ରାଉରକେଲାକୁ ବିଶ୍ୱ ସ୍କିଲ ସେଣ୍ଟର ଓ ପି.ଏମ୍. ସେତୁରେ ଅନ୍ତର୍ଭୁକ୍ତ କରାଯାଉ- ଥିଂକର୍ସ ଫରୋମ୍.
ରାଉରକେଲା: ନିକଟରେ ସଦ୍ୟ ପ୍ରକାଶିତ ନୀତି ଆୟୋଗର ରିପୋର୍ଟ ଅନୁଯାୟୀ ଭାତରରେ ଡିଗ୍ରୀଧାରୀଙ୍କ ମଧ୍ୟରୁ ମାତ୍ର ୯ ପ୍ରତିଶତ ନିଯୁକ୍ତି ଦାତା ଆବଶ୍ୟକ କରୁଥିବା ଦକ୍ଷତା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି । ଓଡ଼ିଶା ସରକାର ମଧ୍ୟ ଛାତ୍ର ଓ ଯୁବବର୍ଗଙ୍କ ଦକ୍ଷତା ବିକାଶ ପାଇଁ ୨୦୩୬ ଓ ୨୦୪୭ ରେ ବିକଶିତ ଓଡ଼ିଶା ଓ ବିକଶିତ ଭାରତରେ ଏକ ଦୀର୍ଘ ମିଆଦି ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ଏକ ଯୋଜନା ସରକାର ବିଶ୍ୱ ଦକ୍ଷତା କେନ୍ଦ୍ର (ସ୍କିଲ୍) ଓ ଆଇଟିଆଇ ମାଧ୍ୟମରେ ହାତକୁ ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୨୦୩୬ ସୁଦ୍ଧା ଓଡ଼ିଶାରେ ୫ଟି ୨୦୪୭ ସୁଦ୍ଧା ୭ଟି ସ୍କିଲ ସେଣ୍ଟର ପ୍ରତିଷ୍ଠା କରିବେ ଓ ଏଥିପାଇଁ ସମ୍ୱଲପୁର ଓ ବ୍ରହ୍ମପୁର ସହରକୁ ଚୟନ କରିଛନ୍ତି । ଭୁବନେଶ୍ୱରରେ ପୂର୍ବରୁ ଏହା ପ୍ରତିଷ୍ଠିତ ହୋଇ ବର୍ତ୍ତମାନ କାର୍ଯ୍ୟକ୍ଷମ ଅଛି ଓ ସମ୍ୱଲପୁରରେ ସଫଳ ରୂପାୟନ ହେବାକୁ ଯାଉଛି । ରାଉରକେଲା ଓଡ଼ିଶାର ଶିଳ୍ପ ରାଜଧାନୀ ଭାବେ ପରିଚିତ ହେବା ସହ ରାଉରକେଲା ଓ ପାର୍ଶ୍ୱବର୍ତ୍ତୀ ଅଂଚଳରେ ରାଉରକେଲା ଇସ୍ପାତ କାରଖାନା ଭଳି ବୃହତ୍ତ ଶିଳ୍ପ ସହ ଏନ୍.ଆଇ.ଟି., ବିପିୟୁଟି ଭଳି ଉଚ୍ଚ ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ବୈଦେଶିକ ଶିକ୍ଷାନୁଷ୍ଠାନ ଓ ଏସ୍.ଟି.ପି.ଆଇ ମଧ୍ୟ ଏଠାରେ ଅବସ୍ଥିତ । ଏଠାରେ ଉଲ୍ଲେଖନୀୟ ଯେ ଏହି ସବୁ ଦକ୍ଷତା କେନ୍ଦ୍ର ଶିଳ୍ପାନୁଷ୍ଠାନ ଓ ବୈଷୟିକ ଶିକ୍ଷାନୁଷ୍ଠାନର ସହଭାଗିତାର ବିଶେଷ ଆବଶ୍ୟକ ଥାଏ । ଏହି ପରିପ୍ରେକ୍ଷୀରେ ରାଉରକେଲା ଓଡ଼ିଶାର ଏକ ସର୍ବୋତ୍କୃଷ୍ଟ ସ୍ଥାନ ।
ଓଡ଼ିଶା ସରକାର ଆଇ.ଟି. ଆଇ. ମାଧ୍ୟମରେ ମଧ୍ୟ ଦକ୍ଷତା ବିକାଶର ଯୋଜନା ରଖିଛନ୍ତି । ଏହି ପ୍ରକ୍ରିୟାରେ ୫ଟି ଉତ୍କର୍ଷ କେନ୍ଦ୍ର, ୨୫ଟି ସେଣ୍ଟର ଅଫ୍ ଏେµଲେନ୍ସ ଓ ୧୦ଟି ପି.ଏମ୍. ସେତୁ ଆଇ.ଟି.ଆଇର ବିକାଶ ଯୋଜନା ଆରମ୍ଭ କରିଛନ୍ତି । ପି.ଏମ୍.ସେତୁ ଯାହାକି କେନ୍ଦ୍ର ସରକାରଙ୍କର ଏକ ୬୦,୦୦୦ କୋଟିର ଦୀର୍ଘମିଆଦୀ ଯୋଜନା, ଏଥିରେ ପ୍ରତି ପି.ଏମ୍. ସେତୁ ଆଇ.ଟି.ଆଇ ଅଧିନରେ ୫ଟି ପାର୍ଶ୍ୱାଞ୍ଚଳ ଆଇ.ଟି.ଆଇ. ହବ୍ ଓ ମଡେଲ୍ରେ ରହିବ । ଏଥିରେ ଶିଳ୍ପ ଜଗତର ଆବଶ୍ୟକତାକୁ ଭିତ୍ତିକରି ବିଭିନ୍ନ ପାଠ୍ୟକ୍ରମ ପ୍ରଚଳନ କରାଯିବ ।
ନୂତନ ଅର୍ଥନୀତିରେ ବୈଦ୍ୟୁତିକ ବାହନ, ଅଟୋମେସନ୍, ରବୋଟିକ୍ସ, ଉନ୍ନତ ମାନୁଫେକଚରିଂ, ଚିପ ଡିଜାଇନ୍, ମେକାଟ୍ରୋନିକ୍ସ, ଡାଟା ଇଲେକ୍ଟ୍ରୋନିକ, କୁତ୍ରିମ ବୁଦ୍ଧିମତା ଇତ୍ୟାଦି ନୂତନ ଜ୍ଞାନ କୌଶଳର ବହୁଳ ଆବଶ୍ୟକତା ଅଛି ଯାହାକି ବର୍ତ୍ତମାନ ଆଇ.ଟି.ଆଇ ଗୁଡ଼ିକରେ ଏହି ଭିତ୍ତିଭୂମି ନାହିଁ । ରାଉରକେଲା ଏଥିପାଇଁ ଉତ୍କୃଷ୍ଟ ସ୍ଥାନ ହେଲେ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇନାହିଁ । ରାଉରକେଲା- ସୁନ୍ଦରଗଡ଼ ଏହି ଅଂଚଳର ଆଦିବାସୀ ବହୁଳ ଅଂଚଳରେ ଆଦିବାସୀ ଛାତ୍ର ଓ ଯୁବ ସମାଜ ଦକ୍ଷତା କ୍ଷେତ୍ରରେ କୌଣସି ଗୁଣରେ ନ୍ୟୁନ ନୁହଁନ୍ତି । ସେମାନଙ୍କ ସହ ସ୍ଥାନୀୟ ଯୁବବର୍ଗଙ୍କ କର୍ମନିଯୁକ୍ତି ସୃଷ୍ଟି କରିବା ପାଇଁ କୌଶଳ ବିକାଶ ଏକ ସର୍ବୋତ୍ତମ ମାଧ୍ୟମ । ତେଣୁ ସରକାର ରାଉରକେଲାକୁ ବିଶ୍ୱ ସ୍କିଲ୍ ସେଣ୍ଟର ଓ ପି.ଏମ୍. ସେତୁ ଯୋଜନାରେ ସାମିଲ୍ କରିବା ପାଇଁ ଥିଂକର୍ସ ଫରୋମ୍ର ଆବାହକ ନଳିନୀକାନ୍ତ ଧର ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ ଙ୍କୁ ସ୍ମାରକ ପତ୍ର ମାଧ୍ୟମରେ ଦାବି ଜଣାଇଛନ୍ତି ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

