ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅସୁରଗଡରେ ଆଦିସ୍କନ୍ଧ ସମାଜର ବାର୍ଷିକ ସମ୍ମିଳନୀ

ନର୍ଲା (ମନିସ) ନର୍ଲା ବ୍ଳକ ଐତିହାସିକ ବୀର କମଳ ମଇଦାନ ଅସୁରଗଡ ଆମ୍ବ ତୋଟା ଠାରେ ଆଦିସ୍କନ୍ଧ ସମାଜର ବାର୍ଷିକ ସମ୍ମିଳନୀ ସଭାପତି ଅମରସିଂ ମାଝୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ସମେତ ଫୁଲବାଣୀ, କନ୍ଧମାଳ ଜିଲ୍ଲାରୁ କନ୍ଧ ସଂପ୍ରଦାୟର କର୍ମକର୍ତ୍ତା ଓ ଡଙ୍ଗରିଆ କନ୍ଧ ସମାଜର ଲୋକେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ବାଦ୍ୟ ବାଦନ କରି ଶୋଭାଯାତ୍ରା ମାଧ୍ୟମରେ ଅସୁରଗଡ ପୀଠରେ ଏକତ୍ରିତ ହୋଇଥିଲେ। ପ୍ରଥମେ ଆଦିସ୍କନ୍ଧ ସମାଜର ଇଷ୍ଟଦେବୀ, ଦେବତା ପୂଜନ ପରେ ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ଏଥିରେ ସଂପାଦକ ଦେବରାଜ ମାଝୀ, କୋଷାଧ୍ୟକ୍ଷ ଛବିଲାଲ ମାଝୀ, ବ୍ଳକ ସଭାପତି ଅନ୍ତରାମ ମାଝୀ, ଜିଲ୍ଲା ସଭାପତି ପ୍ରକାଶ ମାଝୀ, ପୂର୍ବତନ ବୀର କମଳ ମଇଦାନ ସଭାପତି ଦୁର୍ଯ୍ୟୋଧନ ମାଝୀ, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ଜିଲ୍ଲା କନ୍ଧ ସମାଜର ସଭାପତି ରାଜେନ୍ଦ୍ର ଭୋଇ, ମ.ରାମପୁର, କେସିଙ୍ଗା ଓ କର୍ଲାମୁଣ୍ଡା ବ୍ଳକ ସଭାପତି କିଶୋର ମାଝୀ, ଗୋଲେଖ ମାଝୀ, ଘନଶ୍ୟାମ ମାଝୀ ପ୍ରମୁଖ ସହ ଶତାଧିକ କନ୍ଧ ସମାଜର ଭାଇ ବନ୍ଧୁ ଏକାଠି ହୋଇଥିଲେ। ସମାଜରେ ଦେଖାଦେଇଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇ ସମାଜର ଏକତା, ଅଖଣ୍ଡତା ପ୍ରସଙ୍ଗକୁ ନେଇ ଆଗାମୀ ଯୋଜନା ସମ୍ବନ୍ଧରେ ଆଲୋଚନା କରିଥିଲେ। ମଇ ୨୦ ତାରିଖ ଦିନ ପ୍ରତିବର୍ଷ କନ୍ଧ ସମାଜ ପକ୍ଷରୁ ବୀର କମଳ ମଇଦାନ ଅସୁରଗଡ ଦୁର୍ଗ ନିକଟରେ ଏହି ସମ୍ମିଳନୀ ଲଗାତାର ଭାବେ କରି ଆସୁଥିବା ଜଣାପଡିଛି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ଆଜାଦି କୀ ଅମୃତମହୋତ୍ସଵ ଅବସରରେ ତେନ୍ତୁଳିଖୁଣ୍ଟି ବ୍ଲକ ରେ ଗଡ଼ିଲା ସ୍ୱଚ୍ଛତା ରଥ

Sunil Chandra Nayak

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା; ରାଜ୍ୟରୁ ଉଚ୍ଛେଦ ହେଲା ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା

Sunil Chandra Nayak

ଶୋଷିଆ ହଳଦି ଆରଡ଼ି ରାସ୍ତାର ଗାର୍ଡ ୱାଲ କାର୍ଯ୍ୟ ନିମ୍ନ ମାନର  ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!