ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗଞ୍ଜେଇ ସହ ଗାଡି, ମୋବାଇଲ ଜବତ : ଜଣେ ଗିରଫ

ଗଞ୍ଜେଇ ସହ ଗାଡି, ମୋବାଇଲ ଜବତ : ଜଣେ ଗିରଫ

ବାଲିଗୁଡା, ତା, ୨୧/୦୯: (ମନିସ): କନ୍ଧମାଳ ଜିଲ୍ଲାରେ ଗଞ୍ଜେଇ ଚୋରାଚାଲାଣ ବିରୋଧରେ ପୁଲିସର ଅଭିଯାନ ଜାରି ରହିଥିବା ବେଳେ ତୁମୁଡ଼ିବନ୍ଧ ଥାନା ପୁଲିସକୁ ମିଳିଛି ବଡ଼ ସଫଳତା। ଏକ ଇଚର୍‌ ଗାଡ଼ିରୁ ୧୧୪୦ କେଜି ଗଞ୍ଜେଇ ଜବତ କରାଯାଇଥିବା ବେଳେ ଚୋରାଚାଲାଣ ଅଭିଯୋଗରେ ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ୧୪ ଲକ୍ଷ ଟଙ୍କା ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ପୁଲିସ ସୂଚନା ଅନୁଯାୟୀ, ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ଖମନପଡ଼ା ଗ୍ରାମ ନିକଟ ବନ୍ଦିକା ଛକରେ ପୁଲିସ ଯାଞ୍ଚ କରୁଥିବା ସମୟରେ ଏକ ଇଚର୍‌ ଗାଡ଼ିକୁ ଅଟକାଇ ତଲାସି କରିଥିଲା। ତଲାସି ବେଳେ ଗାଡ଼ିରୁ ବିପୁଳ ପରିମାଣର ଗଞ୍ଜେଇ ମିଳିଥିଲା। ଘଟଣାରେ ବାଲିଗୁଡ଼ା ଥାନା ଅଧୀନ ପାଙ୍ଗୁରୁମିଲା ଗ୍ରାମର ଗ୍ଲାଡୋ ଦିଗାଲଙ୍କ ପୁଅ ମୋହତ ଦିଗାଲ (୨୮)ଙ୍କୁ ଗିରଫ କରାଯାଇଛି। ତାଙ୍କ ନିକଟରୁ ୧୧୪୦ କେଜି ଗଞ୍ଜେଇ, ଏନଏଲ-୦୧-ଏଏଫ – ୨୧୦୫ ନମ୍ବର ବିଶିଷ୍ଟ ଏକ ଇଚର୍‌ ଗାଡ଼ି ଏବଂ ଗୋଟିଏ ଭିଭୋ ସ୍ମାର୍ଟଫୋନ୍ ଜବତ କରାଯାଇଛି। ଏନେଇ ତୁମୁଡ଼ିବନ୍ଧ ଥାନାରେ କେସ୍‌ ନଂ. ୧୨୨/୨୬ରେ NDPS ଆକ୍ଟର ଧାରା ୨୦(ବି)(ii)(C) ଅନୁଯାୟୀ ମାମଲା ରୁଜୁ ହୋଇଛି। ଜବତ ଗଞ୍ଜେଇ କେଉଁଠାରୁ ଆସିଥିଲା ଏବଂ କେଉଁଠାକୁ ଚାଲାଣ ହେଉଥିଲା, ଏହି ଚୋରାଚାଲାଣ ପଛରେ ଆଉ କେଉଁ ମାନଙ୍କ ସମ୍ପୃକ୍ତି ରହିଛି, ସେନେଇ ପୁଲିସ ତଦନ୍ତ ଜାରି ରଖିଛି। ମାମଲାର ତଦନ୍ତ ଅଧିକାରୀ ତଥା ତୁମୁଡ଼ିବନ୍ଧ ଥାନା ଅଧିକାରୀ ନିରଞ୍ଜନ ଦାସଙ୍କ ନେତୃତ୍ୱରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିବା ଜଣାପଡ଼ିଛି।

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

Related posts

ବହୁ ପରିମାଣର ଦେଶୀ ମଦ ଓ ବିଦେଶୀ ମଦ ଜବତ 

masiha

ମଦୁଆକୁ ବାନ୍ଧି,ପୋଲିସ ଜିମାରେ ଦେଲେ ମହିଳା

ଛତୁ ପାଇଁ ହତ୍ୟାକାଣ୍ଡ : ଖୁଡି, ଭଉଣୀକୁ ଟାଙ୍ଗିଆରେ ହାଣିଲା ପୁତୁରା

Sunil Chandra Nayak

Leave a Comment

error: Content is protected !!