ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାମଦାରେ ଅତ୍ ଗୁରୁ ଲାକୋ ବଦ୍ରାଙ୍କ ୧୦୭ତମ ଜୟନ୍ତୀ ପାଳିତ 

ଜାମଦାରେ ଅତ୍ ଗୁରୁ ଲାକୋ ବଦ୍ରାଙ୍କ ୧୦୭ତମ ଜୟନ୍ତୀ ପାଳିତ 

ରାଇରଙ୍ଗପୁର – ( ଅକ୍ଷୟ ବିଶ୍ବାଳ)୧୯/୦୯ ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ପଡ଼ିଆ ଠାରେ ଆଦିବାସୀ ହୋ ସମାଜ ମହାସଭା ପକ୍ଷରୁ ହୋ ସମ୍ପ୍ରଦାୟର ମହାନ ଭାଷାବିତ୍‌ ତଥା ଓରାଙ୍ଗଚିତି ଲିପି ସ୍ରଷ୍ଟା ଅତ୍ ଗୁରୁ ଲାକୋ ବଦ୍ରାଙ୍କ ୧୦୭ତମ ଜନ୍ମଜୟନ୍ତୀ ଆନନ୍ଦ ଓ ଉଲ୍ଲାସର ସହ ପାଳିତ ହୋଇଯାଇଛି।ହୋ ସମାଜର ଲୋକେ ନିଜର ପାରଂପାରିକଵେଶଭୁଷାରେ ବାଦ୍ୟଯନ୍ତ୍ର ସହ ବହୁ ସଂଖ୍ୟାରେ ଏକ ବିଶାଳ ପଶୋଭାଯାତ୍ରାରେ ବ୍ଳକ ପଡ଼ିଆରେ ପହଞ୍ଚିଥିଲେ । ଜାମଦା ବସଷ୍ଟାଣ୍ଡ ପଡ଼ିଆରୁ ଏକ ବିଶାଳ ଶୋଭାଯାତ୍ରାରେ ଏକ ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବ୍ଳକ ପଡିଆ ଆୟୋଜିତ ସଭାରେ ଯୋଗ ଦେଇଥିଲେ ।ଏହି ସାରସ୍ଵତ ଓ ପୂଜ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ଓ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ,ସମ୍ମାନିତ ଅତିଥି ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ, କରଞ୍ଜିଆ ବିଧାୟକ ପଦ୍ମ ଚରଣ ହାଇବୁରୁ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ,ରରୁଆଁ ବ୍ଲକ ଅଧକ୍ଷ ଅଜିତ ତିରିଆ  ଓ ବରିଷ୍ଠ ବିଜେପି ନେତା ନବୀନ ରାମ , ସାଂସଦ ପ୍ରତିନିଧି ବିଜୁ ଗୋପାଲ ଗୋପଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।ପ୍ରାରମ୍ଭରେ ହୋ ସମାଜର ସାରସ୍ଵତ ସାଧକ ଗୁରୁ ଲାକୋବଦ୍ରାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଭାଷା ଓ ଲିପି ଏକ ଜାତିକୁ ଏକତା ସୂତ୍ରରେ ବାନ୍ଧି ରଖିବା ସହ ପରଂପରା,କଳା,ସାହିତ୍ୟ,ସଂସ୍କୃତି,ଭାଇଚାରା,ଵଂଧୁତ୍ବକୁ ଯୋଡି ଥାଏ ।ଅତିଥିଗଣ ଅତ ଗୁରୁ ଲାକୋ ବଦ୍ରାଙ୍କ ଜୀବନୀ, ସାହିତ୍ୟ ଓ ହୋ ସମ୍ପ୍ରଦାୟ ପାଇଁ ତାଙ୍କର ଅବଦାନକୁ ଜନଜାତି ଓ ସମାଜ ଭୁଲି ପାରିବି ନାହିଁ।ସମାଜ ପ୍ରତି ତାଙ୍କର ଅବଦାନ ଅନନ୍ୟ ଓ ଅବର୍ଣ୍ଣନୀୟ । ହୋ ଭାଷା ଓ ଓରାଙ୍ଗ ଚିତି ଲିପିର ସୁରକ୍ଷା, ପ୍ରଚାର ଓ ପ୍ରସାର ଉପରେ ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ। ଏଥିସହ ଓରାଙ୍ଗ ଚିତି ଲିପିକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନିତ କରିବା ନେଇ ମଧ୍ୟ ଦାବି ଓ ଆଲୋଚନା ହୋଇଥିଲା।ଏହି ଅବସରରେ ମନ୍ତ୍ରୀ ଓ ସାଂସଦ ନିଜ ଅଭିଭାଷଣରେ ହୋ ସମ୍ପ୍ରଦାୟର ଭାଷା, ଲିପି, ସଂସ୍କୃତି ଓ ପରମ୍ପରାର ସୁରକ୍ଷା,ପ୍ରଚାର ଓ ପ୍ରସାର ପାଇଁ ହୋ ସମାଜର ସମସ୍ତେ ମିଳିତ ପ୍ରୟାସ ଜାରି କରିବା ଦରକାର ବୋଲି କହିଥିଲେ ।ଜୟନ୍ତୀ ସମାରୋହକୁ ନେଇ ଜାମଦା ଅଞ୍ଚଳରେ ଦିନତମାମ ଉତ୍ସବମୁଖର ପରିବେଶ ଦେଖାଦେଇଥିଲା ।କାର୍ଯ୍ୟକ୍ରମ ପରିଚାଳନାରେ ଧନି ଗୋଇପାଇ, ତୁରାମ ଦେଓଗାମ, ସସ୍ମିତା ଗିରି, ମାଳତୀ ଆଲଡା, କାଲାଚାନ୍ଦ ପାଚେରୀ, ରାଜେଶ ବର୍ଦା, ଆଡ଼ଭୋକେଟ ବିର୍ସା କଣ୍ଡାଙ୍ଗକେଲ, ତ୍ରିନାଥ ନାଏକ, କକେ ତିରିଆ, ଭୀମ ଚରଣ ପୂର୍ତ୍ତି, କିଣାରାମ ବିରୁଆ, ଅଜିତ ସମେତ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।

Related posts

ଡି.ଡି.ସି.ଏ ଅଫିସ ପରିସ୍ରାଗାର ରେ ତାଲା, ନିର୍ଦ୍ଦେଶ କାହାର ? ସିଜ୍ ଟ୍ରକ୍ ପାଖରେ ଅନେକ କରନ୍ତି ପରିସ୍ରା , ସ୍ବଚ୍ଛତା ଅଭିଯାନ କୁ ଆଖି ଠାର 

masiha

ପବିତ୍ର ରକ୍ଷାଵନ୍ଧନ ଉପଲକ୍ଷେ ହଂସୁଆ କଳା ପ୍ରତିଷ୍ଠାନ ପକ୍ଷରୁ ଵୃକ୍ଷରୋପଣ କାର୍ଯ୍ୟକ୍ରମ 

masiha

“ଅସାଧୁ ଅଫିସରର ବେଳା ଖରାପ-ନିର୍ଦ୍ଧେଶକ” ଅଭାବୀ ଆଉଟସୋର୍ସଙ୍କ ପାଇଁ ବର୍ଦ୍ଦାନ ସାଜିବେ ରୋହିତ କୁମାର

masiha

Leave a Comment

error: Content is protected !!