ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି କଳା ଓ ଗବେଷଣା ମହାବିଦ୍ୟାଳୟରେ ‘ଇକୋ-ଆର୍ଟ ଓ କ୍ରାଫ୍ଟ’ ତାଲିମ ଶିବିର ଉଦ୍‌ଯାପିତ

କଳାହାଣ୍ଡି କଳା ଓ ଗବେଷଣା ମହାବିଦ୍ୟାଳୟରେ ‘ଇକୋ-ଆର୍ଟ ଓ କ୍ରାଫ୍ଟ’ ତାଲିମ ଶିବିର ଉଦ୍‌ଯାପିତ

କଳାହାଣ୍ଡି -ପରିବେଶ ସୁରକ୍ଷା ସହ ସମ୍ବଲପୁରୀ ସାଜ ଓ ଝୋଟ କଳାର ପ୍ରଶିକ୍ଷଣ ନେଲେ ଶିକ୍ଷକ, ଅଧ୍ୟାପକ ଓ ଛାତ୍ରଛାତ୍ରୀ ଭବାନୀପାଟଣା ଭାରତ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ (MoEF&CC) ର ‘ପରିବେଶ ଶିକ୍ଷା କାର୍ଯ୍ୟକ୍ରମ’ (EEP) ଅନ୍ତର୍ଗତ, ଓଡ଼ିଶା ସରକାରଙ୍କ ପରିବେଶ ଅଧ୍ୟୟନ କେନ୍ଦ୍ର (CES) ଏବଂ ‘କଳାହାଣ୍ଡି କଲେଜ୍ ଅଫ୍ ଆର୍ଟ ଆଣ୍ଡ୍ ରିସର୍ଚ୍ଚ’ (ଭବାନୀପାଟଣା) ର ଯୁଗ୍ମ ଆନୁକୂଲ୍ୟରେ ଏକ ଦିନିକିଆ “ଇକୋ-ଆର୍ଟ ଏବଂ କ୍ରାଫ୍ଟ” (Eco-Art & Craft) କ୍ଷମତା ବୃଦ୍ଧି କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗଭର୍ନମେଣ୍ଟ ଆର୍ଟ ଆଣ୍ଡ୍ କ୍ରାଫ୍ଟ କଲେଜ, ଖଲ୍ଲିକୋଟ ର ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ଜୟନ୍ତ କୁମାର ଦାସ ମୁଖ୍ୟ ସଂଯୋଜକ ଭାବରେ ଯୋଗଦେଇ ଶିବିରର ସମସ୍ତ କାର୍ଯ୍ୟପନ୍ଥା ପରିଚାଳନା କରିଥିଲେ। ଏଥିସହିତ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ‘ପ୍ରକୃତି ବନ୍ଧୁ’ ପୁରସ୍କାରପ୍ରାପ୍ତ ଶ୍ରୀ ରବି ପଟ୍ଟନାୟକ ବିଶେଷ ଅତିଥି ଭାବରେ ଯୋଗଦେଇ ପରିବେଶ ସୁରକ୍ଷା ଓ କଳାର ମନୋରମ ସମନ୍ୱୟ ବିଷୟରେ ଆଲୋକପାତ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଚିନ୍ତୁ ପ୍ରସାଦ ନାୟକଙ୍କ ସଂଯୋଜନାରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପାଦିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ କଲେଜର ଅଧ୍ୟାପକ ଶ୍ରୀ ଥବୀର ପ୍ରସାଦ ଯାଦବ (ଅଙ୍କିତ) ଏବଂ ଅଧ୍ୟାପକ ଶ୍ରୀ ମନୋଜ କୁମାର ରାଉତ ପୂର୍ଣ୍ଣ ସହଯୋଗ କରିଥିଲେ।ସ୍ୱତନ୍ତ୍ର 

ହସ୍ତକଳା ପ୍ରଶିକ୍ଷଣ:

ଶିବିରରେ ‘ସମ୍ବଲପୁରୀ ସାଜ’ ର ବିଶେଷଜ୍ଞ ଶ୍ରୀ ସରୋଜ ମେହେରଙ୍କ ଦ୍ୱାରା ସମ୍ବଲପୁରୀ ସାଜ (ଅଳଙ୍କାର) ତିଆରି ଏବଂ ନୂଆପଡ଼ାର ବିଶେଷଜ୍ଞ ଶ୍ରୀ ଚୈତନ୍ୟ ନାୟକଙ୍କ ଦ୍ୱାରା ଝୋଟ କାମର ପ୍ରାକ୍ଟିକାଲ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଏହି ଶିବିରରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ-ଶିକ୍ଷୟିତ୍ରୀ, ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଆର୍ଟ କଲେଜର ଛାତ୍ରଛାତ୍ରୀମାନେ ଯୋଗଦେଇ ପରିବେଶ-ଅନୁକୂଳ କଳା ଶିକ୍ଷା ଗ୍ରହଣ କରିଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ପ୍ରମୁଖ ଶିକ୍ଷକ ଯଥା- ତାରୁଣ କାନ୍ତି ମିଶ୍ର, ଅଭୟ କୁମାର ଦେବତା, ପ୍ରଜ୍ଞା ମୟୀ ତାଣ୍ଡି, ରାଜେଶ କୁମାର ମାଝୀ, ସୌରଭ କୁମାର ବାଣିଆ, ରଞ୍ଜନ କୁମାର ସାହୁ, ଚନ୍ଦ୍ରଶେଖର ବେହେରା, ଥାନ ସୁନ୍ଦର ବେହେରା, ଦିବ୍ୟ ରଞ୍ଜନ ମୁଣ୍ଡ, ଚନ୍ଦ୍ରଶେଖର ସିଂ, ଗିରିଧାରୀ ଭୋଇ, ସପନ କୁମାର ଦାସ, ବିନୋଦ ବାଥ୍ରା, ସଚ୍ଚିଦାନନ୍ଦ ମେହେର, ଗରିଲା ଦୁଷ୍ମନ୍ତ, ଛବେନ୍ଦ୍ର ନାଏକ, ଇଷିତ କୁମାର ଡାଙ୍ଗ, ହରେକୃଷ୍ଣ ସାହୁ, ସନ୍ଦୀପ କୁମାର ଚୌଧୁରୀ, ନିରୋଜ କୁମାର ସାହୁ, ସଞ୍ଜୀବ କୁମାର ନାଗ, ପୁଷ୍ପାଞ୍ଜଳି ମିଶ୍ର, ପ୍ରଭାତ କୁମାର ସାହୁ, ପଙ୍କଜ କୁମାର ଜେନା, ରାହୁଲ ମାଝୀ, କୋଦଣ୍ଡ ମାଝୀ, ଅଭିଜିତ ଦାଶ, ଝଙ୍କାର ନିଆଲ, ରତିକାନ୍ତ ପ୍ରଧାନ, ପ୍ରମୋଦ କୁମାର ସାହୁ, ବିଜୟଲକ୍ଷ୍ମୀ ତ୍ରିପାଠୀ, ଚଞ୍ଚଳ ବାଗ, ସୁଜିତ କୁମାର ମୁଣ୍ଡ, ଗଜେନ୍ଦ୍ର କୁମାର ଧରୁଆଙ୍କ ସମେତ ସାରିକା ଜୈନ, ଶେଷଦେବ ଶବର, ମାନସ ପଣ୍ଡା, ଧର୍ମେନ୍ଦ୍ର ସାଗର, ଭାରତୀ ସାହୁ, ରାହୁଲ ପୂଜାରୀ ଏବଂ ଶୁଭମ ଦାସ ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷଣ ଗ୍ରହଣ କରିଥିଲେ।  

ପରିଶେଷରେ, ପରିବେଶ ସୁରକ୍ଷା ସହିତ ପାରମ୍ପରିକ ଲୋକକଳାର ପ୍ରଚାର ଓ ପ୍ରସାର ପାଇଁ ଏହିଭଳି କାର୍ଯ୍ୟକ୍ରମ ଅତ୍ୟନ୍ତ ସହାୟକ ହେବ ବୋଲି ଅତିଥିମାନେ ସନ୍ତୋଷ ପ୍ରକାଶ କରିବା ସହ ଆୟୋଜକଙ୍କୁ ସାଧୁବାଦ ଜଣାଇଥିଲେ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ଢେ଼ଙ୍କାନାଳରେ ପାଳିତ ହେଲା ବିଶ୍ୱନାଟ୍ୟ ଦିବସ ପଦଯାତ୍ରା 

Sunil Chandra Nayak

ବାଲ୍ୟ ବିବାହ ରୋକୁଛି ପ୍ରଶାସନ ,କିନ୍ତୁ ବାଲ୍ୟ ବିବାହର କାରଣ ଖୋଜିବା ଓ ସଚେତନତା ବେଳେ ସେହିଦିଗ ପ୍ରତି ଧ୍ୟାନ ଦେଉ 

Sunil Chandra Nayak

ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଅବସର କାଳୀନ ସମ୍ବର୍ଦ୍ଧନା 

masiha

Leave a Comment

error: Content is protected !!