍ରୀ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଜନ୍ମ ଉତ୍ସବ ସମାରୋହରେ ପାଳନ 

ହିଞ୍ଜିଳିକାଟୁ,୧୭/୯ ଦକ୍ଷିଣ ଓଡ଼ିଶା ବିଶ୍ୱକର୍ମା ସମାଜ, ହିଞ୍ଜିଳିକାଟୁ ପୂର୍ବଖଣ୍ଡ ତାଲୁକା ପକ୍ଷରୁ ସ୍ଥାନୀୟ ପୋୖରାଞ୍ଚଳ ସ୍ଥିତ ୟୁନିଅନ୍ ବ୍ୟାଙ୍କ ସାମନା ବନମାଳୀ ସିନେମା ହଲ ଛକ ନିକଟରେ ଦିବ୍ୟ ଓ ସୁଶୋଭିତ ମୃଣୟ ପ୍ରତିମାକୁ ଅସ୍ଥାୟୀ ମଣ୍ଡପରେ ସ୍ଥାପନ କରି ପୂଜାର୍ଚ୍ଚନା କରଯାଇଛି I ବିଶ୍ୱକର୍ମା ମନ୍ଦିର ପୂର୍ବଖଣ୍ଡ ତାଲୁକା ଦେବଶିଳ୍ପୀ ଶ୍ରୀ ବିଶ୍ୱକର୍ମାଙ୍କ ଜନ୍ମ ଉତ୍ସବ ଗୁରୁବାର ପାରମ୍ପରିକ ରୀତିନୀତି ଅନୁସାରେ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଆଜି ଦେବଶିଳ୍ପୀଙ୍କ ପ୍ରାତଃ ସୂର୍ଯ୍ୟପୂଜା ଓ ପୂଜାରମ୍ଭ, ପୂର୍ବାହ୍ନରେ ଯଜ୍ଞପବିତ ଧାରଣ ଓ ପୂର୍ଣ୍ଣାହୁତି ନୀତି ସମ୍ପନ୍ନ ହୋଇଥିଲା I ପରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ପ୍ରଭୁଙ୍କୁ ଦର୍ଶନ କରି ଭୋଗ ନୈବେଦ୍ୟ ଅର୍ପଣ କରି କୃପାଭିକ୍ଷା ଲାଭ କରିଥିଲେ I ଦକ୍ଷିଣ ଓଡ଼ିଶା ବିଶ୍ୱକର୍ମା ସମାଜ ପୂର୍ବଖଣ୍ଡ ତାଲୁକା ସଭାପତି ଶ୍ରୀ ରମେଶ ମହାରଣା ,୩୪ ତାଲୁକା ସଭାପତି ଶ୍ରୀ ସନ୍ତୋଷ କୁମାର ମହାରଣା,ସମ୍ପାଦକ ଶ୍ରୀ ତାରାପ୍ରସାଦ ମହାରଣା,କାର୍ଯ୍ୟକାରିଣୀ ସମ୍ପାଦକ ଶ୍ରୀ ପ୍ରଦୀପ ମହାରଣା,ସାଂଗଠନିକ ସମ୍ପାଦକ ପ୍ରଦୀପ କୁମାର ମହାରଣା(ଭାଲୁ)ଙ୍କ ମିଳିତ ଆନୁକୂଲ୍ୟରେ କର୍ତ୍ତା ଭାବେ ଭାବାନାଥ ମହାରଣା ଯୋଗ ଦେଇଥିଲେ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ଉପଢୌକନ ଦେଇ ସମ୍ବନ୍ଧିତ କରାଯାଇଥିଲା I ଅନ୍ୟ ମାନଙ୍କ ମଧ୍ୟରେ ପ୍ରଭାତ କୁମାର ମହାରଣା, କେଶବ ମହାରଣା, ନିଳାଞ୍ଚଳ ମହାରଣା, ରାମଚନ୍ଦ୍ର ମହାରଣା, ଅମର ମହାରଣା, ନିରଞ୍ଜନ ମହାରଣା,ବାବୁ ମହାରଣା ସଚିତାନନ୍ଦ ମହାରଣା ସହଯୋଗ କରିଥିଲେ । ପୂଜାର୍ଚ୍ଚନା ପରେ ଦେବଶିଳ୍ପୀ ପୀଠରେ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ପୋୖରାଞ୍ଚକ ସମେତ ଆଖପାଖରୁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଅଂଶ ଗ୍ରହଣ କରିଥିଲେ ।

Related posts

ଆନ୍ତର୍ଜାତୀୟ ସମବାୟ ବର୍ଷ – ୨୦୨୫ ପାଳନ : ସଶକ୍ତ ସମବାୟ,ସୁଦୃଢ଼ ସମାଜ,ସମୃଦ୍ଧ ଜୀବନ:

masiha

ବିଶ୍ୱ ରକ୍ତଦାତା ଦିବସରେ ବିଶିଷ୍ଟ ରକ୍ତଦାତା ଇଂ.ଗୋପାଳ କୃଷ୍ଣ ଦାସ ସମ୍ବର୍ଦ୍ଧିତ 

Sunil Chandra Nayak

କେନ୍ଦ୍ରାପଡ଼ା ଜିଲ୍ଲାକୁ ଶ୍ରେଷ୍ଠ କ୍ୟାମ୍ପୋରି ପୁରସ୍କାର ପ୍ରଦାନ କଲା ଓଡିଶା ରାଜ୍ୟ ଭାରତ ସ୍କାଉଟସ ଓ ଗାଇଡସ୍

masiha

Leave a Comment

error: Content is protected !!