ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁଷ୍ଟିକର ଖାଦ୍ୟ ଓ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଅନିୟମିତତା ଅଭିଯୋଗ  ରାୟଗଡା /ବିଷମକଟକ:ସାବିତ୍ରୀ ବାଇ ମହିଳା ମହା ସଙ୍ଘ ର ବିକ୍ଷୋଭ, ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଦାବି

ପୁଷ୍ଟିକର ଖାଦ୍ୟ ଓ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଅନିୟମିତତା ଅଭିଯୋଗ 

ରାୟଗଡା /ବିଷମକଟକ:ସାବିତ୍ରୀ ବାଇ ମହିଳା ମହା ସଙ୍ଘ ର ବିକ୍ଷୋଭ, ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଦାବି

ବିଷମକଟକ:୨୧I୦୯ ଆଜି ବିଷମକଟକ ସଦର ନେତାଜୀ ଛକ ନିକଟରେ ମାତା ସାବିତ୍ରୀ ବାଇ, ମହିଳା ମହାସଙ୍ଘ ବିଷମକଟକ ତରଫରୁ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଯାଇଛି I ବିଷମକଟକ ବ୍ଲକ ଅନ୍ତର୍ଗତ ୨୧ ଗୋଟି ପଞ୍ଚାୟତ ରେ ସକ୍ରିୟ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କୁ ଧରି ଗଠିତ ହୋଇଥିବା ଏହି ମହାସଂଘ ଆଜି ଶାନ୍ତିପୂର୍ବକ ଏବଂ ଗଣତାନ୍ତ୍ରିକ ପଦ୍ଧତି ରେ ନିଜର ପ୍ରତିବାଦ ଜଣାଇଛନ୍ତି I “ପନ୍ଦର ବର୍ଷ ର ଦୁର୍ନୀତିଗ୍ରସ୍ତ ମହାସଂଘ ବିରୁଦ୍ଧରେ ପ୍ରତିବାଦ” ପୋଷ୍ଟର ସହ, ବିଭିନ୍ନ ଦାବି ନେଇ ପ୍ଲାକ କାର୍ଡ ମାଧ୍ୟମରେ ବିକ୍ଷୋଭ ପ୍ରଦର୍ଶନ ରେ ସାମିଲ ହୋଇଥିଲେ ଏହି ମହାସଂଘ ର ମାଁ ମାନେ I ଦୀର୍ଘ ୧୫ ବର୍ଷ ଧରି ବିଷମକଟକ ବ୍ଲକ ରେ ସକ୍ରିୟ ଥିବା ଦୁଇଟି ମହାସଂଘ ର ଦୁର୍ନୀତି ଓ ଲୁଟ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରାଯିବା ନେଇ ଏହି ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା I ପକୋରା ଛତୁଆ ବଣ୍ଟନ ଠାରୁ ଆରମ୍ଭ କରି ଗର୍ଭବତୀ ମାଁ ଓ ଶିଶୁ ମାନଙ୍କୁ ପୁଷ୍ଟିକର ଖାଦ୍ୟ ବଣ୍ଟନ ରେ ଅନିୟମିତତା, ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ରେ ଚିକିତ୍ସାଧୀନ ହେଉଥିବା ରୋଗୀ ମାନଙ୍କୁ ସୁଷମ ଖାଦ୍ୟ ବଦଳ ରେ ନିମ୍ନ ମାନର ଖାଦ୍ୟ ଯୋଗାଣ, ପକୋରା ସୁଜି, ନିମ୍ନ ମାନର ପୁଷ୍ଟିକର ଖାଦ୍ୟ ବଣ୍ଟନ, ଗର୍ଭବତୀ ମାଁ ଓ ଶିଶୁ ମାନଙ୍କୁ ନିୟମିତ ପୁଷ୍ଟିକର ଖାଦ୍ୟ ଯୋଗାଇବା ବଦଳରେ ପ୍ରତି ଚାରି ମାସରେ ଥରେ ଖାଦ୍ୟ ଯୋଗାଣ, ଛାତ୍ର ଛାତ୍ରୀ ମାନଙ୍କୁ ଖରାପ ମାନ ର ପୋଷାକ, ସକ୍ସ, ଜୋତା ଯୋଗାଣ, କେତକ ସ୍ଥାନ ରେ ଆଦୌ ଯୋଗାଣ କରାଯାଉ ନଥିବା, ଟୀକା କରଣ ଦାୟତ୍ୱ୍ୱ ରେ ଥିଲେ ମଧ୍ୟ ଟୀକା କାରଣ କାର୍ଯ୍ୟ ସମ୍ପୂର୍ଣ ରୂପେ ନ ତୁଲାଉ ନଥିବା, ଜୀବନ ଜୀବିକା ପାଇଁ ମିଶନ ଶକ୍ତି କାଫେ କୁ ଏସଏଚଜି ମାଁ ମାନଙ୍କ ଦ୍ୱାରା ପରିଚାଳନା କରାଯିବା ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ, ତାହାକୁ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ବ୍ୟବହାର କରିବା, ବିନା ସୁଧ ରେ ବ୍ଲକ ର ବିଭିନ୍ନ ଏସଏଚଜି ମାନଙ୍କୁ ଋଣ ପ୍ରଦାନ ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ଜାଲ ସଙ୍ଘ ଗୁଡିକ ମାଧ୍ୟମରେ ସେହି ରାଶି ନିଜେ ବ୍ୟବହାର କରୁଥିବା, ଦୀର୍ଘ ୧୫ ବର୍ଷ ର ଆର୍ଥିକ ପରିଚାଳନା ରେ ବ୍ୟାପକ ଅନିୟମିତତା କରାଯାଇଥିବା, ମିଶନ ଶକ୍ତି ଅନ୍ତର୍ଗତ ଇଣ୍ଡଷ୍ଟ୍ରିଆଲ ପାର୍କ ଆଦି କୁ ଜାଲ ସଙ୍ଘ ମାଧ୍ୟମରେ ନିଜ କବ୍ଜା ରେ ରଖିବା ଆଦି ଅନେକ ଅଭିଯୋଗ ନେଇ ବିଷମକଟକ ର ଏହି ମହିଳା ମହାସଂଘ ଅଭିଯୋଗ କରିଛନ୍ତି I ଏଥି ସହ ପ୍ରତ୍ୟେକ ମହିଳା ସଙ୍ଘ ପାଇଁ ଆସୁଥିବା ପଚାଶ ହଜାର ଲେଖାଏଁ ଆର୍ଥିକ ସହାୟତା ମଧ୍ୟ ଉକ୍ତ ମହାସଂଘ ହେରଫେର କରୁଥିବା ଅଭିଯୋଗ ହୋଇଛି I ଏହି କ୍ରମ ରେ ପୂର୍ବରୁ ଜିଲ୍ଲାପାଳ ଙ୍କୁ ଭେଟି ଏକ ଅଭିଯୋଗ ପତ୍ର ଦିଆଯାଇଥିବା ସଙ୍ଘ ର କାର୍ଯ୍ୟକାରୀ ସଭାପତି ଚନ୍ଦ୍ରା ହିଆଲ ପ୍ରକାଶ କରିଥିଲେ I ଏ ବିଷୟର ସତ୍ୟାସତ୍ୟ ପାଇଁ ରାୟଗଡା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି , ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ଙ୍କୁ ଦାୟତ୍ୱ ଦେଇଥିଲେ ମଧ୍ୟ କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରାଯାଇ ନଥିବା ରୁ ଆଜି ବାଧ୍ୟ ହୋଇ ଆମ ସଙ୍ଘ ରାସ୍ତା କୁ ଓଲ୍ହାଇଛି ବୋଲି ଶ୍ରୀମତୀ ହିଆଲ ପ୍ରକାଶ କରିଛନ୍ତି I ତେଵେ ଆଜି ବିଷମକଟକ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ରହିଥିବାରୁ ତାଙ୍କୁ ସାକ୍ଷାତ କରି ଏ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏହି ପ୍ରତିବାଦ ଶୋଭା ଆୟୋଜିତ କରାଯାଇଥିବା ଚନ୍ଦ୍ରାବତୀ କୁମ୍ବୁରିକା ପ୍ରକାଶ କରିଥିଲେ I ପରେ ଏହି ମହାସଙ୍ଘ ର ମାଁ ମାନେ ଏକ ଶୋଭାଯାତ୍ରା ରେ ବାହାରି ବିଷମକଟକ ବ୍ଲକ ଠାରେ ଆୟୋଜିତ ହେଉଥିବା ଅଭିଯୋଗ ପ୍ରକୋଷ୍ଠ ରେ ଅତିରିକ୍ତ ଜିଲ୍ଲାପାଳ ଙ୍କ ଆଗରେ ନିଜ ର ଅଭିଯୋଗ ସବୁ ରଖିଥିଲେ I ଆଜିର ଏହି ପ୍ରତିବାଦ ସଭା ରେ ଚନ୍ଦ୍ରା ହିଆଲ, ଚନ୍ଦ୍ରାବତୀ କୁମ୍ବୁରିକା, ସୋନା ଶାରକା, ଘାସିନୀ ଶାରକା, ଚନ୍ଦ୍ରମଣି କୁଲୁସିକା, ଦାନ ପ୍ରାସ୍କା, ଅମିତା କୁଟ୍ରୁକା, ଫୁଲେ କାଡ୍ରାକା, ରୁକ୍ମଣୀ ହିକକା, ମଝିବାଣି କାଡ୍ରାକା, ଶର୍ମିଲା ବାଗ ସମେତ ୨୧ ଗୋଟି ପଞ୍ଚାୟତ ର ଶତାଧିକ ସକ୍ରିୟ ମହିଳା ମହାସଂଘ ମାଁ ମାନେ ଏଥିରେ ସାମିଲ ହୋଇ ପ୍ରତିବାଦ କରିଥିଲେ I ତେଵେ ଜିଲ୍ଲା ପ୍ରଶାସନ ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ଅଭିଯୋଗ ଓ ଦାବି ଉପରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା I

ଗୌରି ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ସ୍ତରୀୟ ଲୋକ ମହୋତ୍ସବ” ମଣ୍ଡେଇ- ୨୦୨୪ “ପାଳନ ଉପଲକ୍ଷେ ଲୋକଗୀତ ପ୍ରତିଯୋଗିତା 

masiha

ସମ୍ବର୍ଦ୍ଧିତ ହେଲେ ବିଏଲଓ ସୁପରଭାଇଜର ଭରତ ସାହୁ

masiha

5T ଉପକ୍ରମରେ “ଆମ ହସ୍ପିଟାଲ ” ଯୋଜନା ରେ ରୂପାନ୍ତରିକରଣ ରାଇରଙ୍ଗପୁର ଉପ ଜିଲ୍ଲାଚିକିତ୍ସାଳୟର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!