ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରେଷ୍ଠ ସ୍କାଉଟିଙ୍ଗ ପାଇଁ ସ୍କାଉଟ ମାଷ୍ଟର ସନ୍ତୋଷ କୁମାର ପାଣିଗ୍ରାହୀ ବସନ୍ତ ବିଶ୍ୱାଳ ସ୍ମୁତି ସମ୍ମାନରେ ସମ୍ମାନିତ

ଶ୍ରେଷ୍ଠ ସ୍କାଉଟିଙ୍ଗ ପାଇଁ ସ୍କାଉଟ ମାଷ୍ଟର ସନ୍ତୋଷ କୁମାର ପାଣିଗ୍ରାହୀ ବସନ୍ତ ବିଶ୍ୱାଳ ସ୍ମୁତି ସମ୍ମାନରେ ସମ୍ମାନିତ

କଳାହାଣ୍ଡି ଜିଲ୍ଲା ଧର୍ମଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ର ସ୍କାଉଟ ମାଷ୍ଟର ସନ୍ତୋଷ କୁମାର ପାଣିଗ୍ରାହୀ ଙ୍କୁ ରାଜ୍ୟ ସ୍ତରରେ ଶ୍ରେଷ୍ଠ ସ୍କାଉଟିଙ୍ଗ ପାଇଁ ବସନ୍ତ ବିଶ୍ୱାଳ ସ୍ମୁତି ସମ୍ମାନରେ ସମ୍ମାନିତ କରାଯାଇଛି। ଆଜି ଭୁବନେଶ୍ୱର ସ୍ଥିତ ରାଜ୍ୟ ସ୍କାଉଟ ଭବନ ଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସ୍କାଉଟ କମିଶନର କାଳୀଚରଣ ମିଶ୍ର ମୁଖ୍ୟ ଅତିଥି ଓ ଭାରତ ସ୍କାଉଟ ଓ ଗାଇଡ୍ ର ରାଜ୍ୟ ସଭାପତି ଅତନୁ ସବ୍ୟସାଚୀ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶ୍ରୀ ପାଣିଗ୍ରାହୀଙ୍କୁ ସମ୍ମାନିତ କରିଥଲେ। 

ସୁଚନା ଯୋଗ୍ୟ ଯେ, ଶ୍ରୀ ପାଣିଗ୍ରାହୀ ରଥଯାତ୍ରା, ଦୁର୍ଗାପୂଜା, କଳାହାଣ୍ଡି ଉତ୍ସବ,ଖରାଦିନ ଦହି ସର୍ବତ ଦେବା, ପ୍ରତିବର୍ଷ ବିଦ୍ୟାଳୟର ଛାତ୍ର ମାନେ ରାଜ୍ୟ ପୁରସ୍କାର ପାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବା, ବୃକ୍ଷରୋପଣ କରିବା,ରାସ୍ତାଘାଟ ସଫା କରିବା ବିଭିନ୍ନ କାର୍ଯ୍ୟରେ ନିୟୋଜିତ ରହି ସବୁ ସ୍ତରରେ ପ୍ରଶଂସିତ ହୋଇ ଆସୁଛନ୍ତି।ଛାତ୍ର ଜୀବନ ୧୯୮୬ ମସିହାରୁ ସ୍କାଉଟ ଗାଇଡ ଲାଇନ ରେ ଜଡିତ ରହି ଦୀର୍ଘ ୪୦ ବର୍ଷ ପରେ ଶ୍ରୀ ପାଣିଗ୍ରାହୀ ଙ୍କୁ ଆଜି ଓଡିଶା ଭାରତ ସ୍କାଉଟ ଗାଇଡ଼ ସମ୍ମାନ ଜନକ ବସନ୍ତ ବିଶ୍ୱାଳ ସ୍ମୁତି ପୁରସ୍କାର ପ୍ରଦାନ ମିଳିଛି। ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ,ଧର୍ମଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ମୁଣ୍ଡ ସମେତ ବହୁ ବ୍ୟକ୍ତି ବିଶେଷ ସ୍କାଉଟ ମାଷ୍ଟର ସନ୍ତୋଷ କୁମାର ପାଣିଗ୍ରାହୀ ଙ୍କୁ ଶୁଭେଛା ଜଣାଇଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଦୂର୍ନିତୀ ଅଭିଯୋଗରେ ତିରିଂ ଲ୍ୟାମ୍ପ ଘେରିଲେ ଚାଷି

Sunil Chandra Nayak

କୈବଲ୍ୟ ସାହିତ୍ୟ ସଂସଦର ରେଳ ଦୁର୍ଘଟଣା ସହାୟତା

କୋକସରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ ଓଡ଼ିଆ ସାହିତ୍ୟ ଉଦଯାପନି ସମାରୋହ ଅନୁଷ୍ଠିତ

masiha

Leave a Comment

error: Content is protected !!