ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଥୁଆମୂଳ ରାମପୁର ବ୍ଳକର ପ୍ରତ୍ୟେକ ଗ୍ରାମାଞ୍ଚଳରେ ବୋଲେନ୍ ଯାତ୍ରା ଆୟୋଜିତ ହେଉଛି

ଥୁଆମୂଳ ରାମପୁର:୧୯/୫ – ଏବେ ମଧ୍ୟ ଅନେକ ସ୍ଥାନର ବାସିନ୍ଦା ସେମାନଙ୍କ ପରମ୍ପରାରେ ଅନୁପ୍ରାଣିତ ହୋଇ କାହିଁ କେଉଁ କାଳରୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ମାନଙ୍କରେ ପ୍ରତ୍ୟେକ ଗ୍ରାମରେ ବୋଲେନ୍ ନାମକ ଯାତ୍ରା ପାଳନ କରୁଥିବା ଦେଖିବାକୁ ମିଳେ। ଏହି ଯାତ୍ରା ବୈଶାଖ ମାସରୁ ଆରମ୍ଭ ହୋଇ ଜ୍ୟେଷ୍ଠ ମାସ ଯାଏଁ ଚାଲିଥିବା ନେଇ ଲୋକେ ପ୍ରକାଶ କରନ୍ତି। ଏହି ଯାତ୍ରା ପ୍ରାୟତଃ ଦେଖିବାକୁ ମିଳେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକର ଦୁର୍ଗମ ଅଧ୍ଯୁଷିତ ଅଞ୍ଚଳ ଭାବରେ ପରିଚିତ ଗ୍ରାମାଞ୍ଚଳରେ ବସବାସ କରୁଥିବା ପ୍ରତ୍ୟେକ ପରିବାର ଏକ ମାସ ଯାଏଁ ପାଳନ କରିବେ। ସେମାନଙ୍କର ବୋଲେନ୍ ଯାତ୍ରା କରିବାର ମୁଖ ଉଦ୍ଦେଶ୍ୟ ହେଉଛି ଯେ, ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ ବୋଲେନ ଯାତ୍ରା ଆୟୋଜନ କରାଯାଉଛି। ଯାତ୍ରା କରିବା ଦ୍ବାରା ସେମାନଙ୍କ ଗ୍ରାମର ସର୍ବ ମଙ୍ଗଳ କାମନା ନେଇ ଯାତ୍ରା ପାଳନ ହୋଇଥାଏ। ଭଲ ଶସ୍ୟ ଉତ୍ପାଦନ,ଗୃହପାଳିତ ପଶୁ ପକ୍ଷୀ ଓ ଗ୍ରାମର ସମସ୍ତ ଲୋକ ସୁସ୍ଥ ଶବଳ ନିରୋଗ ରହିବା ପାଇଁ ଯାତ୍ରାଟି ପାଳନ କରାଯାଉଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ନିଷ୍ଠାପର ସହ ଗ୍ରାମ ଦେବତାଙ୍କ ଉଦ୍ଧେଶ୍ୟରେ ମାନସିକ ପୂରଣ ନେଇ ମହାଆଡମ୍ବର ସହ ବିଭିନ୍ନ ପ୍ରକାରର ଭୋଗ ରାଗ ଅର୍ପଣ କରନ୍ତି। ବିଧିବିଧାନ ପୂର୍ବକ ଯାତ୍ରା କରୁଥିବା ଡାକକୋଟା ଗ୍ରାମରେ ଦେଖିବାକୁ ମିଳିଛି। ଏଥିରେ ଗ୍ରାମର ସମସ୍ତ ଆବାଳ ବୃଦ୍ଧ ବୃଦ୍ଧା ଏକତ୍ରିତ ହୋଇ ଭକ୍ତିପୁତ ଭାବରେ ପୂଜାର୍ଚ୍ଚନା କରି ଯାତ୍ରାକୁ ଶେଷ କରିବା ପାଇଁ ନିସ୍ପତି ନେଇଥିବା ଜଣାପଡିଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ସାହିତ୍ୟ ଅଗଣା

Sunil Chandra Nayak

ଗଛ ରୁ ପଡି ବୃଦ୍ଧ ଙ୍କ ମୃତ୍ୟୁ, ପୋଲିସ ର ତଦନ୍ତ ଜାରି

Sunil Chandra Nayak

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ମଣିମା

Leave a Comment

error: Content is protected !!