ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲାକୁ ବିଶ୍ୱ ସ୍କିଲ ସେଣ୍ଟର ଓ ପି.ଏମ୍‍. ସେତୁରେ ଅନ୍ତର୍ଭୁକ୍ତ କରାଯାଉ- ଥିଂକର୍ସ ଫରୋମ୍‍.

ରାଉରକେଲାକୁ ବିଶ୍ୱ ସ୍କିଲ ସେଣ୍ଟର ଓ ପି.ଏମ୍‍. ସେତୁରେ ଅନ୍ତର୍ଭୁକ୍ତ କରାଯାଉ- ଥିଂକର୍ସ ଫରୋମ୍‍.

ରାଉରକେଲା: ନିକଟରେ ସଦ୍ୟ ପ୍ରକାଶିତ ନୀତି ଆୟୋଗର ରିପୋର୍ଟ ଅନୁଯାୟୀ ଭାତରରେ ଡିଗ୍ରୀଧାରୀଙ୍କ ମଧ୍ୟରୁ ମାତ୍ର ୯ ପ୍ରତିଶତ ନିଯୁକ୍ତି ଦାତା ଆବଶ୍ୟକ କରୁଥିବା ଦକ୍ଷତା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି । ଓଡ଼ିଶା ସରକାର ମଧ୍ୟ ଛାତ୍ର ଓ ଯୁବବର୍ଗଙ୍କ ଦକ୍ଷତା ବିକାଶ ପାଇଁ ୨୦୩୬ ଓ ୨୦୪୭ ରେ ବିକଶିତ ଓଡ଼ିଶା ଓ ବିକଶିତ ଭାରତରେ ଏକ ଦୀର୍ଘ ମିଆଦି ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ଏକ ଯୋଜନା ସରକାର ବିଶ୍ୱ ଦକ୍ଷତା କେନ୍ଦ୍ର (ସ୍କିଲ୍‍) ଓ ଆଇଟିଆଇ ମାଧ୍ୟମରେ ହାତକୁ ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୨୦୩୬ ସୁଦ୍ଧା ଓଡ଼ିଶାରେ ୫ଟି ୨୦୪୭ ସୁଦ୍ଧା ୭ଟି ସ୍କିଲ ସେଣ୍ଟର ପ୍ରତିଷ୍ଠା କରିବେ ଓ ଏଥିପାଇଁ ସମ୍ୱଲପୁର ଓ ବ୍ରହ୍ମପୁର ସହରକୁ ଚୟନ କରିଛନ୍ତି । ଭୁବନେଶ୍ୱରରେ ପୂର୍ବରୁ ଏହା ପ୍ରତିଷ୍ଠିତ ହୋଇ ବର୍ତ୍ତମାନ କାର୍ଯ୍ୟକ୍ଷମ ଅଛି ଓ ସମ୍ୱଲପୁରରେ ସଫଳ ରୂପାୟନ ହେବାକୁ ଯାଉଛି । ରାଉରକେଲା ଓଡ଼ିଶାର ଶିଳ୍ପ ରାଜଧାନୀ ଭାବେ ପରିଚିତ ହେବା ସହ ରାଉରକେଲା ଓ ପାର୍ଶ୍ୱବର୍ତ୍ତୀ ଅଂଚଳରେ ରାଉରକେଲା ଇସ୍ପାତ କାରଖାନା ଭଳି ବୃହତ୍ତ ଶିଳ୍ପ ସହ ଏନ୍‍.ଆଇ.ଟି., ବିପିୟୁଟି ଭଳି ଉଚ୍ଚ ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ବୈଦେଶିକ ଶିକ୍ଷାନୁଷ୍ଠାନ ଓ ଏସ୍‍.ଟି.ପି.ଆଇ ମଧ୍ୟ ଏଠାରେ ଅବସ୍ଥିତ । ଏଠାରେ ଉଲ୍ଲେଖନୀୟ ଯେ ଏହି ସବୁ ଦକ୍ଷତା କେନ୍ଦ୍ର ଶିଳ୍ପାନୁଷ୍ଠାନ ଓ ବୈଷୟିକ ଶିକ୍ଷାନୁଷ୍ଠାନର ସହଭାଗିତାର ବିଶେଷ ଆବଶ୍ୟକ ଥାଏ । ଏହି ପରିପ୍ରେକ୍ଷୀରେ ରାଉରକେଲା ଓଡ଼ିଶାର ଏକ ସର୍ବୋତ୍କୃଷ୍ଟ ସ୍ଥାନ । 

ଓଡ଼ିଶା ସରକାର ଆଇ.ଟି. ଆଇ. ମାଧ୍ୟମରେ ମଧ୍ୟ ଦକ୍ଷତା ବିକାଶର ଯୋଜନା ରଖିଛନ୍ତି । ଏହି ପ୍ରକ୍ରିୟାରେ ୫ଟି ଉତ୍କର୍ଷ କେନ୍ଦ୍ର, ୨୫ଟି ସେଣ୍ଟର ଅଫ୍‍ ଏେµଲେନ୍‍ସ ଓ ୧୦ଟି ପି.ଏମ୍‍. ସେତୁ ଆଇ.ଟି.ଆଇର ବିକାଶ ଯୋଜନା ଆରମ୍ଭ କରିଛନ୍ତି । ପି.ଏମ୍‍.ସେତୁ ଯାହାକି କେନ୍ଦ୍ର ସରକାରଙ୍କର ଏକ ୬୦,୦୦୦ କୋଟିର ଦୀର୍ଘମିଆଦୀ ଯୋଜନା, ଏଥିରେ ପ୍ରତି ପି.ଏମ୍‍. ସେତୁ ଆଇ.ଟି.ଆଇ ଅଧିନରେ ୫ଟି ପାର୍ଶ୍ୱାଞ୍ଚଳ ଆଇ.ଟି.ଆଇ. ହବ୍‍ ଓ ମଡେଲ୍‍ରେ ରହିବ । ଏଥିରେ ଶିଳ୍ପ ଜଗତର ଆବଶ୍ୟକତାକୁ ଭିତ୍ତିକରି ବିଭିନ୍ନ ପାଠ୍ୟକ୍ରମ ପ୍ରଚଳନ କରାଯିବ ।

ନୂତନ ଅର୍ଥନୀତିରେ ବୈଦ୍ୟୁତିକ ବାହନ, ଅଟୋମେସନ୍‍, ରବୋଟିକ୍‍ସ, ଉନ୍ନତ ମାନୁଫେକଚରିଂ, ଚିପ ଡିଜାଇନ୍‍, ମେକାଟ୍ରୋନିକ୍‍ସ, ଡାଟା ଇଲେକ୍‍ଟ୍ରୋନିକ, କୁତ୍ରିମ ବୁଦ୍ଧିମତା ଇତ୍ୟାଦି ନୂତନ ଜ୍ଞାନ କୌଶଳର ବହୁଳ ଆବଶ୍ୟକତା ଅଛି ଯାହାକି ବର୍ତ୍ତମାନ ଆଇ.ଟି.ଆଇ ଗୁଡ଼ିକରେ ଏହି ଭିତ୍ତିଭୂମି ନାହିଁ । ରାଉରକେଲା ଏଥିପାଇଁ ଉତ୍କୃଷ୍ଟ ସ୍ଥାନ ହେଲେ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇନାହିଁ । ରାଉରକେଲା- ସୁନ୍ଦରଗଡ଼ ଏହି ଅଂଚଳର ଆଦିବାସୀ ବହୁଳ ଅଂଚଳରେ ଆଦିବାସୀ ଛାତ୍ର ଓ ଯୁବ ସମାଜ ଦକ୍ଷତା କ୍ଷେତ୍ରରେ କୌଣସି ଗୁଣରେ ନ୍ୟୁନ ନୁହଁନ୍ତି । ସେମାନଙ୍କ ସହ ସ୍ଥାନୀୟ ଯୁବବର୍ଗଙ୍କ କର୍ମନିଯୁକ୍ତି ସୃଷ୍ଟି କରିବା ପାଇଁ କୌଶଳ ବିକାଶ ଏକ ସର୍ବୋତ୍ତମ ମାଧ୍ୟମ । ତେଣୁ ସରକାର ରାଉରକେଲାକୁ ବିଶ୍ୱ ସ୍କିଲ୍‍ ସେଣ୍ଟର ଓ ପି.ଏମ୍‍. ସେତୁ ଯୋଜନାରେ ସାମିଲ୍‍ କରିବା ପାଇଁ ଥିଂକର୍ସ ଫରୋମ୍‍ର ଆବାହକ ନଳିନୀକାନ୍ତ ଧର ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ ଙ୍କୁ ସ୍ମାରକ ପତ୍ର ମାଧ୍ୟମରେ ଦାବି ଜଣାଇଛନ୍ତି ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କଳସୀ ମଣ୍ଡେଇ ନିମନ୍ତେ ନୂତନ କମିଟି ଗଠନ 

Sunil Chandra Nayak

ରବି ଧାନ ଟୋକନ୍‌ ପାଇଁ ପ୍ରାୟ ଏକ ମାସର ଆନ୍ଦୋଳନ… ମେଗାଲିଫ୍ଟ ଚାଷି ଙ୍କ ଦାବି ମାନିଲେ ରାଜ୍ୟ ସରକାର, ଟୋକନ ଆସିଲା ଆନ୍ଦୋଳନ ପ୍ରତ୍ୟାହୃତ କଲେ ଚାଷି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୭୫ ଜନ୍ମ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ଧର୍ମଗଡ଼ ଉପଖଣ୍ଡ ଡ଼ାକ୍ତରଖାନା ରକ୍ତ ଭଣ୍ଡାର ଠାରେ ରକ୍ତଦାନ ଶିବିର

Sunil Chandra Nayak

Leave a Comment

error: Content is protected !!